ପୁଣି ଏମ୍‌କେସିଜି ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୯।୯: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଛାତରୁ ପୁଣି ସିଲିଂ ଖସିଥିବା ଅଭିଯୋଗ ହୋଇଛି। ତଳ ମହଲାରେ ଥିବା ଡାୟଲିସିସ ୱାର୍ଡର ଛାତରୁ ଏହି ସିଲିଂ ଖସିଥିଲା ବେଳେ ଡାକ୍ତରଖାନାର ନୂଆ କୋଠା କେତେ ସୁରକ୍ଷିତ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ପୂର୍ବରୁ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ତଦନ୍ତ କରିଥିଲେ ସୁଦ୍ଧା ସମସ୍ୟାର କୌଣସି ସମାଧାନ ହୋଇନାହିଁ। ଏହା ପୂର୍ବରୁ କେତେଥର ସିଲିଂ ଖସିଥିବା ସୂଚନା ରହିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।