ଅବହେଳିତ ଅବସ୍ଥାରେ ପ୍ରାଚୀନ ମନ୍ଦିର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ସେବତୀପୁର-ପଶ୍ଚିମପାରି ଗ୍ରାମରେ ଅବହେଳିତ ଅବସ୍ଥାରେ ଥିବା ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ମିଳିଛି। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ୍‌ ଓ ହେରିଟେଜ ଆଣ୍ଡ କଲ୍‌ଚର କ୍ଲବ, ଆଇଆଇଟିଟିଏମ୍‌ ଅନୁଷ୍ଠାନର ଏକ ମିଳିତ ଐତିହ୍ୟ-ଅନୁସନ୍ଧାନକାରୀ ଦଳ ଏହି ପୁରାତନ ମନ୍ଦିରରେ ପହଞ୍ଚତ୍ ପ୍ରାଥମିକ ପର୍ଯ୍ୟବେକ୍ଷଣ କରିଛନ୍ତି। ଏ ନେଇ ହେରିଟେଜ ଗ୍ରୁପ ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ମତରେ ଗଠନଶୈଳୀ ଦୃଷ୍ଟିରୁ ଏହି ମନ୍ଦିରଟି ପ୍ରାୟ ୩୦୦ରୁ ୪୦୦ ବର୍ଷ ତଳେ ନିର୍ମାଣ ହୋଇଥିବା ପରି ମନେ ହୁଏ। ଖୋର୍ଦ୍ଧାଗଡ଼ ଅଞ୍ଚଳରେ ଭୋଇବଂଶୀୟ ରାଜାଙ୍କ ସମୟରେ ନିର୍ମିତ ମନ୍ଦିର ସମୂହ ସହିତ ଏହି ମନ୍ଦିରର ନିର୍ମାଣ ଶୈଳୀ ତୁଳନୀୟ। ବର୍ତ୍ତମାନ ଏହା ପରିତ୍ୟକ୍ତ ଅବସ୍ଥାରେ ଅଛି, ଏହାର ପୁନରୁଦ୍ଧାର କରିବା ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ସ୍ଥାନୀୟ ଲୋକେ ଏହାକୁ ‘ଅମୁହଁା ଦେଉଳ’ ବୋଲି କୁହନ୍ତି। ମନ୍ଦିରରେ କୌଣସି ଦେବଦେବୀ ପୂଜା ପାଉନାହାନ୍ତି। ତେବେ ପାର୍ଶ୍ୱ ଦେବତା ଭାବେ ନୃସିଂହ, ବରାହ ଓ ତ୍ରିବିକ୍ରମଙ୍କ ଉପସ୍ଥିତି ଏହାକୁ ଏକ ବୈଷ୍ଣବ ମନ୍ଦିର ବୋଲି ସୂଚନା ଦେଉଛି। ମନ୍ଦିରରେ କେଉଁ କାରଣରୁ ମୁଖ୍ୟ ଦେବତା ଅନୁପସ୍ଥିତ ଠିକ୍‌ ଭାବେ କହିବା କଷ୍ଟକର।
ତେବେ ଭୋଇ ରାଜୁତି ସମୟରେ ବାରମ୍ବାର ମୋଗଲ ସେନାମାନଙ୍କ ଆକ୍ରମଣ ଭୟରେ ହୁଏତ ମୁଖ୍ୟ ବିଗ୍ରହକୁ କେଉଁଠି ଲୁଚାଇ ଦିଆଯାଇଥିଲା ବୋଲି ଗବେଷକ ନାୟକ କହିଛନ୍ତି। ବର୍ତ୍ତମାନ ଏହି ମନ୍ଦିରର ସ୍ଥିତି ଅତ୍ୟନ୍ତ ଦୟନୀୟ। ମନ୍ଦିର ଶିଖର ଦେଶରେ ଅନେକ ଗୁଡିଏ ଗଛ ଉଠିରହିଛି। ଯାହାକି ଏହା ମନ୍ଦିରର ସ୍ଥିତି ଉପରେ ବିପଦ ସୃଷ୍ଟି କରିଛି।
ଅବସରରେ ଆଇଆଇଟିଟିଏମ୍‌ର ଆସୋସିଏଟ ପ୍ରଫେସର ଡ. ଆଦ୍ୟାଶା ଦାଶ କହିଛନ୍ତି, ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଐତିହ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆମେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛୁ। ଅନୁଷ୍ଠାନର ଛାତ୍ରୀଛାତ୍ର ଓ ରିଡିସ୍କୋଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନେ ମିଶି ଏହିପରି ଆହୁରି ଅନେକ ଅଜଣା ଐତିହ୍ୟସମ୍ପନ୍ନ ସ୍ଥାନ ସବୁକୁ ଚିହ୍ନଟ କରିଛୁ, ସେ ସବୁର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ଯଥାସମ୍ଭବ ପ୍ରୟାସ କରିବୁ। ଏହିପରି ସ୍ଥାନ ସବୁର ଉନ୍ନତୀକରଣ ହୋଇପାରିଲେ ପରୋକ୍ଷରେ ସ୍ଥାନୀୟ ଅଧିବାସୀଙ୍କ ପାଇଁ ମଧ୍ୟ ରୋଜଗାରର ପନ୍ଥା ସୃଷ୍ଟି କରିପାରିବ। କାର୍ଯ୍ୟକ୍ରମରେ ଇନ୍‌ଟାକର ପ୍ରକଳ୍ପ ସଂଯୋଜକ ଐତିହାସିକ ଅନିଲ ଧୀର ଯୋଗଦେଇ କହିଛନ୍ତି, ତୁରନ୍ତ ରାଜ୍ୟ ସରକାର ପ୍ରତ୍ନତତ୍ତ୍ୱ ବିଭାଗକୁ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ସର୍ଭେ କରୁ। ଏହି ମନ୍ଦିରକୁ ଅତି ସହଜରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁନରୁଦ୍ଧାର କରିପାରିବ। ମନ୍ଦିରର ଗର୍ଭଗୃହ ଓ ଜଗମୋହନର ସ୍ଥିତି ବିଶେଷ ଖରାପ ନାହିଁ, ସେଥିପାଇଁ କାର୍ଯ୍ୟ କରିବା ସେତେଟା କଷ୍ଟକର ହେବ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟରେ ପ୍ରାୟ ୫୦୦୦ରୁ ଅଧିକ ଐତିହ୍ୟସଂପନ୍ନ ସ୍ଥାନ ଥିବାବେଳେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ମାତ୍ର ୩୦୦ରୁ କମ୍‌ କେତୋଟି ସ୍ଥାନକୁ ରାଜ୍ୟ-ସଂରକ୍ଷିତ ସ୍ଥାନର ମାନ୍ୟତା ଦେବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ଶ୍ରୀ ଧୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri