ମହିଳା, ଶିଶୁଙ୍କଠାରେ ରକ୍ତହୀନତା ବଢୁଛି

କେନ୍ଦ୍ରାପଡ଼ା,୧୩।୭ (ଜଗନ୍ନାଥ ଧଳ)ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି। ଏନ୍‌ଏଫ୍‌ଏଚ୍‌ଏସ୍‌- ୪ ତୁଳନାରେ ୬ ବର୍ଷ ମଧ୍ୟରେ ୧୬.୫ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ଅଧିକ ଶିକାର ହୋଇଥିବା ବେଳେ ଶିଶୁଙ୍କ ସଂଖ୍ୟା ୩୨.୮ ପ୍ରତିଶତ ବଢ଼ିଛି। ଏନ୍‌ଏଫ୍‌ଏଚ୍‌ଏସ୍‌୍‌- ୪ ସର୍ଭେରେ ଜିଲାରେ ଶିଶୁଙ୍କ ରକ୍ତହୀନତା ସଂଖ୍ୟାହାର ୨୬.୭ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌୍‌- ୫ରେ ଏହାର ସଂଖ୍ୟାହାର ୬୧.୫ ପ୍ରତିଶତ ହୋଇଛି। ସେହିପରି ନ୍ୟାଶନାଲ ହେଲ୍‌ଥ ସିଷ୍ଟମ ରିସୋର୍ସ ସେଣ୍ଟରର ୨୦୨୧ ହେଲ୍‌ଥ ଡୋସିଅର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ଏବେ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୮୬୦ ଅଛି। ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଉଦ୍‌ବେଗ ସ୍ଥିତିରେ ଅଛି। ୬୪.୭ ପ୍ରତିଶତ ମହିଳା ଏଥିପ୍ରତି ବିତସ୍ପୃହତା ଦେଖାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ୯୬.୭ ପ୍ରତିଶତ ମହିଳା ଶିଶୁ ଜନ୍ମ କରୁଥିଲେ ମଧ୍ୟ ୬.୫ ପ୍ରତିଶତ ଶିଶୁଙ୍କୁ ଟିକାକରଣ ହୋଇପାରୁନାହିଁ। ଉପକୂଳ ଅଞ୍ଚଳର କେନ୍ଦ୍ରାପଡ଼ା ଜିଲାରେ ମହିଳା ଓ ଶିଶୁଙ୍କ ଏହି ସ୍ବାସ୍ଥ୍ୟ ରିପୋର୍ଟ ଉଦ୍‌ବେଗଜନକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ସାମାଜିକ କର୍ମୀ ବାନାମ୍ବର ସାହୁ, ଜ୍ୟୋତିପ୍ରକାଶ ନାୟକ, ପିନାକୀ ସାମନ୍ତରାୟ ପ୍ରମୁଖ କହିଛନ୍ତି, ଏନ୍‌ଏଫ୍‌ଏଚ୍‌ଏସ୍‌୍‌- ୫ ସର୍ଭେ ରିପୋର୍ଟ ଜିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ପାରୁ ନ ଥିବା ଏଠାରେ ଦର୍ଶାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହ ରାଜ୍ୟ ସ୍ବାସ୍ଥ୍ୟ ମିଶନ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ମହିଳାଙ୍କ ପାଇଁ ସ୍ବାବଲମ୍ବୀ ଯୋଜନା ହେଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ ବହୁ ଅର୍ଥ ବିନିଯୋଗ କରାଯାଉଛି। ଏହାସତ୍ତ୍ୱେ ଜିଲାରେ ରକ୍ତହୀନତାରେ ମହିଳା ଓ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଖାଦ୍ୟ ସୁରକ୍ଷାରେ ରାଶନ ସାମଗ୍ରୀ ବ୍ୟତୀତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବିତରଣ, ଆଇରନ ଫୋଲିକ ଏସିଡ୍‌ ଆଦି ରକ୍ତହୀନତାରୁ ନିସ୍ତାର ପାଇଁ ମହିଳାଙ୍କୁ ଦିଆଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦର୍ଶାଉଛି। ବାସ୍ତବ ତଥ୍ୟ ହେଉଛି, ଜିଲାର ୧ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୨୧ଟି ମେଡିକାଲ ଶଯ୍ୟା ଅଛି। ସେହିପରି ଡାକ୍ତର ପଦବୀ ପାଇଁ ୨୨୪ଟି ସ୍ଥାନ ସୃଷ୍ଟି ହୋଇଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବୀ ପୂରଣ ହୋଇନାହିଁ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ୨୨୬ ସବ୍‌ସେଣ୍ଟର ମଧ୍ୟରୁ କେତେକ ସ୍ଥାନରେ ଏଏନ୍‌ଏମ୍‌ ନାହାନ୍ତି। ମହିଳାଙ୍କ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନ ହେଉଥିବା କେବଳ କାଗଜପତ୍ରରେ ସୀମିତ ରହୁଛି। ଜିଲାର ଉପାନ୍ତ ଅଞ୍ଚଳରେ ଥିବା ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇରେ ରକ୍ତହୀନତାରେ ଅଧିକ ମହିଳା ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏହି ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ଉଚିତ। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକଙ୍କୁ ପଚାରିବାରେ ୬ ବର୍ଷ ମଧ୍ୟରୁ ୨ ବର୍ଷ କରୋନା ସଂକ୍ରମଣ ଭୟ ରହିଥିଲା। ସ୍ଥାନୀୟ ସ୍ବାସ୍ଥ୍ୟ ଓ ଅଙ୍ଗନୱାଡି କର୍ମୀମାନେ ପ୍ରତ୍ୟେକ ମହିଳା ଏବଂ ଶିଶୁଙ୍କ ରକ୍ତହୀନତା ରୋଗର ନିରାକରଣ ପାଇଁ ଫୋଲିକ ଏସିଡ୍‌ ଓ ଅନ୍ୟ ଔଷଧ ବିତରଣ କରିଛନ୍ତି। ସରକାରୀ ଯୋଜନାରେ ମିଳିଥିବା ଔଷଧକୁ ମହିଳାମାନେ ବ୍ୟବହାର କରିଥିଲେ, ଏ ପ୍ରକାର ସ୍ଥିତି ଦେଖାଯାଇ ନ ଥାନ୍ତା। ଏହାବ୍ୟତୀତ ଉପାନ୍ତ ଅଞ୍ଚଳରେ ବହୁ ବଙ୍ଗଭାଷୀ ମହିଳାଙ୍କୁ ଏ ନେଇ ସଚେତନତା ସୃଷ୍ଟି କରିବାରେ ସମୟ ଲାଗୁଛି। ରାଜ୍ୟର ଅନ୍ୟ ଜିଲା ତୁଳନାରେ ଏଠାରେ ସ୍ଥିତି ଭଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri