ଅଙ୍ଗନଓ୍ବାଡି ଚାଉଳ ହଡ଼ପ, ଠିକାଦାରଙ୍କ ଗୋଦାମ ସିଲ୍‌

ଧାମନଗର,୨୭।୧୧(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ଯୋଗାଉଥିବା ଚାଉଳ ହଡ଼ପ ଅଭିଯୋଗରେ ଠିକାଦାରଙ୍କ ଗୋଦାମକୁ ମଙ୍ଗଳବାର ସିଲ୍‌ କରାଯାଇଛି। ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପକ କୁମାର ଦାସ ସିଲ୍‌ କରିଛନ୍ତି। ଅପରାହ୍ନରେ ତହସିଲଦାର ଏକ ଟିମ୍‌ ଧରି ଧାମନଗର ଏନ୍‌ଏସିର ମୁନସିପାଟଣାରେ ଥିବା ଏହି ଗୋଦାମରେ ପହଞ୍ଚତ୍ ଦୁଇଟି ଦ୍ବାରରେ ଥିବା ତାଲାକୁ ଜଉମୁଦ ମାରି ସିଲ୍‌ କରିଥିଲେ।
ସୂଚନା ଅନୁଯାୟୀ, ବ୍ଲକର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଚାଉଳ ଯୋଗାଇବା ଲାଗି ମୁସିପାଟଣା ଅଞ୍ଚଳର ଜନୈକ ଠିକାଦାର ୨୦୨୦ରୁ ଚାଉଳ ବାଣ୍ଟିବା ପାଇଁ ଟେଣ୍ଡର ନେଇଥିଲେ। ସେ ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଚାଉଳ ଯୋଗାଇ ଆସୁଥିଲେ। ଆଇସିଡିଏସ୍‌ ଯୋଜନାର ଖାଦ୍ୟ ସାମଗ୍ରୀ ଯୋଗାଣ ନିୟମ ଅନୁସାରେ ଠିକାଦାର ନିର୍ଦ୍ଧାରିତ ଭାରତୀୟ ଖାଦ୍ୟ ନିଗମର ଗୋଦାମରୁ ଚାଉଳ ଉଠାଇବେ। ଏହାପରେ ନିଜ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଯୋଗାଇବେ। ହେଲେ ଠିକାଦାର ଜଣକ ସିଧା ଅଙ୍ଗନଓ୍ବାଡି କେନ୍ଦ୍ରରେ ଚାଉଳ ନ ବାଣ୍ଟି ନିଜ ଘର ପାଖରେ କରିଥିବା ଗୋଦାମରେ ରଖୁଥିଲେ। ଗୋଦାମରେ ରହୁଥିବା ଚାଉଳ ବସ୍ତାରୁ କିଛି କିଛି ଚାଉଳ ବାହାର କରି ନେଉଥିଲେ। ତା’ ପରେ ସେଠାରୁ ଛୋଟ ଗାଡ଼ିରେ ଚାଉଳ ବସ୍ତା ନେଇ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଉଥିଲେ। ଚାଉଳ ବସ୍ତାର ଓଜନ କମ୍‌ ରହୁଥିବା ନେଇ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏପରିକି ଠିକାଦାର ମଝିରେ ମଝିରେ ଗୋଟିଏ ଗୋଟିଏ ମାସ ଚାଉଳ ଆଦୌ ଦେଉ ନ ଥିଲେ ବୋଲି ଅଭିଯୋଗ ହେଉଥିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ଜିଲାପାଳଙ୍କ ପାଖରେ ଖବର ପହଞ୍ଚତ୍ଥିଲା। ଏହାର ତଦନ୍ତ କରିବାକୁ ସିଡିପିଓଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୂଆ ସିଡିପିଓ ଠିକାଦାରଙ୍କୁ ବାରମ୍ବାର ଡାକିଥିଲେ ବି ସେ ଯାଉ ନ ଥିଲେ। ସିଡିପିଓ ପାଣିଗ୍ରାହୀ ତହସିଲଦାରଙ୍କ ସହ ଚାଉଳ ଗୋଦାମରେ ଚଢ଼ାଉ କରିଛନ୍ତି। ଗୋଦାମରେ କେତେ ଚାଉଳ ଗଚ୍ଛିତ ଅଛି, ତାହା ସ୍ପଷ୍ଟ ହୋଇନାହିଁ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍‌ ଖୋଲାଯାଇ ଘଟଣାର ତଦନ୍ତ କରାଯିବ ବୋଲି ତହସିଲଦାର କହିଥିଲେ। ଗଚ୍ଛିତ ଥିବା ଚାଉଳ ଗତ ଜୁଲାଇ ଓ ଅଗଷ୍ଟର। ଅଧିକ ତଦନ୍ତ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ସିଡିପିଓ ପାଣିଗ୍ରାହୀ କହିଛନ୍ତି। ବାହାରେ ଥିବାରୁ ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ଟେଣ୍ଡର ନେଇଥିବା ଠିକାଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri