କମୁନି ହାତୀ ଉପଦ୍ରବ: ପୁଣି ଜଣଙ୍କ ଜୀବନ ନେଲା

ସାରସକଣା,୩୦ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକର ଉମାଦେଇପୁର ପଞ୍ଚାୟତ ପାଣିଶୋଳ ଗ୍ରାମର ସନ୍ନ୍ୟାସୀ ମହାନ୍ତଙ୍କ ପୁଅ ଭବାନୀ ଶଙ୍କର ମହାନ୍ତ(୪୨)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର
ରେଞ୍ଜର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି। ବୁଧବାର ରାତିରେ କିଛି ହାତୀ ପଲ ଗ୍ରାମ ଭିତରକୁ ପ୍ରବେଶ କରିଥିବା ବେଳେ ନିଜକୁ ବଞ୍ଚାଇବାକୁ ଯାଇ ହାତୀ ସମ୍ମୁଖକୁ ଚାଲିଆସିଥିଲେ। ଫଳରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସଙ୍ଗେସଙ୍ଗେ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।