କେନ୍ଦ୍ରୀୟ ବଜେଟର ବିଶ୍ଳେଷଣ

ଏନ୍‌ଡିଏ-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣ ବଜେଟ (୨୦୨୫-୨୬) ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି। ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ କ୍ରମାଗତ ଅଷ୍ଟମ ବଜେଟ, ତାହା ବି ଜଣେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ। ଏଥର ବଜେଟର ୪ଟି ବିଶେଷ ଆହ୍ବାନ ଥିଲା।
ପ୍ରଥମତଃ, ଘରୋଇ ଉପଭୋଗର ମାନ୍ଦାବସ୍ଥା। ଉଲ୍ଲେଖଯୋଗ୍ୟ ଯେ ଯଦିଓ ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ ଚଳିତ ବର୍ଷ ଭାରତର ରପ୍ତାନି ବୃଦ୍ଧି ଉତ୍ସାହଜନକ ରହିବ ବୋଲି ଆକଳନ କରିଛି, ଅସଲ କଥା ହେଲା ସାମ୍ପ୍ରତିକ ବିଶ୍ୱ ପରିଦୃଶ୍ୟରେ ରପ୍ତାନି ଆଧାରିତ ଅଭିବୃଦ୍ଧି ଉପରେ ଭରସା କରିହେବ ନାହିଁ। ତେଣୁ ‘ଘରୋଇ ଉପଭୋଗ’କୁ ମୁଖ୍ୟ ଆଧାର କରି ଆର୍ଥିକ ଅଭିବୃଦ୍ଧିର ଯୋଜନା ନିର୍ଦ୍ଧାରଣ କରିବା ଉପରେ ଅର୍ଥଶାସ୍ତ୍ରୀମାନେ ମତ ଦେଉଥିଲେ। ସରଳ ତର୍କଟି ହେଲା, ଉପଭୋଗ ବଢ଼ିଲେ ଉତ୍ପାଦନ ବଢ଼ିବ, ଯାହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ବିତ ହେବ। ମାତ୍ର ସଦ୍ୟ ପ୍ରକାଶିତ ଅନ୍ୟ ଏକ ତଥ୍ୟରୁ ଜଣାପଡ଼ିଲା ଯେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଘରୋଇ ଉପଭୋଗର ଅଭିବୃଦ୍ଧି ଚିନ୍ତାଜନକ ଭାବେ ୫.୪ ଶତକ ଦ୍ରୁତ ହ୍ରାସ ପାଇଛି। ଯେଉଁଥିପାଇଁ ୨୦୨୪-୨୫ର ଅଭିବୃଦ୍ଧି ଆଉ ୬.୫ରୁ ୭% ହେବନାହିଁ। ବରଂ ୬ରୁ ୬. ୪% କୁ କମିଯିବ। ତେଣୁ ଉପଭୋଗ ବ୍ୟୟ ବଢ଼ାଇବା ଜରୁରୀ। ମଧ୍ୟମବର୍ଗ ହାତରେ ବଳକା ଅର୍ଥ ଛା ନିତାନ୍ତ ଆବଶ୍ୟକ। ସେଥିପାଇଁ ଏହି ବଜେଟରେ ଆୟ କରରେ ଆଖିଦୃଶିଆ ଆଶ୍ବସ୍ତି ଦେଇ ସରକାର ମଧ୍ୟମ ବର୍ଗ ପ୍ରତି ନ୍ୟାୟ କରିବା ସହ ସମୟୋଚିତ ଆର୍ଥିକ ପଦକ୍ଷେପ ନେଇଥିବା ପ୍ରତୀତ ହେଉଛି।
ଦ୍ୱିତୀୟତଃ, ପୁଞ୍ଜିଗତ ବ୍ୟୟର ଅଭିବୃଦ୍ଧିକୁ ଜାରି ରଖିବା ମଧ୍ୟ ଏକ ଆହ୍ବାନ ଥିଲା। ବାସ୍ତବରେ ‘ଚାହିଦା ପ୍ରବନ୍ଧନ’ ତୁଳନାରେ ‘ଯୋଗାଣ ପରିଚାଳନା’ ଦ୍ୱାରା ଅଭିବୃଦ୍ଧି ହାସଲ ମୋଦି ସରକାରଙ୍କ ଆର୍ଥିକ ନୀତିର ପ୍ରାଥମିକତା ବୋଲି ସମୀକ୍ଷକମାନେ ମତ ଦିଅନ୍ତି। ତେଣୁ ବିନିର୍ମାଣ ଉଦ୍ୟୋଗକୁ ଟିକସ ରିହାତି ତଥା ପୁଞ୍ଜିଗତ ବ୍ୟୟରେ ନିରନ୍ତର ବୃଦ୍ଧି ଏ ସରକାରଙ୍କ ଶାସନ କାଳରେ ଦେଖିବାକୁ ମିଳିଛି। ତେବେ ଏ ବର୍ଷ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଲା। ବଜେଟରେ ପୁଞ୍ଜିଗତ ବ୍ୟୟ ପାଇଁ ଗତବର୍ଷ ଯେତିକି ବରାଦ କରାଯାଇଥିଲା (୧୧. ୧ ଲକ୍ଷ କୋଟି ) ଏ ବର୍ଷ ପ୍ରାୟ ସେତିକି (୧୧.୨ ଲକ୍ଷ କୋଟି ଟଙ୍କା) ହିଁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୁଞ୍ଜିଗତ ବ୍ୟୟ ପାଇଁ ଚଳିତବର୍ଷର ଆବଣ୍ଟିତ ଅର୍ଥରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ ନାହିଁ ବୋଲି କୁହାଯାଉଛି। ନିର୍ବାଚନ କାରଣ ହେଉ ବା ବିଭିନ୍ନ ବିଭାଗର ଖର୍ଚ୍ଚ ଦକ୍ଷତାର ଅଭାବ ହେଉ ଧାର୍ଯ୍ୟ ରାଶିର ପ୍ରାୟ ୧୦ ଶତକ ଖର୍ଚ୍ଚ ହୋଇପାରିବ ନାହିଁ, ଯାହା ଚିନ୍ତାଜନକ। ମାତ୍ର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ହେଲେ ବିଶେଷକରି ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା, ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ବପ୍ନ ପାଇଁ ନିରନ୍ତର ପୁଞ୍ଜିଗତ ବ୍ୟୟବୃଦ୍ଧି ଆବଶ୍ୟକ ଥିଲା।
ତୃତୀୟତଃ, ବିଭିନ୍ନ ଆହ୍ବାନ ପରିପ୍ରେକ୍ଷୀରେ ସରକାର ଆର୍ଥିକ ଶୃଙ୍ଖଳା କିପରି ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ଥିଲା। କୋଭିଡ୍‌-୧୯ ପରବର୍ତ୍ତୀ ୨୦୨୧-୨୨ ବଜେଟରେ ପୁନଃ ଆର୍ଥିକ ଶୃଙ୍ଖଳା ପାଇଁ ୨୦୨୫-୨୬ ବର୍ଷ ସୁଦ୍ଧା ବିତ୍ତୀୟ ନିଅଣ୍ଟକୁ ସମଗ୍ର ଘରୋଇ ଉତ୍ପାଦନର ୪.୫ ଶତକଡ଼ାକୁ ହ୍ରାସ କରିବା ପାଇଁ ନୂତନ ଲକ୍ଷ୍ୟ ରଖାଯାଇଥିଲା। ଅର୍ଥମନ୍ତ୍ରୀ ୨୦୨୪-୨୫ରେ ଏହାକୁ ୪. ୯କୁ ଆଣିବେ ବୋଲି ଲକ୍ଷ୍ୟ ରଖିଥିଲେ, ଯାହା ଏବେ ୪. ୮କୁ କମିବା ସହ ୨୦୨୫-୨୬ରେ ଏହା ୪.୪%କୁ ଖସିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଜଣାପଡୁଛି ଯେ ଚଳିତ ବର୍ଷ ପୁଞ୍ଜିଗତ ବ୍ୟୟରୁ ଥିବା ବଳକା ଅର୍ଥରାଶିରୁ ରାଜକୋଷ ନିଅଣ୍ଟ ଭରଣା ହୋଇଛି। ମାତ୍ର ଆଗାମୀ ବର୍ଷ ଟିକସ ରିହାତି ସତ୍ତ୍ୱେ ଯଦି ୪. ୪% ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ହୋଇଯାଏ, ତାହାହେଲେ ଏହା ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ନିଶ୍ଚୟ ଧରାଯିବ। ଋଣ-ଜିଡିପି ଅନୁପାତ ମଧ୍ୟ ୫୭%ରୁ ୫୬%କୁ ଖସିବ ବୋଲି କୁହାଯାଇଛି।
ଚତୁର୍ଥତଃ, ଆର୍ଥିକ ଅଭିବୃଦ୍ଧି ଓ ରୋଜଗାର ସୃଜନ ଦୃଷ୍ଟିରୁ ସରକାର ବଜେଟରେ କିପରି ଉଦ୍ୟମ କରିବେ ତାହା ମଧ୍ୟ କୌତୂହଳର ବିଷୟ ଥିଲା। ବିଶେଷକରି କୃଷି, ଉଦ୍ୟୋଗ ଓ ସେବା କ୍ଷେତ୍ରରେ ବଜେଟ ପ୍ରସ୍ତାବଗୁଡ଼ିକ କ’ଣ ତାହା ଅନୁଧ୍ୟାନଯୋଗ୍ୟ। ଆଗାମୀ ବଜେଟରେ କମ୍‌ କୃଷି ଉତ୍ପାଦକତା ଥିବା ୧୦୦ଟି ଜିଲାରେ କୃଷି ସଘନତା ତଥା ଉତ୍ପାଦନ ବୃଦ୍ଧି ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ପରି ଏକ ନୂତନ ଯୋଜନାର ପ୍ରସ୍ତାବ ଦିଆଯାଇଛି। ଆଶା କରାଯାଏ ଓଡ଼ିଶା, ବିହାର, ଛତିଶଗଡ଼, ଝାଡଖଣ୍ଡ ପରି ପୂର୍ବ ଭାରତର ଅନେକ ଜିଲା ଏଥିରୁ ଲାଭାନ୍ବିତ ହେବେ। ସେହିପରି ଅଭିବୃଦ୍ଧି ଓ ରୋଜଗାର ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ଉଦ୍ୟୋଗ – ବିଶେଷତଃ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ‘ରାଷ୍ଟ୍ରୀୟ ବିନିର୍ମାଣ ମିଶନ’ ଗଠନର ସ୍ବପ୍ନ ଦେଖାଯାଇଛି। ତେବେ ଏସବୁ ଯୋଜନାର ବିସ୍ତୃତ ରୂପରେଖ କ’ଣ ଓ କେତେ ପାଣ୍ଠି କେଉଁ ଉପାୟରେ ବିନିଯୋଗ କରିବାର ପ୍ରାବଧାନ ରହିଛି ତାହା ଜାଣିବାକୁ ହେବ। ଉତ୍ପାଦକତା ବୃଦ୍ଧି ଓ କ୍ରମବର୍ଦ୍ଧିଷ୍ଣୁ ଶିକ୍ଷିତ ଓ ବହୁଆକାଂକ୍ଷୀ ଯୁବବର୍ଗ ପାଇଁ ରୋଜଗାର ସୃଜନ ଲାଗି ଏସବୁ କେତେଦୂର ଉପଯୋଗୀ ହେବ ତାହା ଅନୁଧ୍ୟାନର ବିଷୟ।
ବଜେଟରେ ଆଣବିକ ଶକ୍ତି ପ୍ରକଳ୍ପ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ, କୃଷି ଉତ୍ପାଦକତା, ଅସ୍ଥାୟୀ-ଅସୁରକ୍ଷିତ(ଗିଗ) ଶ୍ରମିକମାନଙ୍କ ସୁରକ୍ଷା, ଛୋଟ ସହର ବିମାନ ସଂଯୋଗୀକରଣ ଇତ୍ୟାଦି ଅନେକ ପ୍ରସ୍ତାବ ଦିଆଯାଇଛି। ଏସବୁ ସ୍ବାଗତଯୋଗ୍ୟ। ମାତ୍ର ସାମାଜିକ କ୍ଷେତ୍ରରେ କରାଯାଇଥିବା ଆବଣ୍ଟନ ପ୍ରଶ୍ନ ସୃଷ୍ଟି କରେ। ସରକାର ନୂତନ ଶିକ୍ଷାନୀତି ପ୍ରଣୟନ କଲେ। ସମଗ୍ର ଘରୋଇ ଉତ୍ପାଦର ଶତକଡା ୬ ଭାଗ ଶିକ୍ଷା ପାଇଁ ଖର୍ଚ୍ଚ ହେବାର ପ୍ରସ୍ତାବ ରହିଛି। କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ମିଶାଇ ଏହା ଏବେ ୪.୪%ରେ ପହଞ୍ଚିଛି। ଶିକ୍ଷା ଖର୍ଚ୍ଚ ବୃଦ୍ଧିରେ କେନ୍ଦ୍ର ସରକାରଙ୍କୁ ନେତୃତ୍ୱ ନେବାକୁ ହେବ। କିନ୍ତୁ ଆଗାମୀ ବଜେଟରେ ଶିକ୍ଷା କ୍ଷେତ୍ରରେ ପ୍ରସ୍ତାବିତ ବଣ୍ଟନ ହେଉଛି ୧.୨୮ ଲକ୍ଷ କୋଟି, ଯାହା ପୂର୍ବ ବଜେଟ ତୁଳନାରେ ମାତ୍ର ୨. ୪ଭାଗ ଅଧିକ। ପୂର୍ବ ବର୍ଷ ୧. ୨୫ ଲକ୍ଷ କୋଟି ପ୍ରସ୍ତାବିତ ରାଶିରୁ କେବଳ ୧.୧୪ ଲକ୍ଷ କୋଟି ଖର୍ଚ୍ଚ ହୋଇପାରିଲା। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମଦଶା। ସାମାଜିକ କ୍ଷେତ୍ରରେ ଖର୍ଚ୍ଚ କରା ନ ଗଲେ ଦକ୍ଷତା ବିକାଶ ହେବ କିପରି?
ମୋଟ ଉପରେ ବଜେଟ ୨୦୨୫-୨୬ ମଧ୍ୟମ ବର୍ଗଙ୍କୁ ଆଶ୍ବସ୍ତି ଦେବା ସହ ବିତ୍ତୀୟ ଶୃଙ୍ଖଳା ରକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ସାମାଜିକ କ୍ଷେତ୍ର ଓ ପୁଞ୍ଜିଗତ କ୍ଷେତ୍ର ପ୍ରତି ଅଧିକ ସଜାଗ ହୋଇଥିଲେ ଅଧିକ ପ୍ରଭାବୀ ହୋଇଥାନ୍ତା।
ପ୍ରଫେସର, ଅର୍ଥଶାସ୍ତ୍ର ବିଭାଗ, ପୂର୍ବୋତ୍ତର ପାର୍ବତୀୟ ବିଶ୍ୱବିଦ୍ୟାଳୟ, ଶିଲଂ, ମେଘାଳୟ
chittaranjan.ru@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri