ଗଛ ତଳେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ମାଲକାନଗିରି,୧୯।୧୦(ଡି.ଏନ.ଏ.): ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା କିପରି ଗ୍ରାମରେ ପହହଞ୍ଚତ୍ବ ଏବଂ ଲୋକେ ଉପକଅତ ହେବେ ସେଥିପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ମାତ୍ର ସ୍ଥାନୀୟ କେତେକ ଅଧିକାରୀଙ୍କ ଅବହେଳା ଯୋଗୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ରଗେଇପୁସପାଲି ଗ୍ରାମରେ ଲୋକଙ୍କୁ ମିଳିପାରୁନି ମୌଳିକ ସୁବିଧା । ଏହି ଗ୍ରାମରେ ୩୫ଟି ପରିବାରର ୨୦୦ ଜଣ ଲୋକ ବସବାସ କରନ୍ତି। ଗ୍ରାମକୁ ଯାତାୟାତ ଲାଗି ଏଯାଏ ଭଲ ରାସ୍ତାଟି ନାହିଁ । ଫଳରେ ଲୋକେ ଗାଁ ପାଖ ଦେଇ ଯାଇଥିବା ନାଳ ଓ ଚେକ ଡ୍ୟାମ୍‌ ହୁଡାରେ ଯାତାୟତ କରୁଛନ୍ତି। କେହି ଅସସ୍ଥ ହୋଇପଡିଲେ ଗ୍ରାମପାଖକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିବା ଅସୁବିଧା ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମରେ ପିଇବା ପାଣି ସମସ୍ୟା ମଧ୍ୟ ରହିଛି। ଏଠାରେ ଦୁଇଟି ନଳକୂପ ରହିଥିବା ସତ୍ୱେ ସେଥିରୁ ଗୋଟିଏରୁ ଅଳ୍ପ ପାଣି ବାହାରିବା ପରେ ଆଉ ପାଣି ଆସୁନାହିଁ। ଅନ୍ୟ ଗୋଟିଏ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଛନ୍ତି। ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ ସହାୟକ ଅଛନ୍ତି। ୧୭ଜଣ ପିଲା ଆସୁଛନ୍ତି। ମାତ୍ର ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହଟିଏ ଏଯାଏ ନାହିଁ। ଫଳରେ କୁନି କୁନି ପିଲାଙ୍କୁ କର୍ମୀ ଜଣକ ନେଇ ଗ୍ରାମ ମଝିରେ ଥିବା ଗଛମୂଳେ ପାଠ ପଢାଇ କେନ୍ଦ୍ର ଚଳୂାଉଥିବା ଦେଖିବାକୁ ମିଳୁଛି। ବର୍ଷା ହେଲେ ଗ୍ରାମର ଜଣେ ଲୋକଙ୍କ ଘରେ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲୁଛି। ସେଠାରେ ପିଲାମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଥିବା କର୍ମୀ ଜରକ କହିଛନ୍ତି। ଏହି ଗ୍ରାମ ଦେଇ ପୁଜାରିଗୁଡା, କୁସୁରିଗୁଡା, ସିମାକୁଣ୍ଡା ଓ କାଳିଆମୁଣ୍ଡା ଆଦି ଗ୍ରାମର ଲୋକମାନେ ତାରଲାକୋଟା ପଞ୍ଚାୟତକୁ ନିଜ କାମ ପାଇଁ ଆସିଥାନ୍ତି। ରଗେଇ ପୁସପାଲି ଗ୍ରାମବାସୀ କୋରକୁଣ୍ଡା ବିଡିଓଙ୍କୁ ଦୁଇବର୍ଷ ତଳେ ଡାକି ଆଣି ଗ୍ରାମର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏଯାଏ ସେମାନଙ୍କ କୌଣସି ସମସ୍ୟା ସମାଧାନ ପ୍ରତି ବିଡିଓ ଗୁରୁତ୍ୱ ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ କୋରକୁଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମର ସମସ୍ୟାକୁଡିକ ସମାଧାନ କରାଯିବ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଅଙ୍ଗନଓ୍ବାଡି କେନ୍ଦ୍ରର ସମସ୍ୟା ବୁଝି ଏହାର ତୁରନ୍ତ ସମାଧାନ କରିବାକୁ ସିଡିପିଓଙ୍କୁ କୁହାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri