ପୁଣି ହାତୀ ଉପଦ୍ରବ

ପାଟଣା,୨୮।୮(ସ୍ବ. ପ୍ର.): କିଛି ମାସ ବ୍ୟବଧାନ ପରେ ବିଳମ୍ବିତ ରାତିରେ ପୁଣି ପାଟଣା ରେଞ୍ଜକୁ ହାତୀପଲ ଧସେଇ ପଶିଛନ୍ତି। ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେକ୍ସନରେ ଶନିବାର ରାତିରେ ୪ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ହାତୀପଲ ଚାତରପାଣର ବସନ୍ତ ମହାନ୍ତ ଓ ବିମଳା ମହାନ୍ତ, ବାଇକଳା ଗ୍ରାମର ନିରଞ୍ଜନ ମହାନ୍ତ ଓ ଖୁଣ୍ଟାପଡା ଗ୍ରାମର ହଜାରୀ ତନ୍ତୀଙ୍କ ଘର ଭାଙ୍ଗି ଦେଇଛନ୍ତି। ଏଥିସହ ଘର ଭିତରେ ଥିବା ଚାଉଳ ଖାଇଦେଇଛନ୍ତି। ଏତଦ୍‌ବ୍ୟତୀତ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ପରେ ହାତୀପଲ ଦୁଇ ଭାଗ ହୋଇ ଜଗନ୍ନାଥପୁର ଏବଂ ଗୋଜିଟାଙ୍ଗିରୀ ଗ୍ରାମ ନିକଟରେ ଥିବା ବନ ବିଭାଗ ପକ୍ଷରୁ ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି। ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ଗତିପଥ ଉପରେ ନଜର ରଖୁଛି ।