ନାମାଙ୍କନପତ୍ର ଦାଖଲ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନା ଦୋରା

ପଟାଙ୍ଗି,୨୦ା୪(ଶରତ ଧଳ): ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ନେଇ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳର ବିଧାୟକ ଏବଂ ଏମ୍‌ପି ପ୍ରାର୍ଥୀ ନିଜ ନିଜର ନାମାଙ୍କନପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ଭୋଟରଙ୍କ ଭୋଟ୍‌ ହାତେଇବା ପାଇଁ ମୁଖ୍ୟ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଏହିପରି ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶାର ଉକ୍ତ ଜିଲାର ପଟାଙ୍ଗି ବ୍ଲକ ସୀମାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍‌ ମାନ୍ୟାମ ଜିଲା ଅଧୀନରେ ରହିଥିବା ସାଲୁର୍‌ ବିଧାନସଭା ଏବଂ ଆରୁକୁ ଲୋକ ସଭା କ୍ଷେତ୍ରରେ।
ସୂଚନାନୁଯାୟୀ, ମେ’ ମାସର ପ୍ରଥମ ପର୍ଯ୍ୟାୟର ୧୩ ତାରିଖରେ ଦୁଇଟି ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ ହେଉଥିବା ବେଳେ ଏହାକୁ ନେଇ ଓଡ଼ିଶାର କୋରାପୁଟ ଜିଲା ତଥା ପଟାଙ୍ଗି ବ୍ଲକ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ସେପଟେ ଆନ୍ଧ୍ର ରାଜ୍ୟର ଉପରୋକ୍ତ ଜିଲା ତଥା ସାଲୁର୍‌ ବ୍ଲକ ପ୍ରଶାସନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡ଼ିଛି। ଯାହାକି ଏହି ଦୁଇ ରାଜ୍ୟର ଦୁଇଟି ଜିଲା ଓ ବ୍ଲକ ପ୍ରଶାସନ ଅଧୀନରେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଏହାକୁ ନେଇ ଉଭୟ ସୀମାନ୍ତବାସୀଙ୍କ ଭୋଟ୍‌ ହାତେଇବା ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଓଡ଼ିଶାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ ନିମନ୍ତେ ଶୁକ୍ରବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ନିଜ ନାମାଙ୍କନପତ୍ର କୋରାପୁଟ ଜିଲା ପ୍ରଶାସନଙ୍କ ନିକଟରେ ଦାଖଲ କରିଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗି ୨୨ରେ ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଭାଜପା ଦଳର ବିଧାୟକ ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ମଧ୍ୟ ୨୪ ତାରିଖ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସେପଟେ କିନ୍ତୁ ଆନ୍ଧ୍ର ରାଜ୍ୟର ସାଲୁର୍‌ ନିର୍ବାଚନ ମଣ୍ଡଳୀ ପାଇଁ ଶୁକ୍ରବାର ଶାସକ ଦଳର ଓ୍ବାଇସିପି ବିଧାୟକ ପ୍ରାର୍ଥୀ ତଥା ଉପମୁଖ୍ୟମନ୍ତ୍ରୀ ରାଜନା ଦୋରା ନିଜ ସମର୍ଥକଙ୍କ ଗହଣରେ ସାଲୁର୍‌ ରିଟର୍ନିଂ ଅଧିକାରୀ ସି ବିଷ୍ଣୁ ଚରଣଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଟିଡିପି ଦଳର ସନ୍ଧ୍ୟାରାଣୀ ନାମାଙ୍କନପତ୍ର ଦାଖଲ କରି ନିଜର ଦଳୀୟ ପ୍ରଚାର ଓଡ଼ିଶାର କୋଟିଆ ପଞ୍ଚାୟତରୁ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ପାର୍ବତୀପୁରମ୍‌ ଜିଲା ପ୍ରଶାସନ ନିକଟରେ ସ୍ବାଧୀନ ଏମ୍‌ପି ପ୍ରାର୍ଥୀ ଏନ୍‌ ଜୟରାଜ, ପି. ରଞ୍ଜିତ କୁମାର, ସିପିଏମ୍‌ର ପି ଆପାଲା ନାର୍ସା ଏବଂ ଓ୍ବାଇସିପିର ଜି. ତନୁଜା ରାଣୀ ପ୍ରମୁଖ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସୂଚନା ଥାଉକି, ଗତ ୧୮ତାରିଖରେ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍‌ ଜିଲା ପ୍ରଶାସନ ନିର୍ବାଚନ ନିମନ୍ତେ ନୋଟିଫିକ୍ସନ ଜାରି କରି ପ୍ରସ୍ତୁତିକୁ ଜୋର୍‌ଦାର କରିଥିବା ସହ ୪ଟି ବିଧାନସଭା ଓ ୪ଲୋକ ସଭା ନିମନ୍ତେ ପ୍ରତ୍ୟେକ ନାମାଙ୍କନପତ୍ର ଦାଖଲ କେନ୍ଦ୍ର ୮ଟି ଡିଏସପି , ଏଏସ୍‌ଆଇ ପ୍ରମୁଖ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଥିବା ଉକ୍ତ ଜିଲାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri