ବାଲି ଚୋରାଚାଲାଣର ମାଧ୍ୟମ ଗ୍ରାମାଞ୍ଚଳ ରାସ୍ତା

ହାଟଡିହୀ,୩।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି। ଫଳରେ ବେଆଇନ ବାଲି ଚୋରାଚାଲାଣ କିଛି ମାତ୍ରାରେ ହ୍ରାସ ପାଇଥିଲେ ବି ବାଲି ମାଫିଆ ଗଳାବାଟରେ ଚୋରାଚାଲାଣ କରୁଛନ୍ତି। ପୋଲିସ ଭୟରେ ବାଲି ଗାଡି ରାସ୍ତା ପରିବର୍ତ୍ତନ କରି ହାଟଡିହୀ ବ୍ଲକ୍‌ ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲାକୁ ସଂଲଗ୍ନ କରୁଥିବା ସୀମାନ୍ତ ଗାଁ ରାସ୍ତାରେ ପରିବହନ କରୁଛନ୍ତି। ଫଳରେ ଗ୍ରାମ୍ୟ ରାସ୍ତା ଏବେ ଶୋଚନୀୟ ହୋଇ ବିପଦ ସଙ୍କୁଳ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡଅଁର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଦାବି କରିଛନ୍ତି।
ପ୍ରକାଶ ଯେ, ଆନନ୍ଦପୁର-ଭଦ୍ରକ ୫୩ ନଂ. ରାଜ୍ୟ ରାଜପଥର ଛେନାପଦୀରୁ ମରୈଗାଁ ମଧ୍ୟରେ ନନ୍ଦିପଦା ପୋଲିସ ବେଆଇନ ବାଲି ବୋଝେଇ ଗାଡ଼ି ଜବତ କରୁଛି। ଏବେ ବାଲିମାଫିଆ ପୋଲିସ ଭୟରେ ହାଟଡିହୀ ବ୍ଲକ୍‌ ଡଅଁର ପଞ୍ଚାୟତ ସରଳା ଗ୍ରାମ ଓ ଭଦ୍ରକ ଜିଲା ବନ୍ତ ବ୍ଲକ୍‌କୁ ସଂଲଗ୍ନ ରାସ୍ତାରେ ବାଲି ଚୋରାଚାଲାଣ କରୁଛନ୍ତି। ରାସ୍ତା ଦେଇ ଭଦ୍ରକ ମେଡିକାଲ, ବନ୍ତ ବଜାର, କଟକ, ଭୁବନେଶ୍ୱରକୁ ଯିବା ପାଇଁ ଲୋକେ ନିର୍ଭର କରିଥାନ୍ତି। ଦୈନିକ ଅନେକ ଶହ ବାଲି ବୋଝେଇ ଟ୍ରକ୍‌, ହାଇୱା, ଟ୍ରାକ୍ଟର ଯାତାୟାତ ଫଳରେ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ବନ୍ତକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ୨, ୪ ଚକିଆ ଗାଡ଼ି ଯିବା କଷ୍ଟକର ହୋଇପଡିଛି। ଅସରାଏ ବର୍ଷା ହେଲେ ଖାଲଖମାରେ ପାଣି ଜମି ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷେ ସରଳା ଗ୍ରାମରୁ ବନ୍ତ ଅଞ୍ଚଳକୁ ଯିବା ବେଳେ ସରଳା ଏବଂ ଓଳମ ମଝିରେ ଥିବା ରେବ ନାଳ ଉପରେ ଏକ ପୋଲ ରହିଛି। ପୋଲଟି ଦୀର୍ଘ ବର୍ଷ ହେବ ମରାମତି ହୋଇ ନ ଥିବାରୁ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ବାଲି ଚୋରାଚାଲାଣ ଉପରେ କଟକଣା, ରାସ୍ତା, ପୋଲ ମରାମତି ଏବଂ ଦ୍ୱିତୀୟ ପୋଲ ନିର୍ମାଣ ଦିଗରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୂର୍ବତନ ସମିତି ସଭ୍ୟଙ୍କ ସମେତ ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ ପ୍ରମୁଖ ଦାବି କରିଛନ୍ତି। ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ସୀମାନ୍ତ ରାସ୍ତାରେ ଯାଉଥିବା ବାଲିଗାଡ଼ି ଉପରେ ନଜର ରଖାଯାଇ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri