ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଆନନ୍ଦପୁର ଅବକାରୀ ବିଭାଗ ଅଧୀନ ନନ୍ଦିପଦା ଥାନା ଗୋପାଳପୁର ଗଁାରେ ରିନାରାଣୀ ରାଉତ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଧରି ବିକ୍ରି ଉଦ୍ଦେଶ୍ୟରେ ଯାଉଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଟକ ରଖି ବ୍ୟାଗରୁ ୩ କେଜି ଗଞ୍ଜେଇ ଜବତ କରିଥିଲା। ସେହିଭଳି ସମାନ ଢଙ୍ଗରେ ଆନନ୍ଦପୁର ଥାନା ପଦ୍ମପୁର ଗାଁର ସନାତନ ସାହୁ ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଯାଞ୍ଚ କରାଯାଇଥିଲା। ତାଙ୍କ ନିକଟରୁ ୪ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ କାରବାର ଅଭିଯୋଗରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ବ୍ରଜମୋହନ ମଲ୍ଲିକ କହିଛନ୍ତି।


