Posted inଫୁରସତ

ବିନା ଶୁକ୍ରାଣୁରେ ଭ୍ରୂଣ

ଜେରୁଜେଲମ: ଚିକିତ୍ସା ବିଜ୍ଞାନରେ ଏକ ବଡ଼ ସଫଳତା ଭାବେ ପ୍ରଥମ କରି ବିନା ଶୁକ୍ରାଣୁ(ସ୍ପର୍ମ)ରେ ଇସ୍ରାଏଲର ବୈଜ୍ଞାନିକମାନେ ଏକ ସିନ୍ଥେଟିକ୍‌ ଭ୍ରୂଣ (ଏମ୍ବ୍ରିଓ) ପ୍ରସ୍ତୁତ କରିଛନ୍ତି। ଗର୍ଭ ବାହାରେ ଏକ ପେଟ୍ରି ଥଳିରେ ଷ୍ଟେମ୍‌ କୋଷିକା ବ୍ୟବହାର କରି ଏହି ଭ୍ରୂଣ ତିଆରି କରାଯାଇଛି। ସିନ୍ଥେଟିକ୍‌ ଏମ୍ବ୍ରିିଓ ମଡେଲ ଦ୍ୱାରା ଏପରି ଭ୍ରୂଣରୁ ଟିସ୍ୟୁ ଏବଂ ପ୍ରତିରୋପଣ ନିମନ୍ତେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ବିକଶିତ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି। ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ପୂରଣ କରିବା ଏହି ଗବେଷଣାର ଉଦ୍ଦେଶ୍ୟ। ସେଲ୍‌ ପତ୍ରିକାରେ ଅଧ୍ୟୟନ ବାବଦ ରିପୋର୍ଟ ପ୍ରକାଶ ପାଇଛି।
ଇସ୍ରାଏଲର ଓ୍ବେଇଜ୍‌ମାନ୍‌ ଇନ୍‌ଷ୍ଟିଚ୍ୟୁଟ ବୈଜ୍ଞାନିକଙ୍କ କହିବା ମୁତାବକ, ମୂଷାର ଷ୍ଟେମ୍‌ ସେଲ୍‌ରୁ ଅନ୍ତଃନଳୀ, ମସ୍ତିଷ୍କ ବିକଶିତ ହେବାର ଆରମ୍ଭ ପର୍ଯ୍ୟାୟ ଏବଂ ସ୍ପନ୍ଦନ ଥିବା ହୃତ୍‌ପିଣ୍ଡ ଆଦି ପ୍ରାରମ୍ଭିକ ଭ୍ରୂଣ ସଂରଚନାରେ ଉପଯୋଗ କରାଯାଇପାରିବ। କ୍ୟାନ୍‌ସର ଭଳି ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସାରେ ଏଭଳି ଭ୍ରୂଣ ବେଶ୍‌ ଉପଯୋଗୀ ହେବ। ଗତବର୍ଷ ଏହି ଗବେଷକ ଟିମ୍‌ ଏକ ମେକାନିକାଲ ଗର୍ଭ ପ୍ରସ୍ତୁତ କରିଥିଲେ। ଏହାକୁ ବ୍ୟବହାର କରି ଗର୍ଭାଶୟ ବାହାରେ ମୂଷାର ଭ୍ରୂଣ ବିକଶିତ କରିବାରେ ସେମାନଙ୍କୁ ସଫଳତା ମିଳିଥିଲା। ସଦ୍ୟ ବିକଶିତ ଭ୍ରୂଣରେ ଉକ୍ତ ମେକାନିକାଲ ଗର୍ଭକୁ ବ୍ୟବହାର କରାଯାଇଛି। ଷ୍ଟେମ୍‌ ସେଲ୍‌ଗୁଡ଼ିକରେ ପୂର୍ବରୁ କେତେକ କେମିକାଲ ପ୍ରୟୋଗ କରାଯାଇଥିଲା। ସେଥିରେ କେତେକ ଜେନେଟିକ୍‌ ପ୍ରୋଗ୍ରାମକୁ ବଦଳାଯାଇଥିଲା। ଗବେଷଣାରେ ନିଆଯାଇଥିବା ଷ୍ଟେମସେଲଗୁଡ଼ିକ ମଧ୍ୟରୁ ମାତ୍ର ୫% ହିଁି ଭ୍ରୂଣ ଆକାରରେ ବଢ଼ିଥିଲା। ମୂଷାର ପ୍ରାକୃତିକ ଗର୍ଭ ସହ ତୁଳନା କରାଯିବା ପରେ ତାହା ୯୫% ପର୍ଯ୍ୟନ୍ତ ମିଶୁଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ତେବେ ଏଥିରୁ କେବଳ ମନୁଷ୍ୟ ଶରୀରରେ ପ୍ରତିରୋପଣ ହେବାକୁ ଥିବା ଅଙ୍ଗ ବିକଶିତ କରାଯାଇପାରିବ। ଏହାକୁ ବ୍ୟବହାର କରି ଜୀବନ ସୃଷ୍ଟି କରାଯାଇପାରିବ ନାହିଁ ବୋଲି ଗବେଷଣାରେ ଭାଗ ନେଇଥିବା ପ୍ରଫେସର ଜାକୋବ୍‌ ହନ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri