ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍‌

ଭୁବନେଶ୍ୱର,୧୯।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଏହି ରେଡ କରାଯାଉଥିବା ସୂଚନା ମିଳିଛି। ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ସ୍ଥାନରେ ଏହି ରେଡ କରାଯାଇଥିବା ଜଣା ପଡିଛି। ତେବେ ଆୟକର ଠକେଇ ନେଇ ଅଭିଯୋଗ ହେବା ପରେ ୨୦ରୁ ଅଧିକ ସ୍ଥାନରେ ଇଡି ଏହି ରେଡ ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର ୨୦ଟି ଟିମକୁ ଏହି ରେଡରେ ସାମିଲ କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ମଧ୍ୟ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା। ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବା ବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ମିଳିଥିଲା। କିଛି ମାସ ପୂର୍ବରୁ ମଧ୍ୟ ପୂର୍ବତନମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲ। ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ା ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ।

ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ନବଙ୍କ ସହଯୋଗୀ ସଂଜୟ ନନ୍ଦଙ୍କ ଘରେ ବି ଚଢାଉ। ସେ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀ। ସଂଜୟ ସୁନ୍ଦରଗଡ଼ର କୋଇଲା ବ୍ୟବସାୟୀ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ, ଗୋଟିଏ ବଂଶରେ ବାହାହେଲେ ବୋଲି…

ଭୁବନେଶ୍ୱର,୧୩ା୭: ରାୟଗଡ଼ା ଜିଲାର ଲକ୍ଷ୍ମୀପୁର ବ୍ଲକର ନାରାୟଣପାଟଣା ଅଞ୍ଚଳର ପେଦା ଇଟିଗି ଗାଁରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ଗାଁ ଦାଣ୍ଡରେ...

ପୁଣି ଆସୁଛି ଯୋଡ଼ା ଲଘୁଚାପ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୭: ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା...

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲା କଡ଼ା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍‌, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…

ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,...

FM College Case: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୧୩।୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ...

ମୁମ୍ବାଇରୁ ଆସି ଟ୍ବିଟ୍‌ କଲେ ନବୀନ, କହିଦେଲେ ଏତେ ବଡ଼କଥା

ଭୁବନେଶ୍ବର,୧୩।୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ...

ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍‌ ଗେଟ୍‌ ବନ୍ଦ

ସମ୍ବଲପୁର,୧୩ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍‌ ଗେଟ୍‌କୁ ରବିବାର ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri