ସିଦ୍ଧେଶ୍ୱର ପାହାଡ଼ରେ ଦନ୍ତା

ବାରଙ୍ଗ,୩।୬(ଡି.ଏନ୍‌.ଏ.): ନରାଜ ସିଦ୍ଧେଶ୍ୱର ପାହାଡ଼ରେ ଏକ ବଣୁଆ ଦନ୍ତାହାତୀ ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଦନ୍ତାକୁ ଦେଖିବା ପରେ ଭଗିପୁର ବନଖଣ୍ଡକୁ ଖବର ଦେବାରୁ ବନଖଣ୍ଡ ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବଣୁଆ ଦନ୍ତାର ଗତିବିଧି ଉପରେ ନଜର ରଖିଥିଲେ। ଦନ୍ତାଟି ଆଠଗଡ଼ ବନଖଣ୍ଡରୁ ବାହାରି ମହାନଦୀ ପାରିହୋଇ ଚନ୍ଦକା-ଡମପଡା ବନଖଣ୍ଡକୁ ଯାଉଥିବାବେଳେ ସିଦ୍ଧେଶ୍ୱର ପାହାଡ଼କୁ ଚାଲିଯାଇଥିବା ବନ ବିଭାଗ ଅନୁମାନ କରୁଛି। ତେବେ ହାତୀଟି ଗ୍ରାମବସତି ଆଡ଼କୁ ମାଡ଼ି ଆସିବା ନେଇ ଲୋକେ ଭୟଭୀତ ଅଛନ୍ତି।