ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ । ଏହିପରି ଦୃଶ୍ୟ ପୁଣି କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମ, ଗଞ୍ଜେଇ ପଦର ପ୍ରମୁଖ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗୁରୁବାର ଆନ୍ଧ୍ର ରାଜ୍ୟର କିଛି ସରକାରୀ ଅଧିକାରୀ ଉକ୍ତ ସୀମାନ୍ତ ଗ୍ରାମଗୁଡିକରେ ପହଞ୍ଚି ନିଜ ରାଜ୍ୟର ରାସନ କାର୍ଡ  ଆଧାର କାର୍ଡକୁ ଆଧାରିତ କରି ପ୍ରଦାନ କରୁଥିବା ବେଳେ ଓଡ଼ିଶାର କୋଟିଆ ପଞ୍ଚାୟତ ସଦର ମହକୁମାରେ ରହିଥିବା ପୋଲିସ ଖବର ପାଇ ପହଞ୍ଚି ଆନ୍ଧ୍ର ରାଜ୍ୟର ଅଧିକାରୀଙ୍କୁ ବାରଣ କରି ଫେରିଯିବା ପାଇଁ କହିଥିଲେ। କିନ୍ତୁ ଏହି ସମୟରେ ଉପସ୍ଥିତ ଗ୍ରାମବାସୀ ଉକ୍ତ ପୋଲିସମାନଙ୍କୁ କାହିଁକି ତୁମେ ମନା କରୁଛ ପ୍ରଶ୍ନ କରି ଆମେ ଆନ୍ଧ୍ର ସହ ରହିଛୁ ଆନ୍ଧ୍ର ରାଜ୍ୟ ପକ୍ଷରୁ ଆମକୁ ରାସନ କାର୍ଡ ପ୍ରଦାନ କରାଗଲେ କିଛି ଅସୁବିଧା ନାହିଁ ବୋଲି ଉତ୍ତର ରଖିଥିଲେ । ଗ୍ରାମବାସୀଙ୍କ ଏହିପରି ପ୍ରତିକ୍ରିୟା ଦେଖି ଉକ୍ତ ସ୍ଥାନରୁ ପୋଲିସ ଫେରି ଆସିଥିଲେ ।
ଆନ୍ଧ୍ରର ଏହିପରି ବାରମ୍ବାର ଅନୁପ୍ରବେଶ ରାଜ୍ୟ ସରକାରଙ୍କ ଉପରେ କୈଣସି ଫରକ ପଡି ନ ଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କୋଟିଆବାସୀ ଆମ ସହିତ ଅଛନ୍ତି ଆମ ସହ ରହିବେ । ସେମାନେ ଡରାଇ ଧମକାଇ ଆମ ଲୋକଙ୍କୁ ନେଇ ପାରିବେ ନାହିଁ। କୋଟିଆର ସମ୍ପୂର୍ଣ୍ଣ ଅଞ୍ଚଳ ଆମ ସହ ରହିବ। ସେହିଭଳି ଏହାର ପ୍ରଭାବ ଉକ୍ତ ରାଜ୍ୟ ଉପରେ କୈଣସି ପ୍ରଭାବ ପକାଇବ ନାହିଁ ବୋଲି ଉପର ସେମ୍ବି ଗ୍ରାମବାସୀ କହିଛନ୍ତି । ସେପଟେ ରାଜସ୍ବ ମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ କୋଟିଆକୁ ଦୁଇ ଦୁଇଥର ଗସ୍ତ କରିଥିବା ସହ ଯୋଗାଣ ମନ୍ତ୍ରୀ ଥରେ ଗସ୍ତ କରିଥିଲେ ମଧ୍ୟ ପଞ୍ଚାୟତବାସୀଙ୍କ ଉପରେ କୈଣସି ଫରକ ପଡି ନ ଥିବା ସହ ଅନୁପ୍ରବେଶକାରୀ ଆନ୍ଧ୍ର ରାଜ୍ୟ ଉପରେ ମଧ୍ୟ କିଛି ପ୍ରଭାବ ପଡିନାହିଁ।

କାରଣ ଗତ ୨୪ତାରିଖ ଦିନ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କୋଟିଆ ପଞ୍ଚାୟତ ଗସ୍ତ କରି ଫେରିବାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର ଆନ୍ଧ୍ର ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଜନସେନା ଦଳର କର୍ମକର୍ତ୍ତା ଓ କର୍ମୀ ଅନୁପ୍ରବେଶ କରି ଓଡ଼ିଶା ସରକାର ଏବଂ ବ୍ଲକ ପ୍ରଶାସନକୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଥିବା ପରି ହୋଇଥିବା ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri