ଅନନ୍ୟାଙ୍କର ହେଲା ବ୍ରେକ୍ ଅପ୍‌ !

ମୁମ୍ବାଇ: ବଲିଉଡ ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ପୁରୁଷ ବନ୍ଧୁଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅବଶ୍ୟ ଅନନ୍ୟା ଓ ଇସାନ ଖଟ୍ଟର ପରସ୍ପରକୁ ଡେଟ କରୁଥିବା ଖବର ସାମ୍ନାକୁ ଆସିଥିଲେ ବି ଉଭୟ କେବେ ଏହାକୁ ସ୍ୱୀକାର କରି ନାହାନ୍ତି । ଅର୍ଥାତ୍ ଏମାନଙ୍କ ଗୁପଚୁପ ପ୍ରେମ କାହାଣୀର ଭାଣ୍ଡା ଫୋଡ ହୋଇଛି । ଅନନ୍ୟା ଓ ଇସାନ ଦୀର୍ଘ ୩ ବର୍ଷ ହେଲା ପରସ୍ପରକୁ ଡେଟ କରୁଥିଲେ ହେଲେ ଏକଥା ସେ କେବେ କୋଉଠି ଖୋଲି କହି ନାହାନ୍ତି ।
ପିଙ୍କ ଭିଲାର ଏକ ରିପୋର୍ଟ ଅନୁଯାୟୀ, ଅନନ୍ୟା ଓ ଇସାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇ ଯାଇଛି । ଦୀର୍ଘ ୩ ବର୍ଷ ପରସ୍ପରକୁ ଡେଟ କରୁଥିବା ଯୋଡିଙ୍କ କିଛି ଫଟୋ ଓ ଭିଡିଓ ଦର୍ଶାଉଥିଲା ଯେ ଏମାନେ ପରସ୍ପରକୁ ପ୍ରେମ କରୁଛନ୍ତି । ଏମିତିକି କିଛି ପାର୍ଟିରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଫିଲ୍ମ ‘ଖାଲି ପିଲି’ର ସେଟରେ ଉଭୟ ପରିଚିତ ହୋଇଥିଲେ । ଆଉ ପ୍ରଥମ ଦେଖାରୁ କୁଆଡେ ଅନନ୍ୟା ଓ ଇସାନ ପରସ୍ପରକୁ ଭଲପାଇ ବସିଥିଲେ । ହେଲେ ଏବେ ବ୍ରେକଅପ୍ ହୋଇଥିବା ଖବର ଯେମିତି ସମସ୍ତଙ୍କୁ ଚକିତ କରିଛି । ପରସ୍ପରର ସହମତିରେ ଏହି ବ୍ରେକଅପ୍ ହୋଇଥିବା କୁହାଯାଉଛି ।

Share