ଦୁର୍ବୃତ୍ତଙ୍କ ଟେର୍‌ ପାଉନି ପୋଲିସ

ବ୍ରହ୍ମପୁର ଅଫିସ,୧୯ା୧୨:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମବାସୀ ଏବେ ଆତଙ୍କିତ। ଜଣେ ଅଜଣା ଯୁବକ ବାରମ୍ବାର ମହିଳାଙ୍କୁ ଟାର୍ଗେଟ କରୁଛନ୍ତି। ସେ କେତେବେଳେ ଲୁହାଛଡ଼, ଆଉ କେତେବେଳେ ଇଟାରେ ଆକ୍ରମଣ ତ ପୁଣି କେତେବେଳେ ଧାରୁଆ ଅସ୍ତ୍ରରେ କିଛିଦିନ ହେଲା ଉକ୍ତ ଗ୍ରାମର ମହିଳାଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ରବିବାର ସକାଳେ କବିତା ପାଢ଼ୀଙ୍କୁ ଦୁର୍ବୃତ୍ତ ଜଣଙ୍କ ଲୁହାଛଡ଼ରେ ଘାତକ ଆକ୍ରମଣ କରିଛନ୍ତି। କାହିଁକି ଏଭଳି ସେ ମହିଳାଙ୍କୁ ଆକ୍ରମଣ କରୁଛନ୍ତି ତାହା ଜଣାପଡ଼ିନାହିଁ। ଖବର ପାଇ ଅତିରିକ୍ତ ଏସ୍‌ପି ରମେଶ ସେଠୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ଗ୍ରାମବାସୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ନିଜ ନିଜ ଘରେ ମହିଳାମାନେ ଏକାକୀ ଥିବାବେଳେ ଦୁର୍ବୃତ୍ତ ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ଘଟଣା ପରେ ଆକ୍ରମଣକାରୀଙ୍କ ସୁରାକ୍‌ କେହି ପାଇପାରୁନାହାନ୍ତି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ଅତିରିକ୍ତ ଏସ୍‌ପି ସେଠୀ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ପ୍ରଥମେ ଗତ ୧୪ ତାରିଖରେ ଜଗଦଳପୁର ଗ୍ରାମରେ ରହୁଥିବା ବାବୁଆ ପାଢ଼ୀ ନାମ୍ନୀ ଜଣେ ମହିଳା ଘରେ ଏକାକୀ ଥିବା ବେଳେ ଜଣେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ମାଡ଼ ମାରି ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ। ସେହିପରି ୧୫ ତାରିଖରେ କେ. ଭାରତୀ ପାତ୍ରଙ୍କୁ ଲୁହାଛଡ଼ରେ ଆକ୍ରମଣ ହୋଇଥିଲା। ସେହିଭଳି ୧୬ ତାରିଖରେ କବିତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ବେଳେ ୧୮ ତାରିଖ ସକାଳେ ତାଙ୍କୁ ପୁଣି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

ବିଜେଡିର ବଡ଼ ନିଷ୍ପତ୍ତି: ୧୩ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କଟକ,୯ା୨(ଶିଳ୍ପା ପ୍ରିୟଦର୍ଶିନୀ): ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୧୩ ତାରିଖ ପୂର୍ୱାହ୍ନ ୧୦ଟାରେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ଦୋଳମୁଣ୍ଡାଇସ୍ଥିତ କଟକ ଜିଲା ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri