ପୁଣି ଯୁଦ୍ଧ: ଶତାଧିକ ନିହତ

ଗାଜା ସିଟି/ତେଲ୍‌ ଆଭିଭ୍‌,୨ା୧୨: ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍‌ରେ ହମାସ୍‌ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଏହି ଭୂଖଣ୍ଡକୁ କଳାଧୂଅଁା ଆଚ୍ଛାଦିତ କରିଥିବାବେଳେ ଆକାଶମାର୍ଗରୁ ଫାଇଟର ଜେଟ୍‌ରୁ ଇସ୍ରାଏଲ ଲିଫ୍‌ଲେଟ୍‌ ଛାଡ଼ୁଛି, ଯହିଁରେ ଉଲ୍ଲେଖ କରାଯାଇଛି ‘ଗାଜା ସିଟି ଓ ଦକ୍ଷିଣ ଭାଗକୁ ତୁରନ୍ତ ଖାଲି କର।’ ଇସ୍ରାଏଲରେ ମଧ୍ୟ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ସତର୍କତା ଲାଗି ସାଇରନ୍‌ ଗର୍ଜୁଛି। ସନ୍ଧି ଅବଧି ମଧ୍ୟରେ ହମାସ୍‌ ଶତାଧିକ ପଣବନ୍ଦୀଙ୍କୁ ଛାଡ଼ିଦେଇଥିବାବେଳେ ଏବେ ବି ସେମାନଙ୍କ କବଳରେ ୧୪୦ ଜଣ ରହିଛନ୍ତି। ସେମାନଙ୍କୁ ମୁକ୍ତକରି ଆଣିବା ପାଇଁ ଇସ୍ରାଏଲ ରାଷ୍ଟ୍ରପତି ଇସାକ୍‌ ହେର୍ଜୋଗ୍‌ ଦୁବାଇରେ ଚାଲିଥିବା କପ୍‌୨୮ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡ଼ିଛନ୍ତି।
ସହିତ ମଧ୍ୟସ୍ଥ ଭୂମିକା ନେଇଥିବା କାତାର କହିଛି, ଅସ୍ତ୍ରବିରତି ପୁନଃ ଆରମ୍ଭ ପାଇଁ ଆଲୋଚନା ଉଦ୍ୟମ ଚାଲିଛି। ଏହାର ଦିନକ ପୂର୍ବରୁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଇସ୍ରାଏଲୀ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ। ହମାସ୍‌କୁ ସମୂଳେ ବିନାଶ କରିବାବେଳେ ପାଲେଷ୍ଟିନୀୟ ନାଗରିକମାନଙ୍କ ସୁରକ୍ଷା ଦିଗରେ ଯନତ୍ଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ। ଶୁକ୍ରବାର କପ୍‌୨୮ରେ ଯୋଗଦେବା ପାଇଁ ଦୁବାଇ ଗସ୍ତ କରିଥିବା ବ୍ଲିଙ୍କେନ୍‌ ଆରବର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଅକ୍ଟୋବର ୭ରେ ହମାସ୍‌ର ଆକ୍ରମଣର ଜବାବ ଦେବାକୁ ଯାଇ ଇସ୍ରାଏଲର ପ୍ରତିଆକ୍ରମଣ ଯୋଗୁ ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଗାଜାରୁ ଅଧିକାଂଶ ଲୋକ ଗଣପଳାୟନ କଲେଣି। ଫଳରେ ସେଠାରେ ମାନବୀୟ ସଙ୍କଟ ଉପୁଜିଛି। ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଅଫିସ୍‌ କହିଛି। ଦିନକରେ ୧୦୯ ପାଲେଷ୍ଟିନୀୟ ନିହତ ହୋଇଥିବା ହମାସ୍‌ ନିୟନ୍ତ୍ରିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri