Posted inଖେଳ

ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ ଗ୍ରାଁ ପ୍ରିରେ ଦୂତୀ ନିଜ ଜାତୀୟ ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ ମଧ୍ୟ ଅଳ୍ପକେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଛନ୍ତି। ସୋମବାର ଅନୁଷ୍ଠିତ ୧୦୦ ମିଟର ରେସ୍‌ରେ ଦୂତୀ ୧୧.୧୭ ସେକେଣ୍ଡ ସମୟ ନେଇ ପ୍ରଥମ ହୋଇଥିଲେ। ଅଲିମ୍ପିକ କ୍ୱାଲିଫାଇଂ ମାର୍କ ୧୧.୧୫ ସେକେଣ୍ଡ ରହିଛି। ସେ ମାତ୍ର .୨ ସେକେଣ୍ଡ ପାଇଁ ସେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିପାରିନାହାନ୍ତି। ଏହି ଇଭେଣ୍ଟରେ କର୍ନାଟକର ଏ.ଟି. ଦାନେଶ୍ୱରୀ (୧୧.୪୮) ଓ ପଶ୍ଚିମବଙ୍ଗର ହିମାଶ୍ରୀ ରୟ (୧୧.୭୧) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଦୂତୀଙ୍କ ପାଖରେ ଏବେ ଆଉ ଏକ ସୁଯୋଗ ରହିଛି। ପଟିଆଲାରେ ଆଗାମୀ ୨୫ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୬୦ତମ ଇଣ୍ଟର-ଷ୍ଟେଟ୍‌ ଆଥଲେଟିକ ଚାମ୍ପିୟନଶିପ୍‌ରେ ଦୂତୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲର ସୁଯୋଗ ପାଇବେ। ଦୂତୀଙ୍କ ଏହି ସଫଳତାରେ ଓଡ଼ିଶା ଆଥଲେଟିକ ଆସୋସିଏଶନ (ଓଏଏ) ସମ୍ପାଦକ ଆଶୀର୍ବାଦ ବେହେରା ଖୁସି ଜାହିର କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ଆୟୋଜନ ହେବାକୁ ଥିବା ଇଣ୍ଟର-ଷ୍ଟେଟ ଆଥଲେଟିକ ଚାମ୍ପିୟନଶିପ୍‌ ପାଇଁ ଦୂତୀଙ୍କ ଶୁଭକାମନା କରିଛନ୍ତି। ଓଏଏର ଅଧ୍ୟକ୍ଷ ଶ୍ରୀନିବାସ ପଟ୍ଟନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ଦୂତୀ ଚାନ୍ଦ, ହିମା ଦାସ, ଏସ୍‌. ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁସେନ୍ଦ୍ରନଙ୍କୁ ନେଇ ଗଠିତ ମହିଳା ୪x୪୦୦ ମିଟର ରିଲେ ଦଳ ୪୩.୩୭ ସେକେଣ୍ଡ ସମୟ ନେଇ ରେସ୍‌ ଜିତି ରେକର୍ଡ କରିଥିଲେ ମଧ୍ୟ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିପାରିନାହାନ୍ତି। ଏହି ଇଭେଣ୍ଟର ଅଲିମ୍ପିକ କ୍ୱାଲିଫାଏ ମାର୍କ ୪୩. ୦୫ ସେକେଣ୍ଡ ରହିଥିବା ବେଳେ ଦୂତୀ ଓ ତାଙ୍କ ଅନ୍ୟସାଥୀ ପଛରେ ରହିଯାଇଥିଲେ।
ପୂର୍ବରୁ ୨୦୧୬ରେ ଅଲମାଟିରେ ମେରିଲିନ୍‌ କେ. ଜୋସେଫ, ଏଚ୍‌.ଏମ. ଜ୍ୟୋତି, ଶ୍ରାବଣୀ ନନ୍ଦ ଓ ଦୂତୀ ୪୩.୪୨ ସେକେଣ୍ଡ ସମୟ ନେଇ ରେକର୍ଡ କରିଥିଲେ। ଏହି ଇଭେଣ୍ଟରେ ମଧ୍ୟ ଦୂତୀ ଅନ୍ୟମାନଙ୍କ ସହ ପୁଣି ଥରେ ନିଜର ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟରେ ଭାରତ ବି’ ଦଳ ୪୮. ୦୨ ସେକେଣ୍ଡ ସମୟ ନେଇ ଦ୍ୱତୀୟ ଓ ମାଳଦ୍ୱୀପ ଦଳ ୫୦. ୭୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।
ଶଟ୍‌ପୁଟର ତେଜିନ୍ଦର ସିଂ ତୁର କିନ୍ତୁ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଛନ୍ତି। ତେଜିନ୍ଦର ୨୧. ୪୯ ମିଟର ଶଟ୍‌ପୁଟ ପିଙ୍ଗିଥିଲେ। ଅଲିମ୍ପିକ କ୍ୱାଲିଫାଇଂ ମାର୍କ ୨୧.୧୦ ମିଟର ରହିଥିବା ବେଳେ ସେ ଜାତୀୟ ରେକର୍ଡ ସହ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ପୂର୍ବରୁ ତେଜିନ୍ଦରଙ୍କ ନାମରେ ଜାତୀୟ ରେକର୍ଡ (୨୦.୯୨ ମିଟର) ରହିଥିଲା। ସେ ନିଜ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri