ସ୍ବାଭିମାନ ଅଞ୍ଚଳରେ ଲଗାଣ ବର୍ଷାରେ ଅମୃତ ସରୋବର ହିଡ଼ ଭାଙ୍ଗିବା ଘଟଣା: ଜମି ମରାମତି ପାଇଁ ବ୍ଳକ ପ୍ରଶାସନ ତରଫରୁ ଚାରି ଲକ୍ଷ ଦିଆଯିବ

ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା): ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଳକ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ସରୋବର ନିର୍ମାଣ କରାଯାଇଥିଲା। ଚଳିତ ଲଗାଣ ବର୍ଷାରେ ଉକ୍ତ ଅମୃତ ସରୋବରଟିର ହିଡ଼ ଭାଙ୍ଗିଯିବାରୁ ପାଖରେ ଥିବା ଜମି ମାନଙ୍କରେ ପାଣି, ମାଟି ଓ ପଥର ମାଡ଼ିଯାଇ ଫସଲ ନଷ୍ଟ ହେବା ସହ ଜମି ରେ ମଧ୍ୟ ବାଲି, ପଥର ଓ ମାଟି ଚରି ଯାଇଥିବାରୁ କଦଳୀବନ୍ଧା ଗ୍ରାମବାସୀ କ୍ଷୟକ୍ଷତି ପାଇଁ ବ୍ଳକ ପ୍ରଶାସନ ତଥା ତହସିଲଦାରଙ୍କୁ ଜଣାଇଥିଲେ ।
ମଙ୍ଗଳବାର ସକାଳୁ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଏବଂ ଏପିଓ ଉଚ୍ଚବ ଗିରି ଉକ୍ତ କଦଳିବନ୍ଧା ଗ୍ରାମକୁ ଯାଇ ଅମୃତ ସରୋବର ବୁଲି ଦେଖିବା ସହ ନଷ୍ଟ ହୋଇଥିବା ଫସଲ ଓ ଜମି ବୁଲି ଦେଖି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଦାବି ମୁତାବକ ଅମୃତ ସରୋବରର ଭାଙ୍ଗିଥିବା ହିଡ଼କୁ ତିଆରି କରିବାକୁ ଯୋଜନା କରିବା ସହ ବ୍ୟକ୍ତିଗତ ଭାବରେ ୭ଜଣ ଚାଷୀଙ୍କର ଅଧିକ ନଷ୍ଟ ହୋଇଥିବା ଚାଷୀଙ୍କୁ ମିଶାଇ ୨୦ଜଣ ଚାଷୀଙ୍କୁ ଜମି ମରାମତି ପାଇଁ ଚାରି ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଥି ସହିତ କଦଳିବନ୍ଧା ଗ୍ରାମ ଠାରୁ ର୍ସିଲିମେଟା ପର୍ଯ୍ୟନ୍ତ ପାହାଡ଼ବାଟରେ ରାସ୍ତା ର୍ନିମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ସେଇଭଳି ନଷ୍ଟ ହୋଇଥିବା ଫସଲ ପାଇଁ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ତରଫରୁ ଏକ ହେକ୍ଟର ଚାଷ ପିଛା ଆଠ ହଜାର ଟଙ୍କା କ୍ଷୟକ୍ଷତି ଦିଆଯିବ ବୋଲି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri