Categories: ଫୁରସତ

କେଜିଏଫ୍‌-୨ର ସଫଳତାକୁ ସେଲିବ୍ରେଟ୍‌ କଲା ‘ଅମୂଲ୍‌’

ସିନେମାଘରେ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ନୂଆ ନୂଆ ରେକର୍ଡ କରୁଛି ‘କେଜିଏଫ୍‌ ଚାପ୍ଟର-୨’। ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଥିବାରୁ ଆଗକୁ ଏହା ସୁପରହିଟ୍‌ ହେବା ନିଶ୍ଚିତ। ଏସବୁ ମଧ୍ୟରେ ଫିଲ୍ମର ସଫଳତାକୁ ଭିନ୍ନ ଢ଼ଙ୍ଗରେ ସେଲିବ୍ରେଟ୍‌ କରିଛି ‘ଅମୂଲ’। କମ୍ପାନୀ ପକ୍ଷରୁ ଫିଲ୍ମକୁ ନେଇ ନୂଆ ପୋଷ୍ଟର ଜାରି କରାଯାଇଛି। ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହେଉଛି।

‘ଅମୂଲ’ ନିଜ ପୋଷ୍ଟରରେ ଫିଲ୍ମର ନାୟକ ତଥା ଅଭିନେତା ୟଶଙ୍କୁ କାର୍ଟୁନ ଅବତାରରେ ଦେଖାଇଛି। ସେ ହାତରେ ବଟର ଲଗା ବ୍ରେଡ୍‌ ଧରିଛନ୍ତି। ଏହା ସୁନା ପରି ଦେଖାଯାଉଛି। ପୋଷ୍ଟରର ଉପର ଭାଗରେ ‘କୋଲାର ମେ ଗୋଲ୍ଡ ରଖୋ’ ଏବଂ ତଳେ ‘ଅମୂଲସେ ୟଶ ଟୁ ଇଟ୍‌…’ ବୋଲି ଲେଖାଯାଇଛି।

ଇନଷ୍ଟାଗ୍ରାମରେ ଏହି ପୋଷ୍ଟକୁ ଏଯାବତ ୯୯ ହଜାରରୁ ଅଧିକ ଲୋକ ପସନ୍ଦ କରିସାରିଲେଣି। ଆପଣ ବି ଦେଖନ୍ତୁ:

Share