ଆକ୍ରୋଶମୂଳକ ଖବର ପରିବେଷଣ କରୁଥିଲେ ଆଙ୍କର, ଚାକିରିରୁ ବିଦାକଲା ନ୍ୟୁଜ ଚ୍ୟାନେଲ

ଓ୍ବାଶିଂଟନ୍‌,୨୬।୪:ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ଆଙ୍କରଙ୍କୁ ଟିଭି ଚ୍ୟାନେଲଗୁଡ଼ିକ ବାହାର କରିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଚିନ୍ତାର ବିଷୟ ପାଲଟିଛି। ଚ୍ୟାନେଲଗୁଡ଼ିକର ଏହି ପ୍ରକାର ନିଷ୍ପତ୍ତିକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମିଡିଆ ବିଶେଷଜ୍ଞଙ୍କ ଅନୁସାରେ, ଟିଆରପି ବଢ଼ାଇବା ଉଦ୍ଦେଶ୍ୟରେ କିଛି ଟିଭି ଚ୍ୟାନେଲ ଏକପାଖିଆ ଏବଂ ଆକ୍ରୋଶମୂଳକ ଭାବେ ଖବର ପରିବେଷଣ କରୁଛନ୍ତିି। ହେଲେ ଯେଉଁ ଚର୍ଚ୍ଚିତ ଆଙ୍କରମାନେ ଟିଭି ନ୍ୟୁଜର ଏପରି ରୂପ ଦେଇଛନ୍ତି, ସେମାନେ ଏବେ କିଛି ଚ୍ୟାନେଲ ପାଇଁ ବୋଝ ପାଲଟିଛନ୍ତି।
ଗତ ସୋମବାର ଦେଶର ସବୁଠାରୁ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ ଫକ୍ସ ଘୋଷଣା କରିଛି ଯେ, ଟିଭି ନେଟୱର୍କକୁ ପ୍ରତିଷ୍ଠିତ ଆଙ୍କର ଟକର କାର୍ଲସନ ଛାଡିଛନ୍ତି। ଟକର କାର୍ଲସନ ବହୁତ ଦିନ ଧରି ଏହି ଚ୍ୟାନେଲ ସହ ଜଡ଼ିତ ରହିଥିଲେ ଏବଂ ସେ ଏହି ଚ୍ୟାନେଲର ଜଣାଶୁଣା ଆଙ୍କର ଥିଲେ। ସବୁଦିନ ରାତି ୮ଟାରେ କାର୍ଲସନଙ୍କ ଶୋ’ ଆମେରିକା ଟିଭି ନ୍ୟୁଜ ଦୁନିଆର ସବୁଠାରୁ ଲୋକପ୍ରିୟ ଶୋ’ ରହିଥିଲା।
କୁହାଯାଉଛି କି, ଫକ୍ସ ନ୍ୟୁଜ୍‌ର ମ୍ୟାନେଜମେଣ୍ଟ ଶୁକ୍ରବାର କାର୍ଲସନଙ୍କୁ ଚାକିରିରୁ ବାହାର କରିବା ନିଷ୍ପତ୍ତି ନେଇଥିଲେ। ଯେତେବେଳେ କାର୍ଲସନଙ୍କୁ ଏହି ବିଷୟରେ ସୂଚନା ଦିଆଗଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ରିପୋର୍ଟ ମୁତାବକ ଚ୍ୟାନେଲ ବିରୋଧରେ ଚାଲିଥିବା ମାନହାନି ମକଦ୍ଦମାରେ କାର୍ଲସନଙ୍କ ଦ୍ୱାରା ମ୍ୟାନେଜମେଣ୍ଟର କ୍ଷତି ହେବ ଭାବି ଚ୍ୟାନେଲ ତାଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲା।
କାର୍ଲସନଙ୍କ ଶୋ’କୁ ୩୦ଲକ୍ଷ ଦର୍ଶକ ଦେଖୁଥିଲେ। ତେବେ ସେହି ସମୟର ସ୍ଲଟ୍‌ରେ ଫକ୍ସ ଚ୍ୟାନେଲ୍‌ର ପ୍ରତିଦ୍ୱନ୍ଦ୍ୱୀ ଏମ୍‌ଏସ୍‌ଏନ୍‌ବିସି ଏବଂ ସିଏନ୍‌ଏନ୍‌ର ଦର୍ଶକ ସଂଖ୍ୟା ୧୦ଲକ୍ଷରୁ କମ୍‌ ରହିଥାଏ। କାର୍ଲସନଙ୍କ ଗୋଟିଏ କଥା ଚର୍ଚ୍ଚାରେ ରହିଛି କି, ତାଙ୍କ ଶୋ’ରେ ସେ ଷଡ଼ଯନ୍ତ୍ର ଥିବା କାହାଣୀକୁ ଦର୍ଶକଙ୍କ ପାଖରେ ଆକ୍ରୋଶମୂଳକ ଭାବେ ଅତି ବିଶ୍ୱସନୀୟ ସହ ଉପସ୍ଥାପନ କରନ୍ତି। ତାଙ୍କର ଏହି ପରିବେଷଣ ଶୈଳୀକୁ ଅନ୍ୟ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକ ତାଙ୍କ ପରି ଆକ୍ରୋଶ ରଣନୀତି ଆପଣେଇଥାନ୍ତି।
କାର୍ଲସନଙ୍କୁ ଛଟେଇ ପରେ ଚ୍ୟାନେଲ ତା’ର ଆଉ ଏକ ଜଣାଶୁଣା ଆଙ୍କର ଡନ୍‌ ଲେମାନ୍‌ଙ୍କୁ ମଧ୍ୟ ବାହାର କରିଦେଇଛି। ଲେମାନ୍‌ ଟୁଇଟ୍‌ କରି କହିଛନ୍ତି କି, ତାଙ୍କ ଛଟେଇ ହେବା କଥା ତାଙ୍କୁ ତାଙ୍କ ଏଜେଣ୍ଟଙ୍କ ଦ୍ୱାରା ଜଣାପଡିଥିଲା। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୂଚନା ଥାଉ କି, କାର୍ଲସନ୍‌ ଏବଂ ଲେମାନ୍‌ଙ୍କ ପରି ଲୋକପ୍ରିୟ ଆଙ୍କରଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri