ମୁହଁ ଲୁଚାଇଲେ ଅମୃତା, ସାଙ୍ଗରେ ଥିଲେ ଅଖତର

ମୁମ୍ବାଇ: କରୀନା କପୁର ଏବଂ ଅମୃତା ଆରୋରାଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା। କରୀନା ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ଅମ୍ମୁ (ଅମୃତା) ତାଙ୍କ ସହ କେତେ ନିକଟତର ଏବଂ ସେମାନଙ୍କର ବନ୍ଧୁତା ବହୁ ପୁରୁଣା। ଗତ ମଙ୍ଗଳବାର ଅମୃତା ତାଙ୍କର ୪୫ ତମ ଜନ୍ମଦିନ ଥିଲା। କରୀନା ପୁଣି ଥରେ ନିଜ ଘରେ ତାଙ୍କର ତାଙ୍କ ବାନ୍ଧବୀଙ୍କ ପାଇଁ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ।

ଏହି ପାର୍ଟିରେ ଅମୃତାଙ୍କ ବଡ଼ ଭଉଣୀ ମଲାଇକା ଆରୋରା, ତାଙ୍କ ପ୍ରେମିକ ଅର୍ଜୁନ କପୁର, ଫର୍‌ହାନ ଅଖତର, ଶିବାନୀ ଦଣ୍ଡେକର, କରିସ୍ମା କପୁରଙ୍କ ସମେତ ଅନେକ ଷ୍ଟାର ଯୋଗ ଦେଇଥିଲେ। କିନ୍ତୁ ପାର୍ଟି ଶେଷରେ ଅମୃତା କିପରି ପାର୍ଟି ଛାଡ଼ିଥିଲେ, ତାହା ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ବିଳମ୍ବିତ ରାତିରେ ଶେଷ ହୋଇଥିବା ଏହି ପାର୍ଟିରୁ ବାହାରିଥିବା ଅମୃତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିପାଇଁ ତାଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି।

ଅଭିନେତା ଫର୍‌ହାନ ଅଖତରଙ୍କ ସହ ଅମୃତା ଆରୋରା ଏହି ପାର୍ଟିରୁ ବାହାରିଥିଲେ। ଫରହାନ ଅଖତରଙ୍କ ଜ୍ୟାକେଟରେ ମୁହଁ ଲୁଚାଇ ମିଡିଆ କ୍ୟାମେରାକୁ ଏଡ଼ାଇବାକୁ ଚେଷ୍ଟା କରୁଥିବା ଅମୃତା ସିଧା ତାଙ୍କ କାରରେ ପହଞ୍ଚିଥିଲେ। ପାର୍ଟି ଛାଡ଼ିବା ପରେ ଫଟୋଗୁଡ଼ିକରେ ଅମୃତାଙ୍କ ଚେହେରା ଦେଖାଯାଉନାହିଁ। ଅମୃତା ଏବଂ ଫରହାନଙ୍କ ପଛରେ ଅମୃତାଙ୍କ ସ୍ବାମୀ ଶକିଲ ଲଦକ୍‌ ମଧ୍ୟ ନଜର ଆସିଛନ୍ତି।

ଭାଇରାଲ ଫଟୋରେ ଜଣେ ୟୁଜର ଲେଖିଛନ୍ତି, ‘ପାର୍ଟିରେ ଆପଣ କାହିଁକି ଏତେ ମଦ୍ୟପାନ କରୁଛନ୍ତି ଯେ, ଆପଣଙ୍କୁ ନିଜ ଚେହେରା ଲୁଚାଇବାକୁ ପଡୁଛି।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଅମୃତା ଆରୋରାଙ୍କ ଫଟୋ କିଏ ଉଠାଇବ, ସେ କାହିଁକି ମୁହଁ ଲୁଚାଉଛନ୍ତି।’ ଜାଣିନି କାହିଁକି ଏହି ଲୋକମାନେ ଏପରି କାମ କରନ୍ତି ଯେ, ସେମାନଙ୍କୁ ମୁହଁ ଲୁଚାଇବାକୁ ପଡୁଛି।’


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଡ୍‌ ଉପରେ ବୋମାମାଡ଼: ତେହରାନ୍‌ ଅନ୍ଧାରରେ

ତେହରାନ୍‌,୩୦ା୩: ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ୍‌ ଗ୍ରୀଡ୍‌ ଉପରେ ଇସ୍ରାଏଲ୍‌ ଶନିବାର ବୋମାମାଡ଼ କରିଛି। ଫଳରେ ତେହରାନ୍‌ ସମେତ ଅନେକ ସହରରେ ବିଦ୍ୟୁତ୍‌ ସେବା…

ଯୁଦ୍ଧକୁ ନେଇ କଂଗ୍ରେସର ରାଜନୀତି ପ୍ରବାସୀ ଭାରତୀୟଙ୍କ ପାଇଁ ବିପଦ: ମୋଦି

ନୂଆଦିଲ୍ଲୀ ,୩୦ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି ହୋଇଛି। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି। କିନ୍ତୁ ଯୁଦ୍ଧକୁ ନେଇ କଂଗ୍ରେସ ଯେଭଳି…

୧୦ ବର୍ଷରେ ୧୦,୦୦୦ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ,୩୦ା୩(ପି.ଟି.) ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦୀ ମୁକ୍ତ କରିବା ଲାଗି ସରକାର ସମୟସୀମା ଧାର୍ଯ୍ୟ କରିଥିଲେ। ଏହା ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ…

ସାବଧାନ! ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି କୁମ୍ଭୀର, ଏବେ ବି ନଦୀରେ ଘୂରି ବୁଲୁଛି

ମହାକାଳପଡ଼ା,୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଗୋବରୀ ନଦୀର କାଉସପାଳ ଫେରୁଘାଟଠାରେ ଏକ ୨୦ ଫୁଟ ଲମ୍ବର ବଉଳ କୁମ୍ଭୀର ଘୂରି ବୁଲୁଛି। ଏହାକୁ ନେଇ ନଦୀ…

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri