ବର୍ଷେ ହେଲା ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ରାସ୍ତା

ଗୁଣପୁର,୨୩ା୨: ଓଡ଼ିଶାର ସୀମା ଅସୁରକ୍ଷିତ ହୋଇପଡ଼ିଛି। ଆନ୍ଧ୍ର ଚଞ୍ଚକତା କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡ଼ିଚାଲିଛି। ଓଡ଼ିଶା ସୀମାବର୍ତ୍ତୀ ଗ୍ରାମ ଉପରେ ଆନ୍ଧ୍ରର ଦାଦାଗିରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଯୋଡ଼ିହୋଇଛି ଆଉ ଏକ ଗ୍ରାମ। ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ ମରମା ପଞ୍ଚାୟତର କତାଗଡାଠାରୁ ମାତ୍ର ୨ କି.ମି. ଦୂରେରେ ଥିବା ଇରିଡ଼ି ଘାଟିରେ ଆନ୍ଧ୍ର ରାସ୍ତା ନିର୍ମାଣ କରିଥିବା ଘଟଣା ପଦାକୁ ଆସିଛି। ଆନ୍ଧ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପକ୍କାରାସ୍ତା ନିର୍ମାଣ ହୋଇଛି। ଏହି ରାସ୍ତାର ଅଧିକାଂଶ କାମ ସରିଥିବା ବେଳେ ପିଚୁ କାମ ବାକି ରହିଛି।
ଆନ୍ଧ୍ର ଓଡ଼ିଶାର ୧କି.ମି.ରୁ ଊର୍ଦ୍ଧ୍ୱ ସୀମାନ୍ତ ଜମିରେ ପଶି ରାସ୍ତା ନିର୍ମାଣ କରିଥିବା ଜଣାପଡ଼ିଛି। କଲଭର୍ଟ ନିର୍ମାଣ ସହ ଅଧିକାଂଶ ରାସ୍ତା କାମ ହୋଇସାରିଛି। ପଥର ଫଟାଇ, ଗଛ କାଟି ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେହି ଅଞ୍ଚଳରେ ରାସ୍ତାକାମ ଚାଲିଛି। ହେଲେ ବିଡ଼ମ୍ବନାର ବିଷୟ ହେଲା ଏତେକାଂଶରେ କାମ ସରିଥିଲେ ମଧ୍ୟ ସ୍ଥାନୀୟସ୍ତରରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀ ଯଥା ରାଜସ୍ବ, ପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ ଟେର ପାଇଲେ ନାହିଁ। ତେଣୁ ବିଭାଗଗୁଡ଼ିକର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ଗୁଣପୁର ଉପଜିଲାପାଳ ସୋନାଲ୍‌ ଜେନା ଜାଣି ଶନିବାର ସ୍ଥାନୀୟ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସୀମା ସୁରକ୍ଷିତ ରଖିବା ସହ ସୀମା ଫଳକ ଲଗାଇବା ନିମନ୍ତେ ବ୍ଲକ୍‌ ଏବଂ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳଙ୍କ ଗସ୍ତ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଅନ୍ୟପକ୍ଷରେ ସୀମା ସ୍ଥାନରେ ମରମା ପଞ୍ଚାୟତ ପକ୍ଷରୁ ଫଳକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ଗୁଣପୁର ଉପଜିଲାପାଳ ସୋନାଲ୍‌ ଜେନାଙ୍କୁ ପଚାରିବାରୁ ପ୍ରଶାସନର ଦୋଷ ତୃଟି ଏବଂ ଅବହେଳାକୁ ସ୍ବୀକାର କରିଛନ୍ତି। ଜିଲାପାଳଙ୍କୁ ଫଟୋ ସହ ସମସ୍ତ ତଥ୍ୟ ପଠାଯାଇଥିବା କହିଛନ୍ତି। ତେବେ ଜିଲାପାଳ ଏବଂ ରାଜ୍ୟ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri