Posted inUncategorized

ଆନ୍ଧ୍ରର ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନା ପଣ୍ଡ କଲା ଓଡ଼ିଶା

ପଟ୍ଟାଙ୍ଗି,୧୦ା୧୦(ଶରତ ଧଳ):ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ସରକାରୀ କର୍ମଚାରୀ ଓଡ଼ିଶାର ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ନିଜ ରାଜ୍ୟର ଚାଷୀଙ୍କ ପାଇଁ ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନାକୁ ଓଡ଼ିଶା ପଣ୍ଡ କରିଦେଇଛି। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ସୋମବାର ଘଟଣା ସ୍ଥଳରେ ପହଞ୍ଚତ୍ ଆନ୍ଧ୍ରର ସର୍ଭେରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏଥିରେ ନିୟୋଜିତ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ପରେ ସେମାନଙ୍କଠାରୁ ଲିଖିତ ରୂପେ ଲେଖି ରଖିବା ପରେ ଅଧିକାରୀମାନେ ସେମାନଙ୍କୁ ଛାଡ଼ିଛନ୍ତି।
ଖବରରୁ ଜଣାପଡିଛି, ବ୍ଲକ୍‌ର ସୁଙ୍କି, ରାଲେଗଡା ଓ ମାଡାୱାଲସା ପଞ୍ଚାୟତର ୧୪ଟି ଗ୍ରାମର ଗ୍ରାମବାସୀ ଗ୍ରାମ ନିକଟରେ ପ୍ରବାହିତ ପାହାଡି ନଦୀ ଉପରେ ନିର୍ଭର କରି ଚଳନ୍ତି। ଏହି ନଦୀ ଜଳରେ ସେମାନେ ଚାଷକରି ଜୀବିକା ନିର୍ବାହ କରନ୍ତି। ତେବେ ଆନ୍ଧ୍ର ନିଜ ରାଜ୍ୟ ଏବଂ ସୀମାନ୍ତ ଗ୍ରାମର ଚାଷୀଙ୍କ ପାଇଁ ମୁଙ୍ଗାରଗୁମି ଗ୍ରାମରେ ଏକ ଜଳସେଚନ ପ୍ରକଳ୍ପ ନେଇ ବନ୍ଧ ନିର୍ମାଣ କରିବାକୁ ଯୋଜନା କରି ଗତ ୨୬ରେ ଜମି ଚିହ୍ନଟ ସହ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲା। ଏ ସମ୍ପର୍କରେ କେବଳ ଧରିତ୍ରୀରେ ଖବର ପ୍ରକାଶ ପରେ ସୋମବାର ବ୍ଲକ୍‌ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଓ ରାଜସ୍ବ ସୁପରଭାଇଜର ଗୋଲକ ପରିଡ଼ା ସୁଙ୍କି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଉପସ୍ଥିତ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ତୁମ ରାଜସ୍ବ ଅଞ୍ଚଳରେ ଆନ୍ଧ୍ର ଘଟାଉଥିବା ଘଟଣା ଉପରେ କାହିଁକି ସୂଚନା ରଖୁନାହଁ ବୋଲି ପଚାରିଥିଲେ। ପରେ ଏଠାରୁ ସୁଙ୍କି ପୋଲିସକୁ ନେଇ ତହସିଲଦାର ଧାରୁଆ ଓ ସୁପରଭାଇଜର ପରିଡା ଆନ୍ଧ୍ର ବନ୍ଧ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତ କରୁଥିବା ମୁଙ୍ଗାରଗୁମି ଗ୍ରାମରେ ପହଞ୍ଚତ୍ ଆନ୍ଧ୍ରର ଚାଲିଥିବା ସର୍ଭେ କାର୍ଯ୍ୟ ବନ୍ଦ କରିଥିଲେ। ସର୍ଭେ କାର୍ଯ୍ୟରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ କରି ଏଥିରେ ନିୟୋଜିତ ତିନି କର୍ମଚାରୀ ମଧୁ ପାଟେଲ୍‌, ପୋରିକା ରାକେଶ ଏବଂ ରବି ଲାଲ୍‌ ବିଶ୍ୱକର୍ମାଙ୍କୁ ସୁଙ୍କି ଥାନାକୁ ଆଣି ଦୀର୍ଘ ସମୟ ଧରି ଅଟକ ରଖିଲେ। ପରେ ଅଟକ କର୍ମଚାରୀମାନେ ଲିଖିତ ପ୍ରତିଶ୍ରୁତି ଦେବାରୁ ସେମାନଙ୍କୁ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri