Posted inଖେଳ

କର୍ବରଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଲେ ଆନେଲିନା

ପ୍ୟାରିସ, ୩୧।୫-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହୋଇଛି। ୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଏବଂ ପୂର୍ବତନ ନମ୍ବର ଓ୍ବାନ ଆଞ୍ଜେଲିକ୍‌ କର୍ବରଙ୍କୁ ହରାଇ ମହିଳା ସିଙ୍ଗଲ୍ସରେ ବିପର୍ଯ୍ୟୟ ଘଟାଇଛନ୍ତି ଆନେଲିନା କାଲିନିନା। ଆନେଲିନା ଜଣେ କ୍ୱାଲିଫାୟର ଖେଳାଳି ଏବଂ ପ୍ରଥମଥର ପାଇଁ ଫ୍ରେଞ୍ଚ ଓପନ ଖେଳିବା ସୁଯୋଗ ପାଇଛନ୍ତି। ତେବେ ଏହି ୧୩୯ ର଼୍ୟାଙ୍କପ୍ରାପ୍ତ ୟୁକ୍ରେନ ଟେନିସ ପ୍ରତିଭା ୬-୨, ୬-୪ ସେଟ୍‌ରେ ଜର୍ମାନୀର କର୍ବରଙ୍କୁ ପରାସ୍ତ କରି ପ୍ରଥମ ଦିବସରୁ ହିଁ ବିପର୍ଯ୍ୟୟ ଆରମ୍ଭ କରିଛନ୍ତି। ୨୦୧୬ରେ ଅଷ୍ଟ୍ରେଲିଆନ ଓପନ, ୟୁଏସ୍‌ ଓପନ ଏବଂ ୨୦୧୮ରେ ଓ୍ବିମ୍ବେଲଡନ ଟାଇଟଲ ଜିତିଥିବା କର୍ବର କେବେହେଲେ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିପାରି ନାହାନ୍ତି। ସେ ୨୦୧୨ ଓ ୨୦୧୮ରେ ସର୍ବାଧିକ ଫ୍ରେଞ୍ଚ୍‌ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଥିଲେ। ମହିଳା ସିଙ୍ଗଲ୍ସର ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ପେତ୍ରା କ୍ୱିଟୋଭା ୬-୭(୩/୭), ୭-୬(୭/୫), ୬-୧ ସେଟ୍‌ରେ ଗ୍ରିଟ୍‌ ମିନେନ, ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭା ୬-୪, ୬-୦ ସେଟ୍‌ରେ ଖ୍ରିଷ୍ଟିନା ମ୍ୟାକହାଲେ, ନାଓମି ଓସାକା ୬-୪, ୭-୬(୭/୪) ସେଟ୍‌ରେ ପ୍ୟାଟ୍ରିସିଆ ମାରିଆ ଟିଗ୍‌, ଡାନିଏଲ ରୋଜ୍‌ କଲିନ୍ସ ୬-୨, ୪-୬, ୬-୪ ସେଟ୍‌ରେ ଜିୟୁ ଓ୍ବାଙ୍ଗ୍‌ ଏବଂ ଏଲିନା ର଼୍ୟାବକିନା ୬-୪, ୬-୧ ସେଟ୍‌ରେ ଏଲିସା ଜ୍ୟାକମୋଟଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଫୋଗନିନି, ଅଗୁଟଙ୍କ ବିଜୟ ଅଭିଯାନ
ପୁରୁଷ ସିଙ୍ଗଲ୍ସରେ ଫାବିଓ ଫୋଗନିନି ୬-୪, ୬-୧, ୬-୪ ସେଟ୍‌ରେ ଗ୍ରେଗୋରି ବାରେରେ, ରବର୍ଟୋ ବାଉଟିଷ୍ଟା ଅଗୁଟ ୬-୪, ୬-୪, ୬-୨ ସେଟ୍‌ରେ ମାରିଓ ଭିଲେଲା ମାର୍ଟିନେଜ, ଗୁଇଡୋ ପେଲ୍ଲା ୬-୩, ୭-୬(୭/୪), ୭-୫ ସେଟ୍‌ରେ ଡାନିଏଲ ଇଲାହି ଗଲନ, ମିଓମିର କେକ୍‌ମାନୋଭିଚ୍‌ ୧-୬, ୬-୩, ୬-୪, ୬-୪ ସେଟ୍‌ରେ ଡାନ୍‌ ଇଭାନ୍ସଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri