ପରିତ୍ୟକ୍ତ ଅବସ୍ଥାରେ ଅଧାପନ୍ତରିଆ ଅଙ୍ଗନୱାଡି କେନ୍ଦ୍ର, ଛୋଟ ଶିଶୁମାନେ…

ବୁଗୁଡ଼ା,୨୪ା୭(କାଳିଚରଣ ଦାଶ)-ବୁଗୁଡ଼ା ଏନଏସି ଅନ୍ତର୍ଗତ ୫ନଂ ୱାର୍ଡରେ ଜନସଂଖ୍ୟା ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଏଠାରେ ମାତ୍ର ଗୋଟିଏ ରହିଛି। ଏହି କେନ୍ଦ୍ରଟି ଅସଂପୂର୍ଣ୍ଣ ଥିବାରୁ କେନ୍ଦ୍ର ୬ନଂ ୱାର୍ଡରେ ଚାଲୁଛି। ୫ ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ମଧ୍ୟ ସେଠାରେ ପାଣି, ଶୌଚାଳୟ ବ୍ୟବସ୍ଥା ନାହିଁ। କେବଳ ବାହାର କବାଟ ବ୍ୟତୀତ ଭିତରେ କୌଣସି କବାଟ ଝରକା ଲାଗିନି। ଏତେ କାର୍ଯ୍ୟ ବାକି ଥିଲେ ସୁଦ୍ଧା ନିର୍ମାଣ ଦାୟିତ୍ୱ ନେଇଥିବା ବ୍ୟକ୍ତି ବିଲ୍‌ କରି ସବୁ ଟଙ୍କା ଉଠାଇ ନେଇଛନ୍ତି। ୬ନଂ. ୱାର୍ଡର ପ୍ରାଥମିକ ବିଦ୍ୟାଳୟର ଉପର ମହଲାରେ ଚାଲୁଥିବା ଏହି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୋଟ ଶିଶୁମାନେ ଉପର ମହଲାକୁ ଯିବାରେ ସମସ୍ୟା ଉପୁଜୁଛି। ଶିଢିରୁ କେହି କେବେ ପଡିଯିବାର ଆଶଙ୍କା ରହିଛି। ୫ ନଂ ୱାର୍ଡରୁ ୬ନଂ ୱାର୍ଡକୁ ଆସିବାକୁ ହେଲେ ମୁଖ୍ୟ ସଡ଼କ ପାରି ହୋଇ ଆସିବାକୁ ହେଉଥିବାରୁ ଅଧିକାଂଶ ଅଭିଭାବକ ସେମାନଙ୍କ ଶିଶୁଙ୍କୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛାଡିବାକୁ ରାଜି ହେଉନାହାନ୍ତି। ବର୍ତ୍ତମାନ ପୁରୁଣା ବାଲିପିଣ୍ଡି ସାହି କେନ୍ଦ୍ର ଅଧୀନରେ ଆସୁଥିବା ଏହି ୱାର୍ଡରେ ଅଙ୍ଗନୱାଡି କର୍ମୀ ସେବା ଯୋଗାଇବା କଷ୍ଟକର ହେଉଛି। ଗର୍ଭବତୀଙ୍କ ଟିକାକରଣ, ଶିଶୁ ଖାଦ୍ୟ ବଣ୍ଟନ, କିଶୋରୀ ବାଳିକାଙ୍କ ଯତ୍ନ, ଶିଶୁଙ୍କ ପାଠ ପଢା ଆଦରେ ବାଧା ଉପୁଜୁଛି। ତୁରନ୍ତ ନୂତନ ଭାବେ ନିର୍ମିତ କୋଠାରେ ବଳକା ଥିବା କାର୍ଯ୍ୟ ଶେଷ କରି ସେଠାରେ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ଏବଂ ଜନସଂଖ୍ୟା ଭିତ୍ତିରେ ଆଉ ଦୁଇଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ସିଡିପିଓ ବବିତା ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ସେ ଏ ସମ୍ପର୍କରେ ବୁଗୁଡ଼ା ଏନ୍‌ଏସି କାର୍ଯ୍ୟ ନିର୍ବହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିର୍ବାହୀ ଅଧିକାରୀ ଯାହା ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri