ନିମ୍ନମାନର ପୋଷାକ, ଗ୍ୟାସ ଚୁଲା ଯୋଗାଣକୁ ନେଇ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ

ଛତ୍ରପୁର,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲା ଯୋଗାଣ ହେଉଥିବା ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ମଙ୍ଗଳବାର ଅଭିଯୋଗ ହୋଇଛି।

ମଙ୍ଗଳବାର ପ୍ରବଳ ଖରା ସତ୍ତ୍ୱେ ଶତାଧିକ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ଏକାଠି ହୋଇଥିଲେ। ପରେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରି କି ଏହି ଘଟଣାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି।