ଓଡ଼ିଶାର ୪ ସୀମାନ୍ତ ଗାଁକୁ ଆନ୍ଧ୍ରର ସନ୍ଧି ଚିହ୍ନଟ: ମୁଖିଆଙ୍କୁ ୧୮୯୮ର ତମ୍ବାପଟ୍ଟା

ପଟ୍ଟାଙ୍ଗି, ୧୪ା୮(ଶରତ କୁମାର ଧଳ): ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଓଡ଼ିଶାର ଗ୍ରାମଗୁଡ଼ିକୁ ନିଜର ଅଞ୍ଚଳ ଦର୍ଶାଇବାକୁ ଆନ୍ଧ୍ର ସରକାର ଦୀର୍ଘବର୍ଷ ଧରି ଅନେକ ଫନ୍ଦିଫିକର କରି ଆସୁଛନ୍ତି। ଏନେଇ ଅନେକ ବିବାଦ ସୃଷ୍ଟି ହୋଇଥିବାବେଳେ ମାମଲା ମଧ୍ୟ ବିଚାରାଧୀନ ରହିଛି। ଆନ୍ଧ୍ରର ସେହି ଅଭ୍ୟାସ ବନ୍ଦ ହେଉନାହିଁ। ଏବେ ତେଲୁଗୁ ଭାଷାରେ ଲିଖିତ ୧୮୯୮ ମସିହାର ଏକ ତମ୍ବାପଟ୍ଟା ସମ୍ପର୍କରେ ଜଣାପଡ଼ିଛି, ଯେଉଁଥିରେ ଓଡ଼ିଶାର ୪ ଗ୍ରାମକୁ ଆନ୍ଧ୍ର ସୀମାନ୍ତ ସନ୍ଧି ଭାବେ ଚିହ୍ନଟ କରାଯାଇଛି। ଏହା ମାଧ୍ୟମରେ ଆନ୍ଧ୍ର ଉକ୍ତ ୪ ଗ୍ରାମକୁ ନିଜ ଅଞ୍ଚଳ ଦର୍ଶାଇବା ପାଇଁ ଚକ୍ରାନ୍ତ ଚଳାଇଛି। ସେହି ଗ୍ରାମର ଲୋକଙ୍କୁ କେତେକ ସରକାରୀ ସୁବିଧାସୁଯୋଗ ଦେଇ ନିଜ ରାଜ୍ୟର ବାସିନ୍ଦା ଦର୍ଶାଇବାକୁ ଆନ୍ଧ୍ର ଉଦ୍ୟମ କରୁଥିବା ଜଣାପଡ଼ିଛି। ସେହି ୪ ଗ୍ରାମ ହେଲା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ତଥା ଓଡିଶା ଅଧୀନରେ ଥିବା କାରିଡ଼ି, ପିଲକାବିଟ୍ରା, ବଡବିଟ୍ରା ଓ ରାଇପାଡୁ।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ତମ୍ବାପଟ୍ଟା ୪ ଗ୍ରାମର ଜଣେ ଲେଖାଏ ଲୋକଙ୍କୁ ଦିଆଯାଇଥିଲା। ସେଥିରେ ଗ୍ରାମର କେତେଜଣ ମୁରବି ଲୋକଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ସେହି ତମ୍ବାପଟ୍ଟାକୁ ଧରି ଉପରୋକ୍ତ ୪ ଗାଁର ଲୋକମାନେ ଆନ୍ଧ୍ର ସରକାର ବା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପାଖରେ ପହଞ୍ଚି ସେମାନେ ପୂର୍ବ ପୁରୁଷରୁ ନିଜର ପରିଚୟପତ୍ର ଭାବେ ଉକ୍ତ ତମ୍ବାପଟ୍ଟା ପାଇଥିତ୍ବା ଦର୍ଶାଉଛନ୍ତି। ଏହା ମାଧ୍ୟମରେ ସେମାନେ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବି କରିବା ସହ ସୁବିଧାସୁଯୋଗ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ସେହି ତମ୍ବାପଟ୍ଟା ପାଇଥିବା କାରିଡ଼ି ଗ୍ରାମର ଜଣେ ବ୍ୟକ୍ତିଙ୍କ ଉତ୍ତରାଧିକାରୀ କିମିଆ ପାଙ୍ଗୀ (୫୦) କହିଛନ୍ତି, ବ୍ରିଟିଶ ସରକାର ସମୟରେ ଆନ୍ଧ୍ର ରାଜ୍ୟ ଶ୍ରୀକାକୁଲମ୍‌ ଜିଲାରେ ଥିଲା। ସେତେବେଳେ ମାକୁଆ ଥାନା ଅଧୀନରେ ଓଡ଼ିଶା ସୀମାନ୍ତରେ ଥିବା କାରିଡି, ବିଲକାବିଟ୍ରା, ବଡ଼ବିଟ୍ରା ଓ ରାଇପାଡୁକୁ ସନ୍ଧି ଭାବେ ଚିହ୍ନଟକରି ଉକ୍ତ ପଟ୍ଟା ପ୍ରଦାନ କରାଯାଇଥିଲା। କାରିଡ଼ି ଗାଁ ତରଫରୁ କିମିଆଙ୍କ ଜେଜେବାପା ଉକ୍ତ ତମ୍ବା ପଟ୍ଟା ପାଇଥିବା ସେ କହିଛନ୍ତି। ତାଙ୍କ କହିବାନୁଯାୟୀ ପୂର୍ବପୁରୁଷଙ୍କ ସମୟରେ ପ୍ରତିବର୍ଷ ଦଶହରାରେ ଆନ୍ଧ୍ରର ସାରିକିକୁ ସେତେବେଳର ବିଧାୟକ ଡିପେଲି ସୁରି ଦୋରା ଉପରୋକ୍ତ ଗ୍ରାମର ମୁଖ୍ୟ ବ୍ୟକ୍ତିମାନଙ୍କୁ ଡକାଇ ସୁଖଦୁଃଖ ବୁଝି ଆର୍ଥିକ ସହାୟତା ଦେଉଥିଲେ। ଏହାସହ ଗ୍ରାମକୁ ଫେରିବା ପାଇଁ ସହଯୋଗ କରି ଆସୁଥିଲେ। କିନ୍ତୁ ମାଡ୍ରାସ ପ୍ରେସିଡେନ୍ସି ଆଇନ ବଦଳିବା ପରେ ବିଜୟନଗରମ୍‌କୁ ଜିଲା ଭାବେ ଘୋଷଣା ହେବା ପରେ ଦଶହରା ସମୟରେ ଡକାଇବା ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। କିନ୍ତୁ ଆନ୍ଧ୍ରର ସରକାରୀ ଅଧିକାରୀ ବା କର୍ମଚାରୀ ଆମମାନଙ୍କ ଯୋଗାଯୋଗରେ ରହିଛନ୍ତି ବୋଲି କିମିଆ କହିଛନ୍ତି।
ଅନ୍ୟପକ୍ଷରେ ୨ ବର୍ଷ ପୂର୍ବେ ଆନ୍ଧ୍ର ସରକାର କେତେକ ନୂତନ ଜିଲା ଘୋଷଣା କରିବା ପରେ ବର୍ତ୍ତମାନ ଓଡ଼ିଶାର ଉପରୋକ୍ତ ସୀମାନ୍ତ ଗ୍ରାମଗୁଡ଼ିକ ମାନ୍ୟମ୍‌ ଜିଲା ପାର୍ବତୀପୁରମ୍‌ ଅଧୀନରେ ରଖାଯାଇଛି। କାରିଡି, ଏଟିଗାବଡ଼ର ଓ ରାଇପାଡୁ ଓଡ଼ିଶାର ସୀମାନ୍ତରେ ଥିବାବେଳେ ଆନ୍ଧ୍ରର ଚମ୍ପେଙ୍ଗପାଡୁ ପଞ୍ଚାୟତ ସାଲୁର୍‌ ବ୍ଲକ ଅଧୀନରେ ରହିଛି, ଯାହାକି କାରିଡ଼ି ଗ୍ରାମରୁ ୪ କି.ମି.ଦୂରରେ ରହିଛି। ଚଲା ବାଟଦେଇ ଚମ୍ପେଙ୍ଗପାଡ଼ୁ ପଞ୍ଚାୟତରେ ପହଞ୍ଚିବାକୁ ପଡ଼ିଥାଏ ବୋଲି କିମିଆ କହିଛନ୍ତି। କିମିଆଙ୍କ ଭଳି ବିଲକାବିଟ୍ରାର ତାମାୟା ନାୟକ, ବଡ଼ବିଟ୍ରାର କ୍ରିଷ୍ଣା ମାରି ଓ ରାଇପାଡୁର ହରି ହନ୍ତାଳଙ୍କ ପୂର୍ବ ପୁରୁଷ ଏହି ତମ୍ବାପଟ୍ଟା ପାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟ୍‌ନି ନାଁରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର

ଭବାନୀପାଟଣା,୨୧ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ମାସେ ବିତିଯାଇଛି। ଆସନ୍ତା ୩୦ରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ…

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ…

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri