Categories: ଖେଳ

ଆଣ୍ଡରସନ-ବ୍ରଡ୍‌ଙ୍କ ନୂଆ ରେକର୍ଡ

ମାଉଣ୍ଟ ମଙ୍ଗାନୁଇ,୧୯ା୨: ଷ୍ଟୁଆର୍ଟ ବ୍ରଡ୍‌ ଓ ଜେମ୍ସ ଆଣ୍ଡରସନଙ୍କ ଚମତ୍କାର ବୋଲିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟକୁ ଇଂଲଣ୍ଡ ୨୬୭ ରନ୍‌ରେ ଜିତିନେଇଛି। ଏଥିସହିତ ଇଂଲଣ୍ଡ ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।

ରବିବାର ଚତୁର୍ଥ ଦିନରେ ନ୍ୟୁଜିଲାଣ୍ଡ ପୂର୍ବଦିନର ଅସମାପ୍ତ ସ୍କୋର ୬୩/୫ରୁ ଖେଳ ଆରମ୍ଭ କରିଥିଲା। ଶନିବାର ୪ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଦେଇଥିବା ଷ୍ଟୁଆର୍ଟ ବ୍ରଡ୍‌ ରବିବାର ଉଇକେଟ ନେବାରେ ସଫଳ ହୋଇ ନ ଥିଲେ। ହେଲେ ତାଙ୍କ ଦୀର୍ଘକାଳୀନ ରେକର୍ଡ-ବ୍ରେକିଂ ପାର୍ଟନର ଜେମ୍ସ ଆଣ୍ଡରସନ ଚା’ପାନ ବିରତିର ୧୫ ମିନିଟ୍‌ ପୂର୍ବରୁ ବ୍ଲେୟର ଟିକ୍‌ନର (୮)ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ବିଜୟୀ କରାଇଥିଲେ।

ଆଣ୍ଡରସନ ମାତ୍ର ୧୮ ରନ୍‌ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ଆଣ୍ଡରସନ ଓ ବ୍ରଡ୍‌ ଯୋଡ଼ି ପାର୍ଟନରଶିପ୍‌ରେ ଟେଷ୍ଟ ଉଇକେଟ ହାସଲ କରିବାରେ ନୂଆ ରେକର୍ଡ (୧୦୩ ମ୍ୟାଚ୍‌ରେ ୧,୦୦୯ ଉଇକେଟ ) କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍‌ଗ୍ରା ଓ ଶେନ୍‌ ଓ୍ବାଟ୍‌ସନ (୧,୦୦୧ ଉଇକେଟ) ଯୋଡ଼ିଙ୍କ ନାମରେ ରହିଥିଲା। ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଓ୍ବେଲିଂଟନ୍‌ଠାରେ ଶୁକ୍ରବାରଠାରୁ ଖେଳାଯିବ।

Share