ଆନ୍ଧ୍ର, ଛତିଶଗଡ଼ ବ୍ୟବସାୟୀଙ୍କୁ ବିକୁଛନ୍ତି ଧାନ

କୋଟପାଡ଼,୨୬ା୬(କେ.ରାଜ ଶେଖର ରାଓ ):କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ଚଳିତ ବର୍ଷ ରବି ଧାନମଣ୍ଡି ପ୍ରଶାସନ ପକ୍ଷରୁ ଚାଲିଛି। ତେବେ ଗତ କିଛି ଦିନ ଧରି ଟ୍ରକ ଟ୍ରକ ଧାନ ଆନ୍ଧ୍ର, ଛତିଶଗଡ଼ ଚାଲାଣ ହେବା ମଣ୍ଡି ପରିଚାଳନା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ପ୍ରଶାସନିକ ଅଧିକାରୀ ଏହାର ତଦନ୍ତ କରୁ ନ ଥିବାରୁ ବ୍ୟବସାୟୀ ଓ ମିଲର ବେଶ୍‌ ଉପକୃତ ହେଉଛନ୍ତି। ଚାଷୀ ମଣ୍ଡିରେ ଧାନ ଆଣି ବିକ୍ରି କଲେ କୁଇଣ୍ଟାଲ ପିଛା ୫/୭ କେଜି ମିଲର କାଟୁ ଥିବା ଚାଷୀ ଅଭିଯେଗ କରିଛନ୍ତି l ପ୍ରଶାସନିକ ଅଧିକାରୀମାନେ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କୋଟପାଡ଼ ଅଞ୍ଚଳରେ ଚାଷୀ ମଣ୍ଡିରେ କଟନୀଛଟନୀରେ ଅତିଷ୍ଠ ହୋଇ ବାହାର ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଛନ୍ତି। ବ୍ୟବସାୟୀମାନେ ଜାତୀୟ ରାଜପଥରେ ଟ୍ରକ ଲଗାଇ ସେଥିରେ ଓଭର ଲୋର୍ଡ କରି ପ୍ରଶାସନର ବିନା ଅନୁମତିରେ ଗଳି କନ୍ଦି ଦେଇ ସହର ଶେଷ ମୁଣ୍ଡରେ ପହଞ୍ଚତ୍ ଧାନ ଧରି ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନା ଆରଟିଓ ନା ସ୍ଥାନୀୟ ଯୋଗାଣ ବିଭଗ କେହି ଯାଞ୍ଚ କରନାହାନ୍ତି। ରବିବାର ଘୁମର ପଞ୍ଚୟତରୁ ଏକ ଟ୍ରକ ଅଭର ଲୋଡ଼ କରି ଧାନ କେନ୍ଦୁଗୁଡା ଦେଇ ଜାତୀୟ ରାଜପଥକୁ ଯାଉଥିବା ବେଳେ ସମବାୟ କାର୍ଯ୍ୟାଳୟ ସମୁଖରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ତାର ଛିଣ୍ଡିବା ସହ ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିଲା ଉପସ୍ଥିତ ଲୋକେ ତୁରନ୍ତ ବିଦ୍ୟୁତ୍‌ ଭିବାଗକୁ ଖବର ଦେବାରୁ କର୍ମଚାରୀମନେ ଆସି ତୁରନ୍ତ ବିଦ୍ୟୁତ୍‌ କାଟିଥିଲେ। ପରେ ସ୍ଥାନୀୟ ଲୋକେ ଏହି ଧାନ ଟ୍ରକକୁ ଅଟକାଇ ଧାନ କାହାର, କେଉଁଠାରୁ ଆସିଛି ପଚରାଉଚରା କରି ଏ ସମ୍ପର୍କରେ ସ୍ଥାନୀୟ ଯୋଗାଣ ବିବାଗ ଅଧିକାରୀ, ଏବଂ ପୋଲିସକୁ ଖବର ଦେଇଥିଲେ। ମାତ୍ର କେହି ମଧ୍ୟ ଘଟଣାକୁ ଯାଞ୍ଚ କରିବାକୁ ଆସି ନ ଥିଲେ। ଏନେଇ ଏସଆଇ ସୁନୀଲ ସ୍ବାଇଁଙ୍କୁ ପଚାରିବାରୁ ଓଭର ଲୋଡ଼ ଭାରିଯାନଗୁଡିକୁ ଆରଟିଓ ବିଭାଗ ଯାଞ୍ଚ କରିବ ବୋଲି କହିଥିଲେ। ସେହିପରି ଯୋଗାଣ ଭିବାଗ ଅଧିକାରୀ ସନ୍ତୋଷ ବେହେରାଙ୍କୁ ଯୋଗାଯୋଗ କରିବାରୁ ଚାଷୀ ନିଜ ଇଚ୍ଛାରେ ଧାନ ବିକ୍ରି କରୁଛନ୍ତି, ଏଥିରେ ଆମେ କଣ କରିପାରିବୁ। ଏବିଷୟରେ ଆମେ ଜ଼ିଲା ଯୋଗାଣ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଥିଲେ। ଜୟପୁରସ୍ଥିତ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦୀପ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri