ବାର୍ଦ୍ଧକ୍ୟରେ ଖଲି ଚଉତି ବିକି ଚଳୁଛନ୍ତି ବୃଦ୍ଧା

କେନ୍ଦୁଝର,୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପୁଅ, ବୋହୂ ଓ ନାତି-ନାତୁଣୀ ସମସ୍ତେ ଅଛନ୍ତି। କିନ୍ତୁ କେହି ପଚାରୁନାହାନ୍ତି। ପୁଅ ବାହାରେ ରହି କାମ କରୁଥିବା ବେଳେ ବୋହୂ ପିଲାଙ୍କୁ ଧରି ନିଜ ବାପଘରେ ରହୁଛନ୍ତି। ପରିବାରର ସମସ୍ତେ ଥାଇ ମଧ୍ୟ ଏକୁଟିଆ ଜୀବନ କାଟିବାକୁ ପଡ଼ୁଛି। ବର୍ଷା, ଖରା ସବୁ ସମୟରେ ମୁଣ୍ଡରେ ଖଲିପତ୍ର ଚଉତିର ବୋଝ, ହାତରେ ଛତା ଓ ବାଡ଼ି ଧରି କେନ୍ଦୁଝର ସହରକୁ ବିକ୍ରି କରିବାକୁ ଆସିଥାଆନ୍ତି। ଖଲି ଚଉତି ବିକ୍ରି କରି ଯାହା ମିଳେ ସେଥିରେ ପେଟ ପୋଷୁଛନ୍ତି।
ସଦର ବ୍ଲକ୍‌ ଜାମୁନାଳିଆ ଗ୍ରାମର ବଚୁଆଣି ଦେହୁରୀ(୭୫)। ସ୍ବାମୀ, ଏକ ମାତ୍ର ପୁଅ, ବୋହୂ, ଦୁଇ ନାତୁଣୀ ଓ ଗୋଟିଏ ନାତିକୁ ନେଇ ସଂସାର ଭଲରେ ଚାଲିଥିଲା। ସ୍ବାମୀ ଓ ପୁଅ ରୋଜଗାର କରୁଥିଲେ। ସେଥିରେ ପରିବାର ଗୁଜୁରାଶ ମେଣ୍ଟୁଥିଲା। ୩ ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ପରେ ସବୁ ବଦଳିଗଲା। ବୋହୂ ନାତିନାତୁଣୀଙ୍କୁ ଧରି ନିଜ ବାପଘରକୁ ପଳାଇଥିବା ବେଳେ ପୁଅ କାମ କରିବାକୁ ବାହାରକୁ ଚାଲିଗଲା। ଏଣୁ ସମସ୍ତେ ଥାଇ ମଧ୍ୟ ପରିଣତ ବୟସରେ ଏକୁଟିଆ ଜୀବନ କାଟୁଛି ବୋଲି ସେ କହିଥିଲେ। ଯେଉଁ ବୟସରେ ଘରେ ରହି ନାତି ନାତୁଣୀଙ୍କ ସହିତ ଅତିବାହିତ କରିବା କଥା, ସେ ବୟସରେ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଖଲି ଚଉତି ପ୍ରସ୍ତୁତ କରିବାକୁ ପଡ଼ୁଛି। ଚାଲିଚାଲି ୬ କି.ମି କେନ୍ଦୁଝର ସହରକୁ ଆଣି ସେ ସବୁ ବିକ୍ରି କଲେ ଦୁଇ ପଇସା ମିଳୁଛି। ଥରେ ଆସିଲେ ଶହେ ଟଙ୍କା ରୋଜଗାର ହୋଇଯାଏ। ପଞ୍ଚାୟତରୁ ଚାଉଳ ମିଳୁଛି। ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ଆସୁଛି। ଥରେ ରୋଷେଇ କଲେ ୩ ଓଳି ଖାଉଛି। ବାର୍ଦ୍ଧ୍ୟକ ବୟସରେ ପରିଶ୍ରମ କରୁଥିଲେ ବି କିଛି ଅସୁବିଧା ନାହିଁ କିନ୍ତୁ ଏକୁଟିଆ ଜୀବନ ଅଧିକ ଦୁଃଖ ଦେଉଛି ବୋଲି କହିଥିଲେ। ପୁଅ କାମରୁ ଫେରିଲେ ଦେଖାହୁଏ। ନାତିନାତୁଣୀ ବଡ଼ ବଡ଼ ହୋଇଗଲେଣି କିନ୍ତୁ ଦେଖିବାକୁ ଇଚ୍ଛା ହେଉଥିଲେ ହେଁ ଆସୁ ନ ଥିବାରୁ ଦେଖିପାରୁନାହିଁ ବୋଲି ଆଖି ଛଳ ଛଳ କରି ଦୁଃଖ ପ୍ରକାଶ କରିଥିଲେ। ବୃଦ୍ଧାଜଣଙ୍କ ଭାରି ସ୍ନେହୀ। ତାଙ୍କ ନାତି ବୟସର ଯାହାକୁ ଦେଖିଲେ ଖୁସିରେ କଥା ହୋଇଥାନ୍ତି। ସମସ୍ତଙ୍କୁ ଶ୍ରଦ୍ଧା କରିଥାଆନ୍ତି ବୋଲି ବୃଦ୍ଧାଙ୍କଠାରୁ ଖଲିପତ୍ର ଚଉତି କିଣୁଥିବା ଅନୀଲ ସୋନକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri