ଆନ୍ଧ୍ର, ଛତିଶଗଡ଼ ବ୍ୟବସାୟୀଙ୍କୁ ବିକୁଛନ୍ତି ଧାନ

କୋଟପାଡ଼,୨୬ା୬(କେ.ରାଜ ଶେଖର ରାଓ ):କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ଚଳିତ ବର୍ଷ ରବି ଧାନମଣ୍ଡି ପ୍ରଶାସନ ପକ୍ଷରୁ ଚାଲିଛି। ତେବେ ଗତ କିଛି ଦିନ ଧରି ଟ୍ରକ ଟ୍ରକ ଧାନ ଆନ୍ଧ୍ର, ଛତିଶଗଡ଼ ଚାଲାଣ ହେବା ମଣ୍ଡି ପରିଚାଳନା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ପ୍ରଶାସନିକ ଅଧିକାରୀ ଏହାର ତଦନ୍ତ କରୁ ନ ଥିବାରୁ ବ୍ୟବସାୟୀ ଓ ମିଲର ବେଶ୍‌ ଉପକୃତ ହେଉଛନ୍ତି। ଚାଷୀ ମଣ୍ଡିରେ ଧାନ ଆଣି ବିକ୍ରି କଲେ କୁଇଣ୍ଟାଲ ପିଛା ୫/୭ କେଜି ମିଲର କାଟୁ ଥିବା ଚାଷୀ ଅଭିଯେଗ କରିଛନ୍ତି l ପ୍ରଶାସନିକ ଅଧିକାରୀମାନେ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କୋଟପାଡ଼ ଅଞ୍ଚଳରେ ଚାଷୀ ମଣ୍ଡିରେ କଟନୀଛଟନୀରେ ଅତିଷ୍ଠ ହୋଇ ବାହାର ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଛନ୍ତି। ବ୍ୟବସାୟୀମାନେ ଜାତୀୟ ରାଜପଥରେ ଟ୍ରକ ଲଗାଇ ସେଥିରେ ଓଭର ଲୋର୍ଡ କରି ପ୍ରଶାସନର ବିନା ଅନୁମତିରେ ଗଳି କନ୍ଦି ଦେଇ ସହର ଶେଷ ମୁଣ୍ଡରେ ପହଞ୍ଚତ୍ ଧାନ ଧରି ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନା ଆରଟିଓ ନା ସ୍ଥାନୀୟ ଯୋଗାଣ ବିଭଗ କେହି ଯାଞ୍ଚ କରନାହାନ୍ତି। ରବିବାର ଘୁମର ପଞ୍ଚୟତରୁ ଏକ ଟ୍ରକ ଅଭର ଲୋଡ଼ କରି ଧାନ କେନ୍ଦୁଗୁଡା ଦେଇ ଜାତୀୟ ରାଜପଥକୁ ଯାଉଥିବା ବେଳେ ସମବାୟ କାର୍ଯ୍ୟାଳୟ ସମୁଖରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ତାର ଛିଣ୍ଡିବା ସହ ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିଲା ଉପସ୍ଥିତ ଲୋକେ ତୁରନ୍ତ ବିଦ୍ୟୁତ୍‌ ଭିବାଗକୁ ଖବର ଦେବାରୁ କର୍ମଚାରୀମନେ ଆସି ତୁରନ୍ତ ବିଦ୍ୟୁତ୍‌ କାଟିଥିଲେ। ପରେ ସ୍ଥାନୀୟ ଲୋକେ ଏହି ଧାନ ଟ୍ରକକୁ ଅଟକାଇ ଧାନ କାହାର, କେଉଁଠାରୁ ଆସିଛି ପଚରାଉଚରା କରି ଏ ସମ୍ପର୍କରେ ସ୍ଥାନୀୟ ଯୋଗାଣ ବିବାଗ ଅଧିକାରୀ, ଏବଂ ପୋଲିସକୁ ଖବର ଦେଇଥିଲେ। ମାତ୍ର କେହି ମଧ୍ୟ ଘଟଣାକୁ ଯାଞ୍ଚ କରିବାକୁ ଆସି ନ ଥିଲେ। ଏନେଇ ଏସଆଇ ସୁନୀଲ ସ୍ବାଇଁଙ୍କୁ ପଚାରିବାରୁ ଓଭର ଲୋଡ଼ ଭାରିଯାନଗୁଡିକୁ ଆରଟିଓ ବିଭାଗ ଯାଞ୍ଚ କରିବ ବୋଲି କହିଥିଲେ। ସେହିପରି ଯୋଗାଣ ଭିବାଗ ଅଧିକାରୀ ସନ୍ତୋଷ ବେହେରାଙ୍କୁ ଯୋଗାଯୋଗ କରିବାରୁ ଚାଷୀ ନିଜ ଇଚ୍ଛାରେ ଧାନ ବିକ୍ରି କରୁଛନ୍ତି, ଏଥିରେ ଆମେ କଣ କରିପାରିବୁ। ଏବିଷୟରେ ଆମେ ଜ଼ିଲା ଯୋଗାଣ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଥିଲେ। ଜୟପୁରସ୍ଥିତ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦୀପ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri