ପରିତ୍ୟକ୍ତ ଅବସ୍ଥାରେ ଅଧାପନ୍ତରିଆ ଅଙ୍ଗନୱାଡି କେନ୍ଦ୍ର, ଛୋଟ ଶିଶୁମାନେ…

ବୁଗୁଡ଼ା,୨୪ା୭(କାଳିଚରଣ ଦାଶ)-ବୁଗୁଡ଼ା ଏନଏସି ଅନ୍ତର୍ଗତ ୫ନଂ ୱାର୍ଡରେ ଜନସଂଖ୍ୟା ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଏଠାରେ ମାତ୍ର ଗୋଟିଏ ରହିଛି। ଏହି କେନ୍ଦ୍ରଟି ଅସଂପୂର୍ଣ୍ଣ ଥିବାରୁ କେନ୍ଦ୍ର ୬ନଂ ୱାର୍ଡରେ ଚାଲୁଛି। ୫ ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ମଧ୍ୟ ସେଠାରେ ପାଣି, ଶୌଚାଳୟ ବ୍ୟବସ୍ଥା ନାହିଁ। କେବଳ ବାହାର କବାଟ ବ୍ୟତୀତ ଭିତରେ କୌଣସି କବାଟ ଝରକା ଲାଗିନି। ଏତେ କାର୍ଯ୍ୟ ବାକି ଥିଲେ ସୁଦ୍ଧା ନିର୍ମାଣ ଦାୟିତ୍ୱ ନେଇଥିବା ବ୍ୟକ୍ତି ବିଲ୍‌ କରି ସବୁ ଟଙ୍କା ଉଠାଇ ନେଇଛନ୍ତି। ୬ନଂ. ୱାର୍ଡର ପ୍ରାଥମିକ ବିଦ୍ୟାଳୟର ଉପର ମହଲାରେ ଚାଲୁଥିବା ଏହି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୋଟ ଶିଶୁମାନେ ଉପର ମହଲାକୁ ଯିବାରେ ସମସ୍ୟା ଉପୁଜୁଛି। ଶିଢିରୁ କେହି କେବେ ପଡିଯିବାର ଆଶଙ୍କା ରହିଛି। ୫ ନଂ ୱାର୍ଡରୁ ୬ନଂ ୱାର୍ଡକୁ ଆସିବାକୁ ହେଲେ ମୁଖ୍ୟ ସଡ଼କ ପାରି ହୋଇ ଆସିବାକୁ ହେଉଥିବାରୁ ଅଧିକାଂଶ ଅଭିଭାବକ ସେମାନଙ୍କ ଶିଶୁଙ୍କୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛାଡିବାକୁ ରାଜି ହେଉନାହାନ୍ତି। ବର୍ତ୍ତମାନ ପୁରୁଣା ବାଲିପିଣ୍ଡି ସାହି କେନ୍ଦ୍ର ଅଧୀନରେ ଆସୁଥିବା ଏହି ୱାର୍ଡରେ ଅଙ୍ଗନୱାଡି କର୍ମୀ ସେବା ଯୋଗାଇବା କଷ୍ଟକର ହେଉଛି। ଗର୍ଭବତୀଙ୍କ ଟିକାକରଣ, ଶିଶୁ ଖାଦ୍ୟ ବଣ୍ଟନ, କିଶୋରୀ ବାଳିକାଙ୍କ ଯତ୍ନ, ଶିଶୁଙ୍କ ପାଠ ପଢା ଆଦରେ ବାଧା ଉପୁଜୁଛି। ତୁରନ୍ତ ନୂତନ ଭାବେ ନିର୍ମିତ କୋଠାରେ ବଳକା ଥିବା କାର୍ଯ୍ୟ ଶେଷ କରି ସେଠାରେ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ଏବଂ ଜନସଂଖ୍ୟା ଭିତ୍ତିରେ ଆଉ ଦୁଇଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ସିଡିପିଓ ବବିତା ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ସେ ଏ ସମ୍ପର୍କରେ ବୁଗୁଡ଼ା ଏନ୍‌ଏସି କାର୍ଯ୍ୟ ନିର୍ବହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିର୍ବାହୀ ଅଧିକାରୀ ଯାହା ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri