Categories: Video

Amitabh turns 77 । ୭୭ ବର୍ଷରେ ବିଗ୍ ବି

Country’s most famous movie star Amitabh Bachchan turns 77 today. The lesser said about the legendary Big B, the better since fans closely follow everything he says and does. Often considered the most influential Hindi movie actor ever, Bachchan started as a struggling actor and had to face a barrage of flops before tasting success in Zanjeer in 1973. In this episode, we will take you through his life, struggle and struggle. Do watch!

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୭ ତମ ଜନ୍ମଦିନ । ହିନ୍ଦୀ ସିନେମା ଜଗତର ସେହେନ୍ସା ଓ ବିଗ୍ ବି ନାମରେ ପ୍ରସିଦ୍ଧ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ ଯେତେ କହିଲେ ବି କମ୍ ହେବ । ଯାହାଙ୍କୁ ହିନ୍ଦୀ ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା କରାଯାଏ । ବଲିଉଡର ଏହି ସେହେନ୍ସା ୭୭ ବର୍ଷରେ ପାଦ ରଖିଛନ୍ତି । ବର୍ତ୍ତମାନ ସମୟରେ ମେଗାଷ୍ଚାର ଅମିତାଭ ବଚ୍ଚନଙ୍କ ସଫଳତାକୁ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ ବହୁତ କମ ଲୋକ ଜାଣନ୍ତି । ବିଗ୍ ବି ଙ୍କ ଜନ୍ମଦିନ ଅବସରରେ ,ଆସନ୍ତୁ ନଜର ପକାଇବା ତାଙ୍କର ଏହି ସଂଘର୍ଷରୁ ସଫଳତାର କାହାଣୀ