ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ। ଏହି ମହୋତ୍ସବରେ ୧୧ଦିନ ବ୍ୟାପୀ ବରଗଡ଼ରେ ଚାଲିବ କଂସ ରାଜୁତି। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ମଝିରେ ବୋହିଯାଇଥିବା ଜୀରାନଦୀ ହେବ ଯମୁନା। ଏହି ମହୋତ୍ସବକୁ ଆଉମାତ୍ର ୪ଦିନ ବାକି। ଏଥିପାଇଁ ସାଜସଜ୍ଜା ଜୋର୍‌ସୋର୍‌ରେ ଚାଲିଛ। ରାସ୍ତାଘାଟ ପ୍ରଶସ୍ତୀକରଣ ଚାଲିଛି। ରାଜ ଦରବାର, ରଙ୍ଗମହଲ ମଞ୍ଚ ନିର୍ମାଣରେ ମଧ୍ୟ କାରିଗର ଲାଗି ପଡ଼ିଛନ୍ତି। ଉଭୟ ବରଗଡ଼, ଅମ୍ବାପାଲିର ମୁଖ୍ୟ ପ୍ରବେଶଦ୍ୱାରରେ ସ୍ଥାୟୀ, ଅସ୍ଥାୟୀ ତୋରଣ ନିର୍ମାଣ ହେଉଛି। ଏବେଠାରୁ ଆଲୋକମାଳାରେ ସହର ଝଲସି ଉଠିଲାଣି। ଅନ୍ୟବର୍ଷ ଅପେକ୍ଷା ଏଥର ସାଜସଜ୍ଜା ଆକର୍ଷଣୀୟ ହେବ। ଏବେଠାରୁ ତାହା ଆପେ ବାରି ହୋଇପଡ଼ିଲାଣି। କିନ୍ତୁ ବରଗଡ଼ ଧନୁଯାତ୍ରା ମହୋତ୍ସବର ପରମ୍ପରା ଅନୁଯାୟୀ, ଦୀର୍ଘ ୩ବର୍ଷ ପରେ ଏଥର କଳାକାର ଚୟନ କରାଯାଇଛି। ଚୟନ ପ୍ରକ୍ରିୟାରେ ଅନେକ ପୁରୁଣା କଳାକାର ବାଦ୍‌ ପଡ଼ିଛନ୍ତି। ମୁଖ୍ୟ ଚରିତ୍ର କଂସଙ୍କ ସମେତ ଅନ୍ୟ ଚରିତ୍ରରେ ମଧ୍ୟ ଏକାଧିକ ପାର୍ଶ୍ୱ କଳାକାରଙ୍କୁ ଏଥର ଧନୁଯାତ୍ରା ମହୋତ୍ସବରେ ପ୍ରଥମଥର ପାଇଁ ସୁଯୋଗ ମିଳିଛି। ସାଜସଜ୍ଜାକୁ ନେଇ ସବୁଠି ପ୍ରଶଂସା କରାଯାଉଛି, ମାତ୍ର ନୂତନଭାବେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କ ଅଭିନୟ ଉପରେ ଏବେ ସଭିଁଙ୍କ ନଜର ରହିଛି। ନୂଆ କଳାକାରଙ୍କ ଅଭିନୟ ମଧ୍ୟ ଉଚ୍ଚକୋଟୀର ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ସାଜସଜ୍ଜା ଯେତେ ଆକର୍ଷଣୀୟ ହୋଇଛି, କଳାକାରଙ୍କ ଅଭିନୟ ମଧ୍ୟ ପୂର୍ବାପେକ୍ଷା ଅଧିକ ମନଛୁଆଁ ହେବ ବୋଲି ଲୋକେ ଚାହିଁ ବସିଛନ୍ତି।

ଭବ୍ୟ ଓ ଦିବ୍ୟ ହେବ ଧନୁଯାତ୍ରା
ଧନୁଯାତ୍ରା ମହୋତ୍ସବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ଜନ ସାଧାରଣଙ୍କ ସହଯୋଗରେ ଦିନରାତିକୁ ଏକ କରି ଦେଇଛନ୍ତି। ସମସ୍ତେ ଯେଭଳି ଏହି ମହୋତ୍ସବର ଦୃଶ୍ୟାଭିନୟ ଗୁଡ଼ିକୁ ଉପଭୋଗ କରି ପାରିବେ, ସେଥିପାଇଁ ଏଲ୍‌ଇଡ଼ି, ଟିଭି ସମେତ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି। ଦ୍ୱାପର ଯୁଗ ଭଳି ବରଗଡ଼ ସହରକୁ ମଥୁରାନଗରୀ ଏବଂ ଅମ୍ବାପାଲିକୁ ଗୋପପୁର ରୂପ ଦେବା ପାଇଁ ଉଦ୍ୟମ କରାଯାଇଛି। ଏହି କ୍ରମରେ ରାଜ ଦରବାର, ରଙ୍ଗମହଲ ସମେତ ଅନ୍ୟ ମଞ୍ଚ ନିର୍ମାଣ ଚାଲିଛି। ଅନ୍ୟବର୍ଷ ତୁଳନାରେ ଏଥର ବରଗଡ଼ ଧନୁଯାତ୍ରା ଭବ୍ୟ ଓ ଦିବ୍ୟ ହେବ ବୋଲି ଆଶା କରାଯାଉଛି।
-ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବିଧାୟକ, ବରଗଡ଼
ତ୍ରୁଟି ଦେଖିଲେ ସଂଶୋଧନ କରିବା
ଚଳିତ ୭୮ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଅଭିନୟ କ୍ଷେତ୍ରରେ ବହୁ ଶାଣିତ କରିବା ପାଇଁ ଚୟନ ହୋଇଥିବା ନୂତନ କଳାକାରମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଉପଦେଷ୍ଟା ମଣ୍ଡଳୀ ତାଙ୍କୁ ପୂର୍ଣ୍ଣମାତ୍ରାରେ ଦିଗଦର୍ଶନ ଦେଇଛନ୍ତି। ଆଖଡ଼ାଶାଳରେ ଭୁଲ୍‌ ହେଉଥିବା ଅଭିନୟକୁ କେମିତି ଠିକ୍‌ ହେବ, ସେ ବିଷୟରେ ଦିଗଦର୍ଶନ ଦିଆଯାଏ। ଆଖଡ଼ାକୁ ଦେଖି କୌଣସି ଭୁଲ ମନ୍ତବ୍ୟ ଦେବା ଠିକ୍‌ ନୁହେଁ, ଯଦି ମଞ୍ଚ ଉପରେ କୌଣସି ତ୍ରୁଟି ଦେଖାଯାଏ, ତାହାହେଲେ ଆମେ ତାର ସଂଶୋଧନ ପାଇଁ ଚେଷ୍ଟା କରିବା।
-ପ୍ରଶାନ୍ତ ମହାପାତ୍ର, ସଭ୍ୟ କଳାକାର ଉପଦେଷ୍ଟା ମଣ୍ଡଳୀ
ଅଭିଜ୍ଞଙ୍କୁ ଅଣଦେଖା
ଧନୁଯାତ୍ରାର ବିଭିନ୍ନ କମିଟିରେ ଅଭିଜ୍ଞ ଲୋକଙ୍କୁ ସ୍ଥାନ ଦେବା ଦରକାର। କିନ୍ତୁ ବରଗଡ଼ ଧନୁଯାତ୍ରାରେ ତାହା ଦେଖିବାକୁ ମିଳୁ ନାହିଁ। ସାଜସଜ୍ଜା ନିଶ୍ଚିତଭାବେ ଅନ୍ୟବର୍ଷ ଅପେକ୍ଷା ଅଧିକ ଉନ୍ନତମାନର ହେଉଛି। ତୋରଣମାଳା ଆହୁରି ଚିତ୍ତାକର୍ଷକ ହେଉଛି। ଦର୍ଶକଙ୍କ ଗମନାଗମନ ପାଇଁ ଯାତାୟାତ ବ୍ୟବସ୍ଥା ବହୁତ ଭଲ କରାଯାଉଛି। ଅଭିନୟ ଆଶାନୁରୂପ ହେବାର ବିରାଟ ଆଶଙ୍କା ରହିଛି। କାହିଁକିନା ଏଥର ଅନେକ ନୂଆଁ କଳାକାର ସ୍ଥାନ ପାଇଛନ୍ତି। ତଥାପି ନୂଆଁ କଳାକାରମାନେ ମଧ୍ୟ ଭଲ ଅଭିନୟ କରିବେ ବୋଲି ଆମେ ଆଶା କରିଛୁ।
-ରାଜେନ୍ଦ୍ର ସିକନ୍ଦର, ଆର୍ଟିଷ୍ଟ ଏଣ୍ଡ୍‌ ଡିଜାଇନର, ବରଗଡ଼
ପ୍ରସ୍ତାବ, ଦାୟିତ୍ୱରେ ତାଳମେଳ ରହୁନି
ଧନୁଯାତ୍ରା ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ପ୍ରତିବର୍ଷ ଉଦ୍ୟମ କରାଯାଉଛି। ଏହା ପୂର୍ବରୁ ବୈଠକ ମଧ୍ୟ ବସୁଛି। ବୈଠକରେ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ପ୍ରସ୍ତାବ ନିଆଯାଉଛି। ଏଥିପାଇଁ ବିଭିନ୍ନ କମିଟି ଗଠନ କରି ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ବୈଠକରେ ଯେଉଁ ପ୍ରସ୍ତାବ ନିଆଯାଉଛି, ଦାୟିତ୍ୱ ନିର୍ବାହରେ ତାହା ପରିଲକ୍ଷିତ ହେଉ ନାହିଁ। ବୈଠକର ପ୍ରସ୍ତାବ ଅନୁଯାୟୀ ଯଦି ସବୁ କମିଟି ଠିକ୍‌ ଭାବେ ଦାୟିତ୍ୱ ସମ୍ପାଦନ କରିବେ, ମହୋତ୍ସବ ଅଧିକ ଉଚ୍ଚକୋଟୀର ହେବ, ଏଥିରେ ସନ୍ଦେହ ନାହିଁ।
-ହରିିହର ପ୍ରଧାନ, ଆଇନଜୀବୀ, ବରଗଡ଼
ହସ ଭିତରେ ସୀମିତ ନ ରହୁ କଂସଙ୍କ ଅଭିନୟ
ବରଗଡ଼ ଧନୁଯାତ୍ରାକୁ ନେଇ ଆଜି ଉତ୍ସାହ ଦେଖାଯାଇଛି, ସାଜସଜ୍ଜା ଓ ତୋରଣରୁ ତାହା ବାରିହୋଇ ପଡ଼ୁଛି। ଆଜି ପର୍ଯ୍ୟନ୍ତ ତାହା ଦେଖାଯାଇ ନ ଥିଲା। ଅଭିନୟ ବି ସେଭଳି ହେବା କଥା। କଂସକୁ କେବଳ ରାକ୍ଷସଭାବେ ସୀମିତ କରା ନ ଯାଉ। କଂସର ଅଭିନୟ କେବଳ ହସ ଭିତରେ ରହିଯାଉଛି। ସଂଳାପ ପ୍ରତି ଟିକିଏ ଜୋର୍‌ ଦିଆଯାଉ। ଦର୍ଶକ ଆହୁରି ଆକର୍ଷିତ ହେବେ। ପିଲାବେଳୁ ଦେଖୁଥିଲୁ, ପୂର୍ବତନ କଂସ ମହାରାଜ ସ୍ବର୍ଗତ ଯୁଧିଷ୍ଠିର ଶତପଥୀ ଯେତେବେଳେ ମଞ୍ଚକୁ ଆସୁଥିଲେ, ତାଙ୍କ ଗାମ୍ଭୀର୍ଯ୍ୟତା ଦେଖିବା ପାଇଁ ରାସ୍ତାଘାଟରେ ମଧ୍ୟ ଲୋକଙ୍କ ଗହଳି ହେଉଥିଲା। ମହାରାଜଙ୍କ ପ୍ରତି ସେତେବେଳେ ଲୋକଙ୍କ ସମ୍ମାନ ମଧ୍ୟ ଜାତ ହେଉଥିଲା। ଯେତେବେଳେ ସେ ମଞ୍ଚ ଉପରେ ଚଢୁଥିଲେ, ସେତେବେଳେ ଶିବଙ୍କ ଶ୍ଳୋକ ଉଚ୍ଚାରଣ କରୁଥିଲେ। କିନ୍ତୁ ଏବେ ତାହା ଦେଖିବାକୁ ମିଳୁପାରୁ ନାହିଁ।
-ଲିଟୁ ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri