ଏକଦା ଫିଲ୍ମରେ କାମ ଦେବାକୁ ମନା କରିଥିଲେ ଭାଇ,ହେଲେ ବଲିଉଡ୍‌ର ମହାନ ଖଳନାୟକ ପାଲଟିଥିଲେ…

ବମ୍ବେ: ଭାରତୀୟ ସିନେମାର ମହାନ ଖଳନାୟକଙ୍କ ମଧ୍ୟରୁ ଜଣେ ଥିଲେ ଅମରିଶ ପୁରୀ। ୧୯୩୨ରେ ଜନ୍ମିତ ଏହି ଅଭିନେତା ମିଷ୍ଟର ଇଣ୍ଡିଆ, ନସିବ, ହିରୋ, କୋଏଲା, କରନ ଅର୍ଜୁନ ଏବଂ ସଲ୍‌ତନତ ଭଳି ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ବାହାବା ସାଉଁଟିଥିଲେ। ୩୦ ବର୍ଷର ଅଭିନୟ ଜୀବନରେ ସେ ୪୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ହେଲେ ସଫଳତାର ଶୀର୍ଷରେ ପହଞ୍ଚିବାର ରାସ୍ତା ସେତେଟା ସହଜ ନ ଥିଲା।

ପ୍ରାରମ୍ଭିକ ଦିନଗୁଡ଼ିକରେ ବୀମା ଏଜେଣ୍ଟ ଭାବେ କାମ କରୁଥିଲେ ଅମରିଶ। ହେଲେ ତାଙ୍କ ଭାଇ ମଦନ ପୁରୀ ଫିଲ୍ମରେ କାମ କରୁଥିଲେ। ଏକଦା ଅମରିଶ ତାଙ୍କୁ ଫିଲ୍ମରେ କାମ ମାଗିଥିଲେ। ହେଲେ ସେ ସଫାସଫା ମନା କରିବା ସହ ତାଙ୍କ ଚେହେରା ହିରୋ ହେବା ଯୋଗ୍ୟର ନୁହେଁ ବୋଲି ମନା କରିଥିଲେ। ଏହା ପରେ ଅମରିଶ ଥିଏଟରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୬୭ରେ ପ୍ରଥମ ଥର ଲାଗି ସେ ମରାଠୀ ଫିଲ୍ମ ‘ଶନ୍ତତୁ!କୋର୍ଟ ଚାଲୁ ଆହେ’ରେ ନଜର ଆସିଥିଲେ। ଏଥିରେ ତାଙ୍କ ଚରିତ୍ରଟି ଥିଲା ଏକ ଅନ୍ଧ ବ୍ୟକ୍ତିର।

୪୦ ବର୍ଷ ବୟସରେ ସେ ସୁନୀଲ ଦତ୍ତଙ୍କ ଫିଲ୍ମ ରେଶମା ଏବଂ ଶେରା ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ ତାଙ୍କ ପାଇଁ ଟର୍ନିଂ ପଏଣ୍ଟ ଥିଲା। ‘ମୋଗାମ୍ବୋ’ ଚରିତ୍ରଟିର ଡାଏଲଗ୍‌ ଆଜି ବି ପ୍ରଶଂସକଙ୍କ ମନରେ ରହିଛି।

ବଲିଉଡ୍‌ରେ ସବୁଠାରୁ ଅଧିକ ପାଉଣା ନେଉଥିବା ଖଳନାୟକ ହେଉଛନ୍ତି ଅମରିଶ। ସେ ହଲିଉଡରେ ମଧ୍ୟ କାମ କରିଛନ୍ତି। ୨୦୦୫ରେ ବ୍ରେନ୍‌ ହାମରେଜ ହେବା କାରଣରୁ ଅଭିନେତାଙ୍କ ନିଧନ ହୋଇଥିଲା। ଆଜି ଏହି ଅଭିନେତାଙ୍କ ଜନ୍ମଦିନ ହୋଇଥିବା ବେଳେ ତାଙ୍କୁ ପ୍ରଶଂସକମାନେ ମନେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri