ଆଉ ୧୬ ନମୁନାରେ ହଇଜା

ଯାଜପୁର,୧୯ା୬,(ହର୍ଷବର୍ଦ୍ଧନ ବେହେରା):  ଯାଜପୁର ଜିଲାରେ ହଇଜା(କଲେରା) ବ୍ୟାପିବାରେ ଲାଗିଛି। ବୁଧବାର ଆଉ ୧୬ ନମୁନାରେ ହଇଜା (ଭିବ୍ରିଓ କଲେରା) ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ଦଳ ପକ୍ଷରୁ ସୂଚନା ମିଳିଛି। ମୋଟ ୪୯ ନମୁନା ଯାଞ୍ଚ ହୋଇଥିବାବେଳେ ସେଥିରୁ ୩୩% ହଇଜା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ୧୧ଜଣ ହଇଜାରେ ଆକ୍ରାନ୍ତ ହୋଇଥିଲେ। ବୁଧବାର ରିପୋର୍ଟକୁ ମିଶାଇ ହଇଜା ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୨୭ ହୋଇଛି। ଅନ୍ୟପକ୍ଷେ ହଇଜା ଓ ଡାଇରିଆ ବ୍ୟାପିବାର ଧାରାରେ ପରିବର୍ତ୍ତନ ଆସିଛି। ପୂର୍ବରୁ ବୟସ୍କ ଲୋକମାନେ ହଇଜା ଓ ଡାଇରିଆରେ ଆକ୍ରାନ୍ତ ହେଉଥିବା ବେଳେ ଗତ ୨ ଦିନ ହେଲା ଶିଶୁ ଓ କିଶୋରମାନେ ଏଥିରେ ସଂକ୍ରମିତ ହେଉଛନ୍ତି। ବୁଧବାର ବ୍ୟାସନଗର ପୌରାଞ୍ଚଳର ନହକା ଓ୍ବାର୍ଡର ଜଣେ ୧ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି ା ସେ ହେଲେ ସୁଜନିକ ମୁର୍ମୁ ା ଏହାକୁ ମିଶାଇ ଜିଲାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ନୂଆ ରୋଗୀ ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉ ନ ଥିଲେ ହେଁ ମୃତକଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି। ଏହାକୁ ନିୟନ୍ତ୍ରଣ କରିବାରେ ସ୍ବାସ୍ଥ୍ୟ ବିଭାଗ ଏକପ୍ରକାର ବିଫଳ ହୋଇଛି ବୋଲି ମତପ୍ରକାଶ ପାଇଛି।
ଜିଲାରେ ଦୂଷିତ ଜଳ ଓ ଖାଦ୍ୟ ଦ୍ୱାରା ହଇଜା ବ୍ୟାପୁଥିବା କେନ୍ଦ୍ରୀୟ ଦଳ ପରୋକ୍ଷରେ ସ୍ବୀକାର କରିଛନ୍ତି। ମଙ୍ଗଳବାର ସୁଦ୍ଧା ଜିଲାର ବିଭିନ୍ନ ଡାକ୍ତରଖାନାରେ ୧୭୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ବୁଧବାର ୧୦୪ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଥିବାବେଳେ ସେଥିରୁ ୯ଜଣ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହାବାଦ୍‌ ୧୧୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri