୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନଓ୍ବାଡି କର୍ମୀ

ବାଲିଗୁଡା,୮।୧୨(ଡି.ଏନ.ଏ.): ବାଲିଗୁଡା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀମାନେ ଗତମାସ ୨୧ତାରିଖରୁ କାର୍ଯ୍ୟବନ୍ଦ କରି ୮ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଏବଂ ସାହାର୍ଯ୍ୟକାରିଣୀଙ୍କୁ ସରକାରୀ ମାନ୍ୟତା, କର୍ମୀମାନଙ୍କୁ ୧୮ ହଜାର ଦରମା, ସାହାର୍ଯ୍ୟ କାରିଣୀଙ୍କୁ ୯ ହଜାର ଦରମା ଏବଂ ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ କରିବା ଆଦି ଦାବି ରହିଛି। ୍‌ନଗର ସଭାପତି ନିଲିମା ସିଦେଓ,ସମ୍ପାଦକ ପ୍ରଭାତି ପ୍ରଧାନଙ୍କ ସମେତ ଅନ୍ୟ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ା