Categories: ବାଣିଜ୍ୟ

କ୍ଲାଟ୍‌ ଫଳାଫଳରେ ଅନାକାଡେମିର ବାଜିମାତ

ଭୁବନେଶ୍ୱର, ୭ା୧: କମନ ଲ ଆଡ୍‌ମିଶନ ଟେଷ୍ଟ (କ୍ଲାଟ୍‌)ର ଫଳାଫଳ ନିକଟରେ ପ୍ରକାଶିତ ହୋଇଛି। ଏଥିରେ ଅନାକାଡେମିର ଛାତ୍ରୀଛାତ୍ରମାନେ ବାଜିମାତ କରିଛନ୍ତି। ଏପରିକି ଏହାର ୭୦ରୁ ଅଧିକ ଶିକ୍ଷାର୍ଥୀ କ୍ଲାଟ୍‌ ପରୀକ୍ଷାଫଳରେ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶେଷକରି ଓଡ଼ିଶାର ଭୁବନେଶ୍ୱରରୁ ଓମ୍‌କାର ପଟ୍ଟନାୟକ କ୍ଲାଟ୍‌ ପରୀକ୍ଷା ୨୦୨୨ରେ ସର୍ବଭାରତୀୟ ସ୍ତରରେ ୧୮୮ (ଏଆଇଆର୍‌୧୮୮) ତମ ସ୍ଥାନ ହାସଲ କରିଛନ୍ତି। ସେହଭଳି ୨୦୨୨ କ୍ଲାଟ୍‌ ପରୀକ୍ଷାରେ ୭୦ରୁ ଅଧିକ ଅନାକେଡି ଶିକ୍ଷାର୍ଥୀ ଶୀର୍ଷ ମାନ୍ୟତା ପାଇଛନ୍ତି ଏବଂ ଏନ୍‌ଏଲ୍‌ୟୁରେ ମଧ୍ୟ ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରେଷ୍ଠ ୧୦୦ ସ୍ଥାନ ମଧ୍ୟରେ ଅନାକାଡେମିର ୩ଜଣ ଶିକ୍ଷାର୍ଥୀ ର଼୍ୟାଙ୍କ୍‌ ହାସଲ କରିଥିବା ବେଳେ ୯ଜଣ ଶିକ୍ଷାର୍ଥୀ ୨୦୦ର଼୍ୟାଙ୍କ୍‌ ମଧ୍ୟରେ ଏବଂ ୨୧ଜଣ ଶିକ୍ଷାର୍ଥୀ ୫୦୦ର଼୍ୟାଙ୍କ୍‌ ମଧ୍ୟରେ ସ୍ଥାନ ପାଇଛନ୍ତି। ଅପରପକ୍ଷରେ ଶ୍ରେଷ୍ଠ ଶ୍ରେଣୀରେ ଉଚ୍ଚ ଗୁଣାତ୍ମକ ବିଷୟବସ୍ତୁ ୧:୧ ଲାଇଭ୍‌ ଅଧିବେଶନ ଏବଂ କ୍ରିତି ଭଟ୍ଟନାଗର, କେଶଭ ମାଲପାନି, ଦିବ୍ୟାକୁମାର ଗର୍ଗଙ୍କ ଭଳି ଜଣାଶୁଣା ଶିକ୍ଷକମାନଙ୍କଠାରୁ ବ୍ୟକ୍ତିଗତ ପରାମର୍ଶ, ଅନାକେଡମି ଶିକ୍ଷାର୍ଥୀମାନଙ୍କ ଶିକ୍ଷାଗତ ଯାତ୍ରାରେ ଉକତ୍ର୍ଷ ହେବା ପାଇଁ ବେଶ୍‌ ସହାୟତା ପ୍ରଦାନ କରିଛି।
ସୂଚନାଯୋଗ୍ୟ, ଓକିଲ ହେବାର ସ୍ବପ୍ନକୁ ଅନୁସରଣ କରି ଓମ୍‌କାର ଅନାକାଡେମିରେ ନାମ ଲେଖାଇ ତାଙ୍କର ଇଚ୍ଛା ପୂରଣ ପାଇଁ ଏକ ବୃହତ୍‌ ମୂଳଦୁଆ ପକାଇଥିଲେ। ସେ ତାଙ୍କର କ୍ଲାଟ୍‌ ପରୀକ୍ଷା ପ୍ରସ୍ତୁତି ସମୟରେ ଦେଶର ବରିଷ୍ଠ ଶିକ୍ଷାବିତ୍‌ଙ୍କଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ।

Share