Posted inଖେଳ

ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ ଗ୍ରାଁ ପ୍ରିରେ ଦୂତୀ ନିଜ ଜାତୀୟ ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ ମଧ୍ୟ ଅଳ୍ପକେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଛନ୍ତି। ସୋମବାର ଅନୁଷ୍ଠିତ ୧୦୦ ମିଟର ରେସ୍‌ରେ ଦୂତୀ ୧୧.୧୭ ସେକେଣ୍ଡ ସମୟ ନେଇ ପ୍ରଥମ ହୋଇଥିଲେ। ଅଲିମ୍ପିକ କ୍ୱାଲିଫାଇଂ ମାର୍କ ୧୧.୧୫ ସେକେଣ୍ଡ ରହିଛି। ସେ ମାତ୍ର .୨ ସେକେଣ୍ଡ ପାଇଁ ସେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିପାରିନାହାନ୍ତି। ଏହି ଇଭେଣ୍ଟରେ କର୍ନାଟକର ଏ.ଟି. ଦାନେଶ୍ୱରୀ (୧୧.୪୮) ଓ ପଶ୍ଚିମବଙ୍ଗର ହିମାଶ୍ରୀ ରୟ (୧୧.୭୧) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଦୂତୀଙ୍କ ପାଖରେ ଏବେ ଆଉ ଏକ ସୁଯୋଗ ରହିଛି। ପଟିଆଲାରେ ଆଗାମୀ ୨୫ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୬୦ତମ ଇଣ୍ଟର-ଷ୍ଟେଟ୍‌ ଆଥଲେଟିକ ଚାମ୍ପିୟନଶିପ୍‌ରେ ଦୂତୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲର ସୁଯୋଗ ପାଇବେ। ଦୂତୀଙ୍କ ଏହି ସଫଳତାରେ ଓଡ଼ିଶା ଆଥଲେଟିକ ଆସୋସିଏଶନ (ଓଏଏ) ସମ୍ପାଦକ ଆଶୀର୍ବାଦ ବେହେରା ଖୁସି ଜାହିର କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ଆୟୋଜନ ହେବାକୁ ଥିବା ଇଣ୍ଟର-ଷ୍ଟେଟ ଆଥଲେଟିକ ଚାମ୍ପିୟନଶିପ୍‌ ପାଇଁ ଦୂତୀଙ୍କ ଶୁଭକାମନା କରିଛନ୍ତି। ଓଏଏର ଅଧ୍ୟକ୍ଷ ଶ୍ରୀନିବାସ ପଟ୍ଟନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ଦୂତୀ ଚାନ୍ଦ, ହିମା ଦାସ, ଏସ୍‌. ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁସେନ୍ଦ୍ରନଙ୍କୁ ନେଇ ଗଠିତ ମହିଳା ୪x୪୦୦ ମିଟର ରିଲେ ଦଳ ୪୩.୩୭ ସେକେଣ୍ଡ ସମୟ ନେଇ ରେସ୍‌ ଜିତି ରେକର୍ଡ କରିଥିଲେ ମଧ୍ୟ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିପାରିନାହାନ୍ତି। ଏହି ଇଭେଣ୍ଟର ଅଲିମ୍ପିକ କ୍ୱାଲିଫାଏ ମାର୍କ ୪୩. ୦୫ ସେକେଣ୍ଡ ରହିଥିବା ବେଳେ ଦୂତୀ ଓ ତାଙ୍କ ଅନ୍ୟସାଥୀ ପଛରେ ରହିଯାଇଥିଲେ।
ପୂର୍ବରୁ ୨୦୧୬ରେ ଅଲମାଟିରେ ମେରିଲିନ୍‌ କେ. ଜୋସେଫ, ଏଚ୍‌.ଏମ. ଜ୍ୟୋତି, ଶ୍ରାବଣୀ ନନ୍ଦ ଓ ଦୂତୀ ୪୩.୪୨ ସେକେଣ୍ଡ ସମୟ ନେଇ ରେକର୍ଡ କରିଥିଲେ। ଏହି ଇଭେଣ୍ଟରେ ମଧ୍ୟ ଦୂତୀ ଅନ୍ୟମାନଙ୍କ ସହ ପୁଣି ଥରେ ନିଜର ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟରେ ଭାରତ ବି’ ଦଳ ୪୮. ୦୨ ସେକେଣ୍ଡ ସମୟ ନେଇ ଦ୍ୱତୀୟ ଓ ମାଳଦ୍ୱୀପ ଦଳ ୫୦. ୭୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।
ଶଟ୍‌ପୁଟର ତେଜିନ୍ଦର ସିଂ ତୁର କିନ୍ତୁ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଛନ୍ତି। ତେଜିନ୍ଦର ୨୧. ୪୯ ମିଟର ଶଟ୍‌ପୁଟ ପିଙ୍ଗିଥିଲେ। ଅଲିମ୍ପିକ କ୍ୱାଲିଫାଇଂ ମାର୍କ ୨୧.୧୦ ମିଟର ରହିଥିବା ବେଳେ ସେ ଜାତୀୟ ରେକର୍ଡ ସହ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ପୂର୍ବରୁ ତେଜିନ୍ଦରଙ୍କ ନାମରେ ଜାତୀୟ ରେକର୍ଡ (୨୦.୯୨ ମିଟର) ରହିଥିଲା। ସେ ନିଜ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri