ସୁପ୍ରିମକୋର୍ଟଙ୍କ ରାୟକୁ ଗୁରୁତ୍ୱ ଦେଉନି ଆନ୍ଧ୍ର

ପଟ୍ଟାଙ୍ଗୀ,୮ା୯(ଡି.ଏନ୍‌.ଏ.):ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ଲାଗି ରହିଥିବା ବିବାଦ ରାଜନୈତିକ ସ୍ତରରେ ଆଲୋଚନାକରି ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାରଙ୍କୁ ନିକଟରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କୋର୍ଟ ମାମଲାର ଶୁଣାଣି କରିବେ ବୋଲି କହିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟର କୌଣସି ପ୍ରଭାବ ଆନ୍ଧ୍ର ଉପରେ ପଡ଼ି ନ ଥିବା ଦେଖିବାକୁ ମିଳିଛି।
ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମଧ୍ୟ ଆନ୍ଧ୍ର ପୁଣି ସୋମବାର କୋଟିଆର ନେରେଡିବାଲସା ଗ୍ରାମରେ ଅଭିଯୋଗ ଶୁଣାଣି ଦିବସ ସ୍ପନ୍ଦନା କାର୍ଯ୍ୟକ୍ରମ କରିଛି। ଗ୍ରାମବାସୀଙ୍କଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗପତ୍ର ଗ୍ରହଣ କରିଛି। ନେରେଡିବାଲସା ଗ୍ରାମ ଆନ୍ଧ୍ର ପୋଲିସ ଅଧୀନରେ ଥିବା ଦର୍ଶାଇ କୋଟିଆ ପଞ୍ଚାୟତ ପାଇଁ ଥିବା ଏସ୍‌ଆଇ ରୋହିନି ପାତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଛି। ଏହି ସମୟରେ ନେରେଡିବାଲସା ସମେତ ଧୂଳିପଦର, ଉପରସେମ୍ବି, ତଳସେମ୍ବି ଗ୍ରାମର ଲୋକେ ସାଲୁରୁକୁ ପ୍ରତ୍ୟହ ଯାତାୟାତ ଲାଗି ଏକ ବସ୍‌ ଚଳାଚଳ ପାଇଁ ଦାବି ଜଣାଇଥିଲେ। ସପ୍ତାହକୁ ୨/୩ ଦିନ ସ୍ବାସ୍ଥ୍ୟସେବା ଶିବିର କରିବା, ଜାତିଗତ ପ୍ରମାଣପତ୍ର ଓ ପାନୀୟ ଜଳ ଯୋଗାଣ ସୁବିଧା କରିବା ଲାଗି ଗ୍ରାମବାସୀ ଆନ୍ଧ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ। ନେରେଡିବାଲସା ଗ୍ରାମର ଦୁଇଭଉଣୀ ରହୁଥିବା ଘର ଉପରେ ତେନ୍ତୁଳି ଗଛ ପଡି ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଜାଣିବା ପରେ ଏସ୍‌ଆଇ ପାତି ଦୁଇ ଭଉଣୀଙ୍କ ନିକଟରେ ପହଞ୍ଚତ୍ ଆଲୋଚନା କରିଥିଲେ। ଏନେଇ ଏକ ରିପୋର୍ଟ ବିଜୟନଗରମ ଜିଲା ପୋଲିସ ପ୍ରଶାସନକୁ ଦେଇଥିଲେ। ତେବେ ଏହି ସମୟରେ ଦୁଇ ଭଉଣୀ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ସେମାନେ ୧୦ ହଜାର ଟଙ୍କା ଆର୍ଥତ୍କ ସହାୟତା ପାଇଥିବା କହିବାରୁ ଏସ୍‌ଆଇ ପାତି ଉଭୟଙ୍କୁ କିଛି ଅର୍ଥ ସହାୟତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri