ନିଆଁ ପୁଇଁବା ସମୟରେ ପୋଡ଼ିଗଲେ ବୃଦ୍ଧା, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର,୪ା୧୨(ସ୍ବ.ପ୍ର.): ନିଆଁ ପୁଇଁବା ସମୟରେ ପୋଡ଼ି ହୋଇ ଜଣେ ବୃଦ୍ଧା ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବରେଶ୍ୱର ଗ୍ରାମର ବୃଦ୍ଧା କୋକିଳ କର ରବିବାର ସକାଳେ ଶୀତରୁ ରକ୍ଷା ପାଇବା ନିଆଁ ପୁଇଁ ହେବା ସମୟରେ ଅସାବଧାନତା ବଶତଃ ପୋଡ଼ି ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।