ମାଟି ତଳୁ ମୃତଦେହ କାଢ଼ି ତଦନ୍ତ

ଝରିଗାଁ,୧୨।୩(କିଶୋର ଚନ୍ଦ୍ର ମଣ୍ଡଳ):୪ ଦିନ ତଳେ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିଲେ। ସେ ଗୁଣିଗାରେଡ଼ି କରୁଥିବା ନେଇ ଗାଁର କେତେଜଣ ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ବୋଲି ମୃତକଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରି ବୃଦ୍ଧାଙ୍କ ମୃତଦେହ ତାଙ୍କ ଜମିରେ ପୋତାଯାଇଥିବା ଜାଣିଥିଲା। ସେଠାରୁ ମୃତଦେହ ବାହାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ ବେଲଗାଁ ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ମୃତକ ହେଲେ ଗାଁର ରଇବାରୀ ସାନ୍ତା(୬୦)। ରାଇବରୀଙ୍କ ଝିଅ ବୁଟୁଲି ଝରିଗାଁ ଥାନାରେ ମା’ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏତଲାନୁଯାୟୀ, ରଇବାରୀ ନିଜ ପରିବାର ସହ କେନ୍ଦୁଗୁଡ଼ା ଗାଁରେ ରହୁଥିଲେ। ରଇବାରୀ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ଗାଁର କେତେଜଣ ତାଙ୍କ ସହ ସବୁବେଳେ ଗଣ୍ଡଗୋଳ କରୁଥିଲେ। ଏନେଇ ଝରିଗାଁ ଥାନାରେ ରଇବାରୀ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ଥାନା ପକ୍ଷରୁ ଉଭୟଙ୍କୁ ଡାକି ରାଜିନାମା କରାଯାଇଥିଲା। ୭ ତାରିଖ ଦିନ କେନ୍ଦୁଗୁଡ଼ା ଗ୍ରାମର ସାରଥୀ ସାନ୍ତା, ତାଙ୍କ ସ୍ତ୍ରୀ କାଜଳୀ, ମୁଗୁରୀ ସାନ୍ତା, ତାଙ୍କ ସ୍ତ୍ରୀ ଚମ୍ପା, ଲଖି ସାନ୍ତା, ପଲାଦୁ ସାନ୍ତା, ମାତିରି ସାନ୍ତା ଗୁଣି ଗାରେଡି କରୁଥିବା ସନ୍ଦେହରେ ରଇବାରୀଙ୍କୁ ଗାଳିଗୁଲଜ କରିବା ସହ ଘରେ ପଶି ତାଙ୍କୁ ମାଡ଼ ମାରିଥିଲେ। ପରେ ସମସ୍ତେ ରଇବାରୀଙ୍କୁ ମୁଗୁରୀ ସାନ୍ତାଙ୍କ ଘରକୁ ଟାଣି ନେଇଥିଲେ। ସେବେଠାରୁ ରଇବାରୀ ଘରକୁ ଫେରିନଥିଲେ। ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ରଇବାରୀଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ରଇବାରୀଙ୍କୁ ମାରି ପୋତି ଦେଇଥିବା ଜାଣିବା ପରେ ବୁଟୁଲି ସୋମବାର ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝରିଗାଁ ପୋଲିସ କେସ୍‌ ନମ୍ବର ୫୪/୨୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଝରିଗାଁ ଥାନାଧିକାରୀ ତପନ କୁମାର ପତିଙ୍କ ନେତୃତ୍ୱରେ ଏକ ଟିମ୍‌ କେନ୍ଦୁଗୁଡା ଗ୍ରାମ ଯାଇ ତଦନ୍ତ କରିଥିଲେ। ହତ୍ୟା ପରେ ଗାଁଠାରୁ ପ୍ରାୟ ତିନି କିଲୋମିଟର ଦୂର ରଇବାରୀଙ୍କ ନିଜ ଜମିରେ
ଥିବା ଏକ ଶୁଖିଲା ନାଳରେ ତାଙ୍କୁ ପୋତି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଥିଲା। ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକ, ସାଇଣ୍ଟିଫିକ୍‌ ଦଳଙ୍କ ଉପସ୍ଥିତିରେ ମାଟି ତଳୁ ମୃତଦେହ ବାହାର କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ କରାଇବାକୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ଚାଲିଛି। ତେବେ ଏବେ ପର୍ଯ୍ୟନ୍ତ କାହାରିକୁ ଗିରଫ କିମ୍ବା ଅଟକ ରଖାଯାଇନି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri