ଆନ୍ଧ୍ର-ଓଡ଼ିଶା ପ୍ରଶାସନଙ୍କ ଆଲୋଚନା ଭିଡିଓ ଭାଇରାଲ

ପଟ୍ଟାଙ୍ଗି,୨୮ା୩(ଶରତ ଧଳ)ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର- ଓଡ଼ିଶା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ସେ ନେଇ ଉଭୟ ପ୍ରଶାସନ ମଧ୍ୟରେ ଆଲୋଚନାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏ ନେଇ ଆନ୍ଧ୍ର ପାର୍ବତୀପୁରମ୍‌ ମାନ୍ୟମ୍‌ ଜିଲାପାଳ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଉଥିବା ଦେଖିବାକୁ ମିଳିଛି।
ସୂଚନାଅନୁଯାୟୀ, ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ପଞ୍ଚାୟତରେ ଥିବା ୯ଟି ବୁଥ୍‌ରେ କିପରି ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇପାରିବ ସେନେଇ ଆନ୍ଧ୍ର ସରକାର କୋରାପୁଟ ଜିଲା ପ୍ରଶାସନ ସହଯୋଗ କରିବ ବୋଲି ନିଜ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖବରଦାତା ସମ୍ମିଳନୀ କରି ପାର୍ବତୀପୁରମ୍‌ ଜିଲାପାଳ ସୂଚନା ଦେଉଛନ୍ତି। ଅନୁରୂପ ଆନ୍ଧ୍ର ରାଜ୍ୟ ପକ୍ଷରୁ ଉକ୍ତ ପଞ୍ଚାୟତରେ ଥିବା ୩ ବୁଥ୍‌ରେ ଯେପରି ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇପାରିବ ସେ ନେଇ କୋରାପୁଟ ଜିଲା ପ୍ରଶାସନ ସହମତି ପ୍ରକାଶ କରିଥିବା ନେଇ ଉକ୍ତ ଭିଡିଓରେ ଆନ୍ଧ୍ର ଜିଲାପାଳ କହୁଥିବା ଦେଖିବାକୁ ମିଳିଛି। ଉଭୟ ରାଜ୍ୟର ଜିଲା ପ୍ରଶାସନ କୋଟିଆ ପଞ୍ଚାୟତ ଭୋଟର୍‌ମାନେ ଯେପରି ନିଜ ନିଜର ମତଦାନ ସାବ୍ୟସ୍ତ କରିବାରେ ପ୍ରଭାବିତ ହେବେ ନାହିଁ ଓ ଉଭୟ ଜିଲା ପ୍ରଶାସନ ମଧ୍ୟରେ ବୁଝାମଣା ହୋଇ ଏଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିବା ଆନ୍ଧ୍ର ଜିଲାପାଳ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି ।
ଏ ସମ୍ପର୍କରେ କୋରାପୁଟ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ ପଚାରିବାରୁ ପୂର୍ବରୁ ସୀମାନ୍ତ ପଞ୍ଚାୟତରେ ଯେପରି ନିବର୍ର୍ାଚନ ହୋଇଥିଲା ଚଳିତ ନିର୍ବାଚନ ମଧ୍ୟ ସେହିପରି ପରିଚାଳିତ ହେବ। କିନ୍ତୁ ଆନ୍ଧ୍ରର କୌଣସି ବୁଥ୍‌ ଓଡ଼ଶା ସୀମାନ୍ତ ଭିତରେ ନାହିଁ। କେବଳ ନେରେଡିବାଲ୍‌ସା ବୁଥ୍‌ ଆନ୍ଧ୍ରରେ ରହିଛି। କୋଟିଆ ପଞ୍ଚାୟତର ସମସ୍ତ ଗଁା ଓଡ଼ିଶା ଭିତରେ ଅଛି। ନିକଟରେ ଆନ୍ଧ୍ର -ଓଡ଼ିଶା ମଧ୍ୟରେ ଏକ କୋର୍ଡିନେଶନ ବୈଠକ ହୋଇଥିଲା। ଯେଉଁଥିରେ କି ଉକ୍ତ ଭିଡିଓ ଯାହା ଭାଇରାଲ ହେଉଛି ତାହା ଆଲୋଚନା ହୋଇଥିବା ଜିଲାପାଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri