Posted inଫୁରସତ

ବିନା ଶୁକ୍ରାଣୁରେ ଭ୍ରୂଣ

ଜେରୁଜେଲମ: ଚିକିତ୍ସା ବିଜ୍ଞାନରେ ଏକ ବଡ଼ ସଫଳତା ଭାବେ ପ୍ରଥମ କରି ବିନା ଶୁକ୍ରାଣୁ(ସ୍ପର୍ମ)ରେ ଇସ୍ରାଏଲର ବୈଜ୍ଞାନିକମାନେ ଏକ ସିନ୍ଥେଟିକ୍‌ ଭ୍ରୂଣ (ଏମ୍ବ୍ରିଓ) ପ୍ରସ୍ତୁତ କରିଛନ୍ତି। ଗର୍ଭ ବାହାରେ ଏକ ପେଟ୍ରି ଥଳିରେ ଷ୍ଟେମ୍‌ କୋଷିକା ବ୍ୟବହାର କରି ଏହି ଭ୍ରୂଣ ତିଆରି କରାଯାଇଛି। ସିନ୍ଥେଟିକ୍‌ ଏମ୍ବ୍ରିିଓ ମଡେଲ ଦ୍ୱାରା ଏପରି ଭ୍ରୂଣରୁ ଟିସ୍ୟୁ ଏବଂ ପ୍ରତିରୋପଣ ନିମନ୍ତେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ବିକଶିତ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି। ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ପୂରଣ କରିବା ଏହି ଗବେଷଣାର ଉଦ୍ଦେଶ୍ୟ। ସେଲ୍‌ ପତ୍ରିକାରେ ଅଧ୍ୟୟନ ବାବଦ ରିପୋର୍ଟ ପ୍ରକାଶ ପାଇଛି।
ଇସ୍ରାଏଲର ଓ୍ବେଇଜ୍‌ମାନ୍‌ ଇନ୍‌ଷ୍ଟିଚ୍ୟୁଟ ବୈଜ୍ଞାନିକଙ୍କ କହିବା ମୁତାବକ, ମୂଷାର ଷ୍ଟେମ୍‌ ସେଲ୍‌ରୁ ଅନ୍ତଃନଳୀ, ମସ୍ତିଷ୍କ ବିକଶିତ ହେବାର ଆରମ୍ଭ ପର୍ଯ୍ୟାୟ ଏବଂ ସ୍ପନ୍ଦନ ଥିବା ହୃତ୍‌ପିଣ୍ଡ ଆଦି ପ୍ରାରମ୍ଭିକ ଭ୍ରୂଣ ସଂରଚନାରେ ଉପଯୋଗ କରାଯାଇପାରିବ। କ୍ୟାନ୍‌ସର ଭଳି ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସାରେ ଏଭଳି ଭ୍ରୂଣ ବେଶ୍‌ ଉପଯୋଗୀ ହେବ। ଗତବର୍ଷ ଏହି ଗବେଷକ ଟିମ୍‌ ଏକ ମେକାନିକାଲ ଗର୍ଭ ପ୍ରସ୍ତୁତ କରିଥିଲେ। ଏହାକୁ ବ୍ୟବହାର କରି ଗର୍ଭାଶୟ ବାହାରେ ମୂଷାର ଭ୍ରୂଣ ବିକଶିତ କରିବାରେ ସେମାନଙ୍କୁ ସଫଳତା ମିଳିଥିଲା। ସଦ୍ୟ ବିକଶିତ ଭ୍ରୂଣରେ ଉକ୍ତ ମେକାନିକାଲ ଗର୍ଭକୁ ବ୍ୟବହାର କରାଯାଇଛି। ଷ୍ଟେମ୍‌ ସେଲ୍‌ଗୁଡ଼ିକରେ ପୂର୍ବରୁ କେତେକ କେମିକାଲ ପ୍ରୟୋଗ କରାଯାଇଥିଲା। ସେଥିରେ କେତେକ ଜେନେଟିକ୍‌ ପ୍ରୋଗ୍ରାମକୁ ବଦଳାଯାଇଥିଲା। ଗବେଷଣାରେ ନିଆଯାଇଥିବା ଷ୍ଟେମସେଲଗୁଡ଼ିକ ମଧ୍ୟରୁ ମାତ୍ର ୫% ହିଁି ଭ୍ରୂଣ ଆକାରରେ ବଢ଼ିଥିଲା। ମୂଷାର ପ୍ରାକୃତିକ ଗର୍ଭ ସହ ତୁଳନା କରାଯିବା ପରେ ତାହା ୯୫% ପର୍ଯ୍ୟନ୍ତ ମିଶୁଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ତେବେ ଏଥିରୁ କେବଳ ମନୁଷ୍ୟ ଶରୀରରେ ପ୍ରତିରୋପଣ ହେବାକୁ ଥିବା ଅଙ୍ଗ ବିକଶିତ କରାଯାଇପାରିବ। ଏହାକୁ ବ୍ୟବହାର କରି ଜୀବନ ସୃଷ୍ଟି କରାଯାଇପାରିବ ନାହିଁ ବୋଲି ଗବେଷଣାରେ ଭାଗ ନେଇଥିବା ପ୍ରଫେସର ଜାକୋବ୍‌ ହନ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri