କେନ୍ଦୁଝର,୧୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମୁ ନାହିଁ। ଗାଁ ଗଣ୍ଡାରେ ହାତୀ ଉପଦ୍ରବ କରିବା ପରେ ଏବେ ସହର ମୁହାଁ ହୋଇଛନ୍ତି। ଫଳରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ କେନ୍ଦୁଝର ସହରର ପୁରୁଣା ସହର ୧ ନଂ ଏବଂ ୨ ନଂ ଓ୍ବାର୍ଡରେ ଏକ ଗୋଠ ଛଡ଼ା ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି ବାଇପାସ ରାସ୍ତା ଦେଇ ସିଦ୍ଧମଠ ଜଙ୍ଗଲରୁ ଆସି ପ୍ରଥମେ ସୁଲେଇଖମାର ଉପର ସାହିରେ କୁନା ନାଏକ ଏବଂ ଗୋକୁଳ ନାଏକଙ୍କ ଘର ଭାଙ୍ଗି ଥିଲା। ଏହା ପରେ ହାତୀ ମାଟିଆବନ୍ଦ ପୋଖରୀ ପାର୍ଶ୍ୱ ରାସ୍ତାରେ ଆସି ଭଟ୍ଟାସାହି ସ୍କୁଲ ପାଖ,ଗୌର ସାହି,ଗୁଣ୍ଡିଚା ସାହି, ମଦନମୋହନପୁର ସାହି,ହାଡ଼ବନ୍ଧ ସାହିରେ ବୁଲିବା ପରେ ବଡ଼ଦାଣ୍ଡ ଦେଇ ବଳଦେବଜୀଉ ମନ୍ଦିର ନିକଟ ସନବିମ ଫଟୋ ଷ୍ଟୁଡିଓ ନିକଟରେ ପହଞ୍ଚିଥିଲା। ବନ ବିଭାଗର ବାରଣ ସତ୍ତ୍ୱେ ଶହ ଶହ ଲୋକ ରାତ୍ରି ଅନିଦ୍ରା ହୋଇ ବନକର୍ମଚାରୀଙ୍କ ସହ ହାତୀ ଘଉଡ଼ାଇଥିଲେ। ହାତୀ ହୁଡ୍କୋ କଲୋନୀ ଦେଇ ଠାକୁରପାଟଣା, ରାଙ୍କି ସରାସ, କଣ୍ଡରାପଶି, ହରିଡାଗୋଠ, ଶିରିଶପାଳ ବାଦମପାଟି ଦେଇ କୋଡିପଶା ଡ୍ୟାମ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲକୁ ସକାଳ ୫ଟା ରେ ପ୍ରବେଶ କରିଥିଲା। ସ୍ଥାନୀୟ ଲୋକେ ରାତି ଅନିଦ୍ରା ହୋଇ ବନ ବିଭାଗ କର୍ମଚାରୀଙ୍କ ସହିତ ହାତୀ ଘଉଡାଇଥିଲେ।
Posted inHome, Home Left, ଆମ ଜିଲା ଖବର, କେନ୍ଦୁଝର View All
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ
ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
Archives

