ଓଡ଼ିଶାରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଚାର

ପାତ୍ରପୁର,୧୨ା୨: ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ଥିଲା ପ୍ରଚାରର ଶେଷ ଦିନ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳର ବହୁ ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଛି। କେତେକ ଗ୍ରାମରେ ଆନ୍ଧ୍ର ପ୍ରଶାସନ ଧସେଇ ପଶି ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହ ଲୋକଙ୍କୁ ନିର୍ବାଚନରେ ସାମିଲ କରିଛି।
ତୁମ୍ବା ପଞ୍ଚାୟତ କୁଲାଡ଼ି ଓ ସାତପୁରି, ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗ୍ରାମବାସୀ ଆନ୍ଧ୍ରରୁ ସମସ୍ତ ସୁବିଧା ପାଇ ବର୍ତ୍ତମାନ ସେଠିକାର ନିର୍ବାଚନରେ ସାମିଲ ହୋଇଛନ୍ତି। କୁଲାଡ଼ି ଗ୍ରାମର ସାବିତ୍ରୀ ଶବର ୱାର୍ଡ଼ସଭ୍ୟା ଭାବେ ନିର୍ବାଚନ ଲଢୁଥିବା ବେଳେ ଖବର ପାଇ ଗୁରୁବାର ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସ ଓ ତହସିଲଦାର ଅମିତ କୁମାର ନାୟକଙ୍କ ସହ ଜରଡ଼ା ପୋଲିସ ଗ୍ରାମରେ ପହଞ୍ଚତ୍ ଥିଲେ। ଆନ୍ଧ୍ର ନିର୍ବାଚନରେ ସାମିଲ ନ ହେବାକୁ ଗ୍ରାମ ଲୋକଙ୍କୁ ଡାକି ବୁଝାଇଥିଲେ। ୱାର୍ଡ଼ସଭ୍ୟା ପ୍ରାର୍ଥୀ ସାବିତ୍ରୀଙ୍କୁ ଉଭୟ ଅଧିକାରୀ ପଚାରିବାରୁ ମୁଁ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇନାହିଁ, କେତେଜଣ ଆସି କାଗଜରେ ଟିପଚିହ୍ନ ନେଇଥିବା ସେ କହିଥିଲେ। ଏହି ସମୟରେ ଆନ୍ଧ୍ରର ନିର୍ବାଚନ ପ୍ରଚାର ଗାଡି ସହ ଏକ ବିରାଟ ବାଇକ୍‌ ରାଲି ଗଁାରେ ପ୍ରବେଶ କରି ଅଧିକାରୀଙ୍କ ଉପସ୍ଥିତିରେ ପ୍ରଚାର କରିଥିଲା। ଏହାପରେ ଗ୍ରାମବାସୀ ଆନ୍ଧ୍ର ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଲିଖିତ ଭାବେ ଅଧିକାରୀଙ୍କୁ ଜଣାଇଥିଲେ।
ପ୍ରକାଶ ଥାଉକି, ସୀମାନ୍ତରେ ଥିବା ଓଡ଼ିଶାର ସମ୍ପୃକ୍ତ ଗ୍ରାମବାସୀ ଆନ୍ଧ୍ରର ବିଭିନ୍ନ ଯୋଜନା ଯଥା ଆବାସ, ଶିକ୍ଷା, ସ୍ବାସ୍ଥ୍ୟସେବା, ବ୍ୟାଙ୍କ, ଭତ୍ତା, ବିଦ୍ୟୁତ୍‌, ରାଶନ ସାମଗ୍ରୀ ପାଉଛନ୍ତି। ଓଡ଼ିଶାର ବ୍ଲକ ଓ ପଞ୍ଚାୟତ ମୁଖ୍ୟାଳୟ ସମ୍ପୃକ୍ତ ଗ୍ରାମଠାରୁ ବହୁ ଦୂର ହେଉଥିବାରୁ ଯାତାୟାତରେ ସମସ୍ୟା ହେଉଛି। ଏହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ସମ୍ପୃକ୍ତ ଗ୍ରାମରେ ପହଞ୍ଚତ୍ ରାଶନ, ଭତ୍ତା ସହ ଅନ୍ୟାନ୍ୟ ସୁବିଧା ଯୋଗାଉଛି। ଫଳରେ ସେମାନେ ଆନ୍ଧ୍ର ପଟକୁ ଢଳୁଥିବା ଜଣାପଡିଛି। ପ୍ରତିବର୍ଷ ପ୍ରଶାସନ ବାରଣ ସତ୍ତ୍ୱେ ଏମାନେ ଲୁଚିଛପି ଆନ୍ଧ୍ରରେ ଯାଇ ଭୋଟ ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri