ଭିତିରି ବୁଝାମଣା ଉଦ୍ୟମ

ଯାଜପୁର ଅଫିସ,୯ା୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ପ୍ରଶାସନର ଅନୁମୋଦନ ଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ୍‌ ଏବଂ ଜରିମାନା ଆଦାୟ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ଲୁଟ୍‌ ପରିମାଣର ମାପଚୁପ ପାଇଁ ପ୍ରଶାସନ ପକ୍ଷରୁ ନିୟୋଜିତ ବେସରକାରୀ ସଂସ୍ଥା ମାଇ ୱାର୍ଲ୍‌ଡ କନ୍ସଲଟେନ୍ସିର କାର୍ଯ୍ୟ ସ୍ବଚ୍ଛତା ଉପରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁଧବାର ଜଣେ ପ୍ରଭାବଶାଳୀ ରାଜନେତା ଲିଜ୍‌ ନେଇଥିବା ରାହାଡ଼ପୁର ପାହାଡ଼ର ଚୂଡ଼ାନ୍ତ ମାପଚୁପକୁ ସମସ୍ତେ ଚାହିଁ ରହିଛନ୍ତି। କାରଣ ଏହି ପାହାଡ଼ରୁ ୫ ବର୍ଷ ପାଇଁ ୨,୩୫,୦୦୦ ଘନଫୁଟ କଳାପଥର ଉତ୍ତୋଳନ କରିବାକୁ ଅନୁମତି ରହିଥିବାବେଳେ ସେଠାରୁ ପ୍ରାୟ ଦେଢକୋଟି ଘନଫୁଟ କଳାପଥର ଲୁଟ ହୋଇଛି। ଏହାସହ ଆଖପାଖ ୩ଟି କ୍ବାରୀରୁ ବିନା ଅନୁମୋଦନରେ ପ୍ରାୟ ୮ ଲକ୍ଷ ଘନଫୁଟ କଳାପଥର ଚୋରି ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ଆସନ୍ତା ମାର୍ଚ୍ଚରେ ଲିଜ୍‌ ଅବଧି ଶେଷ ହେବାକୁ ଥିବା ବରଡା ପାହାଡରୁ ମଧ୍ୟ ବିପୁଳ ପରିମାଣର କଳାପଥର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏହିସବୁ ଅଭିଯୋଗରେ ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ପରୋକ୍ଷରେ ସହଯୋଗ ଦେଇ ଆସୁଛନ୍ତି। ଏହିକ୍ରମରେ ମାପଚୁପରେ ଯଦି ସ୍ବଚ୍ଛତା ଅବଲମ୍ବନ କରା ନ ଯାଏ, ତେବେ ଅଞ୍ଚଳବାସୀ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ସଂପୃକ୍ତ ଲିଜ୍‌ଧାରୀ ଆଇନ କବଳରୁ ମୁକୁଳିବା ପାଇଁ ନିୟୋଜିତ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ମନାଇବାକୁ ଭୁବନେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ବିଭିନ୍ନ ଉନ୍ନୟନ କାମ ଉଦ୍ଦେଶ୍ୟରେ ୨୦୧୭-୧୮ ବର୍ଷରେ କଳାପଥର ଉତ୍ତୋଳନ କରିବାକୁ ରାହାଡ଼ପୁର ପାହାଡ଼କୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ଏଥିରେ ୨୫ ଏକର ପରିମିତ ଅଞ୍ଚଳରୁ ବାର୍ଷିକ ୪୭ ହଜାର ଘନଫୁଟ ଅନୁସାରେ ୫ ବର୍ଷରେ ସେ ୨ ଲକ୍ଷ ୩୫ ହଜାର ଘନଫୁଟ କଳାପଥର ଉତ୍ତୋଳନ କରିପାରିବେ ବୋଲି ଅନୁମୋଦନ ହୋଇଥିଲା। ଏହି ସମୟରେ ଚଣ୍ଡିଖୋଲ-ଭଦ୍ରକ ୧୬ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଥିଲା। ଏଥିରେ ବିପୁଳ ପରିମାଣର କଳାପଥର ଆବଶ୍ୟକତା ପଡୁଥିଲା। ତେଣୁ ଲିଜ୍‌ଧାରୀ ଅନୁମୋଦନ ପରିମାଣକୁ ବୃଦ୍ଧି କରିବାକୁ କୌଣସି ଅନୁମତି ନ ନେଇ ଉକ୍ତ ରାସ୍ତା ସମ୍ପ୍ରସାରଣ କାମରେ ପ୍ରାୟ ୬୫ ଲକ୍ଷ ଘନଫୁଟ୍‌ କଳାପଥର ଯୋଗାଇ ଦେଇଥିଲେ। ଏହାସହ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ମଧ୍ୟ ବିପୁଳ କଳାପଥର ବ୍ୟବହାର ହୋଇଛି। ଏଭଳି ଭାବେ ପ୍ରାୟ ଦେଢକୋଟି ଟଙ୍କାର ବେଆଇନ ଭାବେ କଳାପଥର ଉତ୍ତୋଳନ କରାଯାଇଥିବା ପ୍ରାଥମିକ ମାପଚୁପରୁ ଜଣାପଡିଛି। ତେଣୁ ଜରିମାନା ଆକଳନ ହେବା ପୂର୍ବରୁ ପୁଣି ଥରେ ଚୂଡ଼ାନ୍ତ ମାପଚୁପ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ତାହା ବୁଧବାର ସମ୍ପନ୍ନ କରାଯିବ। ଏହିସବୁ ଲୁଟ୍‌କୁ ଚାପିଦେବାକୁ ଲିଜ୍‌ଧାରୀ ସବୁପ୍ରକାର ଉଦ୍ୟମ କରି ବିଫଳ ହେବା ପରେ ମାପଚୁପ କରୁଥିବା ସଂସ୍ଥାକୁ ଭରସା କରିଛନ୍ତି। ତେଣୁ ଲିଜ୍‌ଧାରୀ ଏବଂ ଉକ୍ତ ସଂସ୍ଥା ମଧ୍ୟରେ ଏକ ବଡଧରଣର ଭିତିରି ବୁଝାମଣା ହୋଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ସଂସ୍ଥା ନିଜର ଭାବମୂର୍ତ୍ତିକୁ ବଜାୟ ରଖିବାକୁ କୌଣସି ବୁଝାମଣା କରିବ ନାହିଁ ବୋଲି ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ଅନୁଷ୍ଠିତ ବିଧାନସଭାରେ ବିଧାୟକ ନବଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଅନୁମୋଦନଠାରୁ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଉପରେ ଏକ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ ତଥ୍ୟରେ ୨୦୧୫-୧୬ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ୍‌ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। ସେଥିରୁ ବାଲେଶ୍ୱର ଜିଲାର ଜରିମାନା ସର୍ବାଧିକ ୬ କୋଟି ୧୦ ଲକ୍ଷ ୫୬୨ ଟଙ୍କା ରହିଥିଲା। କିନ୍ତୁ ସର୍ବାଧିକ କଳାପଥର ଲୁଟ ହେଉଥିବା ଯାଜପୁର ଜିଲାରେ ଟଙ୍କାଟିଏ ବି ଆଦାୟ ହୋଇ ନ ଥିବା ମନ୍ତ୍ରୀଙ୍କ ତଥ୍ୟରୁ ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଲିଜ୍‌ ପାହାଡ଼ଗୁଡିକର ମାପଚୁପ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହିକ୍ରମରେ ସାଟେ ଲାଇଟ୍‌ ମାପଚୁପ କରି ୪ ଜଣ ଲିଜ୍‌ଧାରୀଙ୍କ ନାମରେ ୧୦୫.୮୭ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ହେଲେ ଏଯାଏ ଟଙ୍କାଟିଏ ଅସୁଲ ହୋଇ ନ ଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ କୁମାର ଦାସଙ୍କ ମତାମତ ନେବାକୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri