Posted inଜାତୀୟ

ଭାରତ-ଚାଇନା ସୀମା ବିବାଦ ନେଇ ବିଶ୍ଳେଷକଙ୍କ ମତ:ରାଜନୈତିକ ଉତ୍ତରଦାୟିତ୍ୱ ରହୁ

ନୂଆଦିଲ୍ଲୀ,୨୬ା୬:ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସ୍ବାଧୀନତା ଦେବା ପରିବର୍ତ୍ତେ ଭାରତକୁ ଉପଯୁକ୍ତ କୂଟନୀତି ଆପଣାଇବାକୁ ପଡ଼ିବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସବୁ ଉତ୍ତରଦାୟିତ୍ୱ ସଶସ୍ତ୍ର ବଳ ଉପରେ ଲଦି ଦେଇଛନ୍ତି ।
ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ୬୩ ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚରମ ଉତ୍ତେଜନା ଲାଗିରହିଛି। ଏଭଳି ସମୟରେ ଭାରତୀୟ ନେତାମାନଙ୍କ ମନ୍ତବ୍ୟ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଏକ ଗଣତନ୍ତ୍ରରେ ସଶସ୍ତ୍ର ବଳ ରାଜନୈତିକ ନେତୃତ୍ୱ ଅଧୀନରେ କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ଘୋଷଣା ହେଉଛି ନିଜ ରାଜନୈତିକ ଉତ୍ତରଦାୟିତ୍ୱକୁ ତ୍ୟାଗକରି ଭବିଷ୍ୟତ ସଙ୍କଟ ପାଇଁ ଦ୍ୱାର ଖୋଲିଦେବା ସଦୃଶ। ଏପରି କାର୍ଯ୍ୟ ଆଗକୁ ମଧ୍ୟ ଭାରତ-ଚାଇନା ସମ୍ପର୍କରେ ବ୍ୟବଧାନ ବଢ଼ାଇବା ସହ ସମ୍ଭାବ୍ୟ ସଂଘର୍ଷ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।
ବିଶେଷଜ୍ଞମାନଙ୍କ ଅନୁସାରେ ଯବାନମାନେ ଆମ ସୀମାକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିବା ଦରକାର। ସ୍ଥାନୀୟ ସ୍ତରରେ, ସୀମିତ ପରିଧି ଓ ସମୟକୁ ନେଇ କିପରି କାର୍ଯ୍ୟାନୁଷ୍ଠାନ ନେବେ ତାହା ସେମାନେ ଚିନ୍ତା କରିବେ। ଏଥିରେ ଦ୍ୱିମତ ନାହିଁ। ତେବେ ଦେଶର ନେତୃତ୍ୱ ନିଜ ଉତ୍ତରଦାୟିତ୍ୱ ତ୍ୟାଗ କରି ସଶସ୍ତ୍ର ବଳ ଉପରେ ତାହା ଲଦିଦେବା ଉଚିତ ନୁହେଁ। ଯୁଦ୍ଧ ଓ ଶାନ୍ତି ସମ୍ପର୍କିତ ବିଷୟ ଉପରେ ରାଜନୈତିକ ନେତୃତ୍ୱ ନିଷ୍ପତ୍ତି ନେବା କଥା। କିନ୍ତୁ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ମୁକ୍ତ କରିବା ଲାଗି ନେତୃତ୍ୱ ନିଷ୍ପତ୍ତି ନେବାର ତାତ୍ପର୍ଯ୍ୟ ହେଉଛି ଦେଶର ନିରାପତ୍ତା ପ୍ରତି ବିପଦକୁ ଆହ୍ବାନ କରିବା। ସମ୍ଭାବ୍ୟ ଉତ୍ତେଜନା କେବଳ ଏକ ସାମିରକ ପ୍ରସଙ୍ଗ ନୁହେଁ। ବିଶେଷକରି ଶତ୍ରୁପକ୍ଷ ଭାରତ ଭଳି ଆଣବିକ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ଏହାର ବିସ୍ତୃତ ପ୍ରଭାବ ପଡ଼ିପାରେ। ଏପରି ଗମ୍ଭୀର ଘଟଣାକୁ କେବଳ ସ୍ଥାନୀୟ ମିଲିଟାରି ସ୍ତରରେ ସମାଧାନ କରାଯାଇ ପାରିବ ନାହିଁ। ୨୦୧୭ ଡୋକ୍‌ଲାମ ବିବାଦ ବେଳେ ସମ୍ମିଳନୀସ୍ତରୀୟ ହସ୍ତକ୍ଷେପ ଭଳି କୂଟନୈତିକ କଳକୁ ଅବିଳମ୍ବେ ସକ୍ରିୟ କରାଯିବା ଜରୁରୀ।
ଭାରତ-ଚାଇନା ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇଦେଶ ମଧ୍ୟରେ ୨୦ ବର୍ଷରେ ୪ ଥର ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ୧୯୯୩, ୧୯୯୬, ୨୦୦୫ ଓ ୨୦୧୩ରେ ହୋଇଥିବା ଏହି ରାଜିନାମାଗୁଡ଼ିକୁ ଗଲଓ୍ବାନ ସଂଘର୍ଷ ପରିପ୍ରେକ୍ଷୀରେ ଏକତରଫା ଭାବେ ଅସ୍ବୀକାର କରିବା ଅନୁଚିତ। ଚାଇନାର ବିଶାଳ ସେନା ଅନେକ ଦଶନ୍ଧି ଧରି ସୀମାରେ ଶାନ୍ତି ବଜାୟ ରଖିଆସିଛି। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ନୂ୍ୟନ କରିବା ଉଚିତ ନୁହେଁ। ଚାଇନା ସୈନ୍ୟଙ୍କୁ ମୁକାବିଲା କରିବାକୁ ଯାଇ ଭାରତୀୟ ସେନା ଅସ୍ତ୍ର ପ୍ରୟୋଗ କଲେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ମଧ୍ୟ ଅନୁରୂପ ପନ୍ଥା ଆପଣାଇବ। ଫଳରେ ଗଲଓ୍ବାନ ସଂଘର୍ଷଠାରୁ ଅଧିକ ରକ୍ତପାତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଚାଇନା ଯେପରି ଏହି ଚୁକ୍ତିଗୁଡ଼ିକ ପ୍ରତି ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରିବ ସେନେଇ ଭାରତ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ। ଏଥିପାଇଁ ଭାରତକୁ ରାଜନୈତିକ, କୂଟନୈତିକ, ଅର୍ଥନୈତିକ ଓ ସାମରିକ କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ବିଶ୍ଳେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି, ୨୪ ଘଣ୍ଟା ମଧ୍ୟରେ ଏହି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର,୨୫।୨: ୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

୯ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଇସ୍ରାଏଲରେ ପହଞ୍ଚିଲେ ମୋଦି, ବିମାନବନ୍ଦରରେ ନେତାନ୍ୟାହୁଙ୍କୁ ଆଲିଙ୍ଗନ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ତାଙ୍କ ବିମାନ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦରରେ ଅବତରଣ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ…

ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହ ଜବତ, ଏସ୍‌ପି କହିଲେ ପୂରା ଘଟଣା…

ଫୁଲବାଣୀ/ଦାରିଙ୍ଗବାଡ଼ି,୨୫ା୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri