Posted inଖେଳ

ପ୍ରତିଶ୍ରୁତି ରକ୍ଷା କଲେ ଆନନ୍ଦ ମହିନ୍ଦ୍ରା: ନଟରାଜନଙ୍କୁ ମିଳିଲା ଥର ଏସ୍‌ୟୁଭି

ନୂଆଦିଲ୍ଲୀ,୩।୪: ମହିନ୍ଦ୍ରା ଗ୍ରୁପ୍‌ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଶେଷରେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ଟେଷ୍ଟ ସିରିଜ ଜିତିଥିଲା। ଏହି ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଟି. ନଟରାଜନଙ୍କ ସମେତ ୬ଜଣ କ୍ରିକେଟରଙ୍କୁ ଉପହାର ସ୍ବରୂପ ଥର ଏସ୍‌ୟୁଭି ପ୍ରଦାନ କରିବାକୁ ଆନନ୍ଦ ଘୋଷଣା କରିଥିଲେ। ଏବେ ନଟରାଜନଙ୍କୁ ଏହି ଉପହାର ମିଳିଛି। ଏହି ଗସ୍ତରେ ନେଟ୍‌ ବୋଲର ଭାବେ ଗସ୍ତ କରିଥିବା ନଟରାଜନ କିନ୍ତୁ ସବୁ ଫର୍ମାଟରେ ପଦାର୍ପଣ କରିବାର ସୁଯୋଗ ହାସଲ କରିଥିଲେ ଓ ନିଜର ପ୍ରଭାବୀ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହେବା ଫଳରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା। ନଟରାଜନଙ୍କ ସମେତ ଶାର୍ଦ୍ଦୁଳ ଠାକୁର, ଶୁବମନ ଗିଲ, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର ଓ ନବଦୀପ ସଇନିଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ଆନନ୍ଦ ସେତେବେଳେ ଏମାନଙ୍କୁ ଏହି ଏସ୍‌ୟୁଭି କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ।
ଏହି ଉପହାର ପାଇବା ପରେ ନଟରାଜନ ସୋସିଆଲ ମିଡିଆରେ ଆନନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ନଟରାଜନ ମଧ୍ୟ ମହିନ୍ଦ୍ରାଙ୍କୁ ପ୍ରତିଉପହାର ସ୍ବରୂପ ଗାବା ଟେଷ୍ଟର ଏକ ଜର୍ସି ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆରେ ନଟରାଜନ ଏ ନେଇ ଏକାଧିକ ଫଟୋ ଅପ୍‌ଲୋଡ କରିଛନ୍ତି। ଦେଶ ପାଇଁ ଖେଳିବା ସବୁଠାରୁ ଗର୍ବ ଓ ଗୌରବର ବିଷୟ ବୋଲି ୨୯ ବର୍ଷୀୟ ନଟରାଜନ ଉଲ୍ଲେଖ କରିଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ନଟରାଜନ ନିଜ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳି ସେ ଡେଥ୍‌ ଓଭରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ସେ ପ୍ରଥମ ଖେଳାଳିଭାବେ ୩ଟି ଫର୍ମାଟ୍‌ରେ ଡେବ୍ୟୁ କରିଥିଲେ। ଗାବାରେ ଖେଳାଯାଇଥିବା ଚତୁର୍ଥ ଓ ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ମାର୍ନସ ଲାବୁସେନ ଓ ମାଥ୍ୟୁ ଓ୍ବେଡଙ୍କ ଉଇକେଟ ଅକ୍ତିଆର କରି ଦଳକୁ ସୁବିଧାଜନକ ସ୍ଥିତିକୁ ନେଇଥିଲେ। ଏହି ମ୍ୟାଚ୍‌ରେ ଭାରତ ଦ୍ୱିତୀୟ ଇନିଂସରେ ରନ୍‌ ଚେଜ୍‌ କରି ବିଜୟୀ ହୋଇଥିଲା। ଗାବାରେ ଏଥିସହିତ ଅଷ୍ଟ୍ରେଲିଆ ୩୨ ବର୍ଷ ପରେ ପ୍ରଥମ ପରାଜୟ ବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri