ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୩୧।୫(ଡି.ଏନ.ଏ)ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ସୁବିଧା ନ ଥିବାବେଳେ କର୍ମୀ ଓ ସହାୟକ ପଦବୀ ମଧ୍ୟ ଖାଲି ରହିଛି ା ଏଥିଲାଗି ବହୁ ଅଙ୍ଗନୱାଡି କେନ୍ଦ୍ର କାମଚଳାରେ ଚାଲିଛି ା ଅଙ୍ଗନୱାଡି କେନ୍ଦ୍ର ପାଇଁ ନୂତନ କୋଠା ନିର୍ମାଣ କାର୍ଯ୍ୟ ସରୁନଥିବା, କେତେକ ଆରମ୍ଭ ହେଉନଥିବା, ଜମି ଚିହ୍ନଟ ଅଧାପନ୍ତରିଆ ଥିବା ଯୋଗୁୂଁ ଅସ୍ଥା୍ରୟୀ କୋଠାରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି। ଯେଉଁସବୁ ଅଙ୍ଗନୱାଡି କେନ୍ଦ୍ରର ନୂତନ କୋଠା ନିର୍ମାଣ ହୋଇଛି ସେଠାରେ ମଧ୍ୟ ସମସ୍ତ ସୁବିଧା ନାହିଁ ା କେଉଁଠି କେନ୍ଦ୍ରର ପାଚେରୀ ନାହିଁ ତ ଆଉ କେଉଁଠି ପାନୀୟ ଜଳ ସୁବିଧା ନାହିଁ ା
ଏପରିକି ଆଉ କେଉଁଠି ବିଦ୍ୟୁତ ସୁବିଧା ନାହିଁ ା ଏଥିସହ କେତେକ ଅଙ୍ଗନୱାଡି କେନ୍ଦ୍ରରେ ରୋଷେଇ ଘର, ବିଦ୍ୟୁତ, ପାଇଖାନା ସୁବିଧା ମଧ୍ୟ ନାହିଁ। ଆହୁରି ଜଣାଯାଇଛି ଯେ, ଜିଲାରେ ପ୍ରସ୍ତାବିତ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ମଧ୍ୟରୁ ୫୪୨ କେନ୍ଦ୍ରର କୋଠା ନିର୍ମାଣ କାର୍ଯ୍ୟ ଏଯାବତ ଆରମ୍ଭ ହୋଇନି ା ଏସମ୍ବନ୍ଧୀୟ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି ା ବିଭିନ୍ନ କାରଣରୁ ପ୍ରସ୍ତାବିତ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ଆରମ୍ଭ ହୋଇନଥିବା ଜଣାପଡିଛି ା ଜିଲାରେ ୩୪ ଅଙ୍ଗନୱାଡି କର୍ମୀ ଓ ୪୩ ଟି ସହାୟକ ପଦବୀ ଖାଲିପଡିଛି ା ଜିଲାର ୬୪୭ ଅଙ୍ଗନୱାଡି କେନ୍ଦ୍ରରେ ପାଇଖାନା ନଥିବା ବେଳେ ୪୩୬ଟି କେନ୍ଦ୍ରରେ ପାନୀୟ ଜଳ ସୁବିଧା ନାହିଁ। ସେହିପରି ଜିଲାର ୨୦୨୨ଟି କେନ୍ଦ୍ରରେ ପାଚେରୀ ନାହିଁ। ଏଥିସହ ୨୦୯୮ଟି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନଥିବାବେଳେ ୧୬୧୧ କେନ୍ଦ୍ରରେ ରୋଷେଇ ଘର ନାହିଁ ା ସୂଚନା ଅନୁସାରେ, ଗଞ୍ଜାମ ଜିଲାରେ ଥିବା ୫୧୬୧ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ଏହାର ନୂତନ ଓ ସ୍ଥାୟୀ କୋଠା ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମଧ୍ୟ ବ୍ୟବସ୍ଥା ହୋଇ ମଞ୍ଜୁର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏଥିରୁ ୩୫୨୨ଟି ଅଙ୍ଗନୱାଡି କେନ୍ଦ୍ରର କୋଠାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦିଆଯାଇଛି। ତେବେ ଏଥିରୁ ୩୪୬୬ଟି ନୂତନ କୋଠା ହସ୍ତାନ୍ତର ହୋଇନି ା ଏଥିଲାଗି ଉକ୍ତ ନବନିର୍ମିତ କୋଠାରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାୟୀ ଭାବେ ଆରମ୍ଭ ହୋଇପାରୁନଥିବା ଜଣାପଡିଛି। ଏଥିସହ ୧୦୭୭ ଟି ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ କାର୍ଯ୍ୟ ଚାଲିଛି ା ୫୪୨ ଟି ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ କାମ ଆରମ୍ଭ ହୋଇନି ା ଆହୁରି ଜଣାଯାଇଛି ଯେ, ୧୮୭ ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଏଯାବତ ସ୍ଥାନ ଚିହ୍ନଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri