Posted inଜାତୀୟ

ଲୁ ଯୋଗୁ ପ୍ରତିଦିନ ହାରାହାରି ୩୯ ହସ୍ପିଟାଲରେ ହେଉଥିଲେ ଭର୍ତ୍ତି, ଏପ୍ରିଲ୍‌-ଜୁନ୍‌ରେ ପ୍ରବଳ ତାତି ଯୋଗୁ ୭୯ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୭ : ଗତ କିଛି ମାସ ତଳେ ଭାରତ ରେକର୍ଡ ଭାଙ୍ଗୁଥିବା ଉତ୍ତାପର ସମ୍ମୁଖୀନ ହୋଇଥିବାବେଳେ ଏବେ ସ୍ପେନ, ଇଂଲଣ୍ଡ ପ୍ରବଳ ଉତ୍ତାପ ଯୋଗୁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଚଳିତ ବର୍ଷ ପ୍ରବଳ ତାତି ଯୋଗୁ ଏପ୍ରିଲ୍‌ରୁ ଜୁନ୍‌ ୯୦ ଦିନ ମଧ୍ୟରେ ପ୍ରତିଦିନ ହାରାହାରି ୩୯ ଜଣ ଲୋକ ଅସୁସ୍ଥ ହୋଇ ହସ୍ବିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସେହିପରି ଲୁ ଯୋଗୁ ପ୍ରତିଦିନ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା।

ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ପ୍ରବଳ ଉତ୍ତାପ ଯୋଗୁ ସ୍ବାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଥମ ରିପୋର୍ଟ ରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏପ୍ରିଲରୁ ଜୁନ ମଧ୍ୟରେ ୩୪୬୦ ଜଣ ଲୋକ ଲୁ ଯୋଗୁ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ସମୟରେ ମୋଟ ୭୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁରେ ଉତ୍ତାପ ପ୍ରତ୍ୟକ୍ଷ କାରଣ ହୋଇଥିବାବେଳେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି॥

ସାର୍‌ ଗଙ୍ଗା ରାମ ହସ୍ପିଟାଲର ଡାକ୍ତର ଧୀରେନଙ୍କ ଅନୁସାରେ ଉତ୍ତାପ ଯୋଗୁ ଲୋକମାନେ ବିଭିନ୍ନ ପ୍ରକାର ପ୍ରଭାବିତ ହୋଇଥାନ୍ତି। ତେଣୁ ସିଧାସଳଖ କହିବା କଷ୍ଟକର ଯେ ଚଳିତ ବର୍ଷ ପ୍ରକୃତରେ କେତେ ସଂଖ୍ୟକ ଲୋକ ଉତ୍ତାପ ଯୋଗୁ ସମସ୍ୟାରେ ପଡ଼ିଛନ୍ତି। କୋଟ୍ଟାୟମ ସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ କ୍ଳାଇମେଟ ଚେଞ୍ଜ୍‌ ଅଧ୍ୟୟନର ଡି ଶିବାନନ୍ଦ ପାଇ କହିଛନ୍ତି ଯେ ହିମାଚଳ ପ୍ରଦେଶ ପରି ଟ୍‌ପାର୍ବତ୍ୟ ରାଜ୍ୟରେ ୨୧ ଦିନ ଧରି ପ୍ରବଳ ଉତ୍ତାପ ସୃଷ୍ଟି ହୋଇଥିଲା। ସେ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚ ୧୧ ରୁ ଲୁର ପ୍ରଭାବ ଆରମ୍ଭ ହୋଇଥିଲା। କିଛି ଦିନ ମଧ୍ୟରେ ଏହା ୧୫ଟି ରାଜ୍ୟରେ ସମସ୍ୟା ସୃଷ୍ଟି କରିଥିଲା। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଲୁ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିଲେ। ସେଠାରେ ୨୫ ଦିନ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ପ୍ରବାହ ହୋଇଥିଲା।

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସର ସିନିୟର ଡାକ୍ତର ଅରବିନ୍ଦ କୁମାର କହିଛନ୍ତି ଯେ ଆମ ଦେଶରେ ଉତ୍ତାପ ଭଳି ପାଣିପାଗ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ପ୍ରଭାବ ବିଷୟରେ ଅଧ୍ୟୟନ କରିବା କଷ୍ଟକର। ସ୍ବାସ୍ଥ୍ୟ ଉପରେ ଉତ୍ତାପର ପ୍ରଭାବ ଦୁଇଟି ପ୍ରକାର ଦେଖାଯାଇଥାଏ। ଗୋଟିଏ ଯାହା ସିଧାସଳଖ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ଏବଂ ସେ ଚେତାଶୂନ୍ୟ ହୋଇଯାଇଥାନ୍ତି। ଅନ୍ୟଟିରେ ଉତ୍ତାପ ଯୋଗୁ ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟଗତ ସମସ୍ୟା ଅଧିକ ଖରାପ ହେବାକୁ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri