Posted inଜାତୀୟ

ଜୟଶଙ୍କର ଜଣେ ଦକ୍ଷ ମନ୍ତ୍ରୀ, ସେ ମୋର ବନ୍ଧୁ: ଶଶି ଥରୁର…

ନୂଆଦିଲ୍ଲୀ,୧।୭ : କଂଗ୍ରେସ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି। ଶନିବାର ଏହା ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ’ଲଣ୍ଡନରେ ଖାୟଲିସ୍ତାନୀମାନେ ଭାରତୀୟ ପତାକା ଉତ୍ତୋଳନ କରିବା ପରେ ଦେଇଥିବା ପ୍ରତିକ୍ରିୟାରେ ଜୟଶଙ୍କରଙ୍କ ସହ ମୋର କୌଣସି ମତଭେଦ ନାହିଁ।’ କେବଳ ଏତିକି ନୁହେଁ, ଥରୁର ଜୟଶଙ୍କରଙ୍କୁ ତାଙ୍କର ବନ୍ଧୁ ତଥା ଦକ୍ଷ ମନ୍ତ୍ରୀ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି।

ବାସ୍ତବରେ ଜୟଶଙ୍କର ଚଳିତ ବର୍ଷ ଏପ୍ରିଲ ୨ରେ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମନ୍ତବ୍ୟ ଦେଉଥିବାରୁ ପାଶ୍ଚାତ୍ୟର ଦେଶର ଅଭ୍ୟାସକୁ ସମାଲୋଚନା କରିଥିଲେ। ଜୟଶଙ୍କର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ମୁଁ ଆପଣଙ୍କୁ ପ୍ରକୃତ ଉତ୍ତର ଦେବ କାହିଁକି ପାଶ୍ଚାତ୍ୟ ଦେଶ ଭାରତ ଉପରେ ମନ୍ତବ୍ୟ ଦେଉଛନ୍ତି। ଏହାର ଦୁଇଟି କାରଣ ଅଛି ପ୍ରଥମ କାରଣ ହେଉଛି ପାଶ୍ଚାତ୍ୟ ଦେଶଗୁଡ଼ିକର ଅନ୍ୟମାନଙ୍କ ଉପରେ ମନ୍ତବ୍ୟ ଦେବାର ଏକ ଖରାପ ଅଭ୍ୟାସ ରହିଛି। ସେମାନେ ଭାବନ୍ତି ଏହା ସେମାନଙ୍କ ପାଇଁ ଭଗବାନଙ୍କର ଏକ ପ୍ରକାର ଅଧିକାର। ସେମାନଙ୍କୁ ଅଭିଜ୍ଞତା ଠାରୁ ଶିଖିବାକୁ ପଡିବ ଯଦି ସେମାନେ ଏହା ଜାରି ରଖନ୍ତି ତେବେ ଅନ୍ୟ ଲୋକମାନେ ମଧ୍ୟ ମନ୍ତବ୍ୟ ଦେବା ଆରମ୍ଭ କରିବେ। ଯେତେବେଳେ ଏହା ଘଟିବ ସେମାନେ ମଧ୍ୟ ଏଭଳି କାର୍ଯ୍ୟକୁ ପସନ୍ଦ କରିବେ ନାହିଁ ।

ଖାଲିସ୍ତାନୀ ସମର୍ଥକଙ୍କ ଅଦମ୍ୟତାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଗତ କିଛି ଦିନ ମଧ୍ୟରେ ଆମେ ଲଣ୍ଡନ, କାନାଡା, ଅଷ୍ଟ୍ରେଲିଆ ଏବଂ ସାନ ଫ୍ରାନ୍ସିସ୍କୋରେ କିଛି ଘଟଣା ଦେଖିଛୁ। ଏହା ଭାରତ ନୁହେଁ ଯେଉଁଠି ଅନ୍ୟ ଦେଶର ଜାତୀୟ ପତାକାକୁ କାହା ଦ୍ୱାରା ଟାଣି ନିଆଗଲେ ଲୋକେ ବିରୋଧ କରିବେ। ଯେତେବେଳେ ଏହା ଘଟିଲା, ଆମର ହାଇ କମିଶନର ସେହି ବିଲ୍ଡିଂରେ ଏକ ବଡ଼ ପତାକା ଲଗାଇଲେ। ସେଠାରେ ଥିବା ତଥାକଥିତ ଖଲିସ୍ତାନବାସୀଙ୍କୁ ଏହା କେବଳ ଏକ ବାର୍ତ୍ତା ନୁହେଁ, ଏହା ବ୍ରିଟିଶମାନଙ୍କୁ ମଧ୍ୟ ଏକ ବିବୃତ୍ତି ଥିଲା ଏହା ମୋର ପତାକା ଏବଂ ଯଦି କେହି ଏହାକୁ ଅସମ୍ମାନ କରିବାକୁ ଚେଷ୍ଟା କରନ୍ତି, ତେବେ ମୁଁ ଜାତୀୟ ପତାକାକୁ ଆହୁରି ବଡ କରିବି।

ଏନେଇ ଥରୁରୁ ତାଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରତି କଥାରେ ପ୍ରତିକ୍ର୍ରିୟା ପ୍ରକାଶ କରିବା ଠିକ ନୁହେଁ ବୋଲି ମଧ୍ୟ କହିଥିଲେ। ପରେ ଥରୁରଙ୍କ ମନ୍ତବ୍ୟକୁ ବିରୋଧ କରାଯାଇଥିଲା। ଏହାପରେ ଥରୁର ନିଜର ସ୍ପଷ୍ଟୀକରଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri